ଏହି ୪ ପ୍ରକାର ଲୋକଙ୍କ ପାଇଁ ବିଷ ସମାନ ହୋଇଥାଏ ଅଦା ଚା’, ଜାଣିଲେ ଆପଣ ହୋଇଯିବେ ଚକିତ
ଅଦା ଜିଞ୍ଜିବରେସୀ ପ୍ରଜାତିର ଏକ ଗଛ। ଏହା ମାଟିତଳେ ଫଳିଥାଏ। ଏଥିରେ ଅଧିକ ମାତ୍ରାରେ ଭୋଜ୍ୟ ପଦାର୍ଥ ସଞ୍ଚିତ ହୋଇ ରହିଥିବାରୁ ଏହା ଫୁଲି ମୋଟା ହୋଇଯାଏ। ସାଧାରଣତଃ ଗ୍ରୀଷ୍ମ ଏବଂ କ୍ରାନ୍ତୀୟ ମଣ୍ଡଳୀୟ ସୀମାବର୍ତ୍ତୀ ଅଞ୍ଚଳରେ ଏହା ମିଳିଥାଏ। ଅଦା ମୁଖ୍ୟତଃ ଦକ୍ଷିଣ ଏସିଆରେ ଚାଷ କରାଯାଏ, କିନ୍ତୁ ଏବେ ଏହା ପୂର୍ବ ଆଫ୍ରିକା ଏବଂ କାରାବିୟନ୍ରେ ମଧ୍ୟ ଉତ୍ପାଦନ କରାଯାଉଛି। ଅଦା ଗଛ ଚୀନ, ଜାପାନ, ମସକରାଇନ୍ ଏବଂ ପ୍ରଶାନ୍ତ ମହାସାଗରର ଦ୍ୱୀପଗୁଡ଼ିକରେ ଦେଖିବାକୁ ମିଳେ।
ଶୁଷ୍କ ବା ଶୁଖିଲା ଅଦାକୁ ଶୁଣ୍ଠି କୁହାଯାଏ। ଭାରତରେ ଏହା ପଶ୍ଚିମବଙ୍ଗ, ବିହାର, ଚେନ୍ନାଇ, ମଧ୍ୟ ପ୍ରଦେଶ, କୋଚିନ୍, ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ଅଧିକ ଉତ୍ପନ୍ନ ହୋଇଥାଏ। ଅଦାରେ କୌଣସି ମଞ୍ଜି ନ ଥାଏ। ଏହାର କାଣ୍ଡକୁ ହିଁ ଛୋଟ ଛୋଟ କରି ମାଟିରେ ପୋତି ଦିଆଯାଏ। ଏହା ହେଉଛି ଗଛର ଚେର। ଭାରତରେ ଅଦା ଏକ ମସଲାଜାତୀୟ ଖାଦ୍ୟ। ତେବେ ଆଜି ଆମେ ଆପଣଙ୍କୁ କେଉଁମାନେ ଅଦା ତଥା ଅଦା ଚା’ ଖାଇବା ଉଚିତ ନୁହେଁ, ତାହା ବିଷୟରେ କହିବାକୁ ଯାଉଛୁ।
ମାସିକ ଋତୁସ୍ରାବ ସମୟରେ
କିଛି ମହିଳା ପିରିୟଡସ୍ ବେଳେ ଯନ୍ତ୍ରଣାକୁ ମୁକ୍ତି ପାଇବା ପାଇଁ ଅଦା ଚା’ ପିଇଥାଆନ୍ତି, ଯାହାକି ସେମାନଙ୍କ ପାଇଁ ବହୁତ ହାନିକାରକ ହୋଇଥାଏ। କହି ରଖୁଛୁ କି, ଅଦାର ପ୍ରଭାବ ଗରମ ହୋଇଥାଏ। ତେଣୁ ଏଭଳି ସ୍ଥିତିରେ ଅଦା ସେବନ କଲେ, ରକ୍ତ ଘନୀଭୂତ ହୋଇଯାଇଥାଏ।
ଏହାସହ ପଢ଼ନ୍ତୁ: ସକାଳୁ ସକାଳୁ ନଖ ଉଷୁମ ପାଣି ପିଇବା ଶରୀର ପାଇଁ ଆଣିଥାଏ ଅନେକ ଫାଇଦା
ଗର୍ଭବତୀ ମହିଳା
ଯେଉଁ ମହିଳାମାନେ ଗର୍ଭବତୀ ଅଛନ୍ତି, ସେମାନେ ଅଦା ଚା’ ପିଇବା ଉଚିତ ନୁହେଁ। ଏହି ସମୟରେ ଅଧିକ ଅଦା ଖାଇଲେ, ଗର୍ଭପାତ ହେବାର ସମ୍ଭାବନା ବଢ଼ିଯାଇଥାଏ। ଏହାଛଡ଼ା ଯେଉଁମାନେ ସଙ୍ଗେ ସଙ୍ଗେ ସନ୍ତାନ ଜନ୍ମ ଦେଇଥାଆନ୍ତି ଏବଂ ଛୁଆକୁ ମା’ କ୍ଷୀର ପିଆଉ ଥାଆନ୍ତି, ସେମାନଙ୍କ ପାଇଁ ମଧ୍ୟ ଅଦା ଚା’ ନିଷେଧ ଅଟେ।
ମଧୁମେହ ରୋଗୀଙ୍କ ପାଇଁ
ମଧୁମେହ ରୋଗୀ କୌଣସି ବି ପରିସ୍ଥିତିରେ ଅଦା ଚା’ ସେବନ କରିବା ଆଦୌ ଉଚିତ ନୁହେଁ। ଯଦି ସେମାନେ ଏହା କରିବେ, ତା’ହେଲେ ହାଇପୋଗ୍ଲାଇସିମିଆ ହୋଇପାରେ। ତେଣୁ ଡାଇବେଟିଜ୍ ରୋଗୀ ଏହାଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ।
ଅସ୍ତ୍ରୋପଚାର ହୋଇଥିବା ବ୍ୟକ୍ତି
ଯେଉଁ ଲୋକଙ୍କର କୌଣସି ସର୍ଜରୀ ହୋଇଛି, ସେମାନେ ଅଦା ଚା’ ସେବନ କରନ୍ତୁ ନାହିଁ। କାରଣ, ଏଥିରେ ରକ୍ତ ପତଳା ହେବାର ଗୁଣ ଭରିରହିଥାଏ, ଯାହାକି ଅପରେଶନ ହୋଇଥିବା ଲୋକଙ୍କୁ କ୍ଷତି ପହଞ୍ଚାଇଥାଏ।