Below header

ଏହି ଦେଶରେ ହୁଏ ଅଦ୍ଭୁତ ସଂଗୀତ ପ୍ରତିଯୋଗିତା, ଯେଉଁଠି ଗୀତ ଗାଇବାକୁ ଆସନ୍ତି ତିନିଟି ଦେଶର ପକ୍ଷୀ

ସଂଗୀତ ପ୍ରତିଯୋଗିତା ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ ଆଉ ଦେଖିଥିବେ। ବିଭିନ୍ନ ପ୍ରକାର ବଡ ବଡ ସଂଗୀତ ପ୍ରତିଯୋଗିତାରେ ବିଭନ୍ନ ପ୍ରକାର ଗୀତ ମଧ୍ୟ ଶୁଣିଥିବେ। କିନ୍ତୁ ଏହି ଦେଶରେ ଏପରି ଏକ ସଂଗୀତ ପ୍ରତିଯୋଗିତା ଚାଲିଛି, ଯେଉଁଠି ଲୋକ ନୁହେଁ ବରଂ ପକ୍ଷୀମାନେ ଗୀତ ଗାଇବାକୁ ଆସିଥାନ୍ତି। ପକ୍ଷୀମାନଙ୍କର ସଂଗୀତ ପ୍ରତିଯୋଗିତା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ଏହି ପ୍ରତିଯୋଗିତାରେ ପକ୍ଷୀମାନେ ଗୀତ ଗାଇଥାନ୍ତି। କେବଳ ଏତିକି ନୁହେଁ, ସେମାନଙ୍କ ବୁଦ୍ଧିମତ୍ତା ଏବଂ ଗୀତ ଗାଇବାର ଆଧାର ଉପରେ ନମ୍ବର ମଧ୍ୟ ମିଳିଥାଏ।

56

ଥାଇଲ୍ୟାଣ୍ଡର ନାରଥିବିଡରେ ଏଭଳି ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତାରେ ଥାଇଲ୍ୟାଣ୍ଡ ଏବଂ ସିଙ୍ଗାପୁର , ମାଲେସିଆରୁ ୧୮୦୦ରୁ ଅଧିକ ପକ୍ଷୀ ଆସି ପ୍ରତିଯୋଗିତାରେ ଭାଗ ନେଇଥାନ୍ତି। ଚାରି ମାସର ଟ୍ରେନିଂ ନେବା ପରେ ଏହି ପ୍ରତିଯୋଗିତାରେ ପକ୍ଷୀମାନେ ଭାଗ ନେଇଥାନ୍ତି। ଥାଇଲାଣ୍ଡରେ ଏଭଳି ପ୍ରତିଯୋଗିତା ଗତବର୍ଷ ମଧ୍ୟ ଆୟୋଜିତ ହୋଇଥିଲା।

5

ପ୍ରତିଯୋଗିତାର ପ୍ରସ୍ତୁତି :

ପକ୍ଷୀମାନଙ୍କର ମାଲିକ ୪ ମାସ ପୂର୍ବରୁ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଥାନ୍ତି। ଏହି ପ୍ରତିଯୋଗିତାରେ ବୁଲବୁଲ, ଶୁଆ, ପାରା ଏବଂ ଅନ୍ୟ ଛୋଟ ପକ୍ଷୀ ମଧ୍ୟ ସାମିଲ ରହିଥାନ୍ତି। ଏହି ପ୍ରତିଯୋଗିତାରେ ଚାରୋଟି ରାଉଣ୍ଡରେ ରହିଥାଏ। ପ୍ରତ୍ୟେକ ରାଉଣ୍ଡରେ ପ୍ରତ୍ୟେକ ପକ୍ଷୀକୁ ଅତି କମ୍‌ରେ ୩ ଥର ୨୫ ସେକେଣ୍ଡର ଗୀତ ଗାଇବାକୁ ପଡିଥାଏ।

ଏହାସହ ପଢ଼ନ୍ତୁ ; କି ଅଜବ ଦେଶ? ଶବ ପୋତିବା ପାଇଁ କିଣିବାକୁ ପଡିଥାଏ ଜାଗା, ଯାହାର ମୂଲ୍ୟ କୋଟି କୋଟି ଟଙ୍କା

54

ବିଜେତାଙ୍କୁ ମିଳିଥାଏ ଦେଢ ଲକ୍ଷ ଟଙ୍କା :

ପ୍ରତିଯୋଗିତା ସମୟରେ ପକ୍ଷୀମାନଙ୍କୁ ୧୫ ଫୁଟ ଉଚ୍ଚ ଖୁମ୍ବରେ ଥିବା ପିଞ୍ଜରାରେ ରଖି ଝୁଲାଇଦିଆଯାଏ। ଏହା ପରେ ସେମାନଙ୍କୁ ଜଣେ ଜଣେ କରି ଆଣି ଗୀତ ଗାଇବା ପାଇଁ କୁହାଯାଏ। ଏହି ପ୍ରତିଯୋଗିତାରେ ଥିବା ଜଜମାନେ ପକ୍ଷୀମାନଙ୍କର ଗୀତ ବାରମ୍ବାର ଶୁଣି ନମ୍ବର ଦିଅନ୍ତି। ଯେଉଁ ପକ୍ଷୀକୁ ସବୁଠାରୁ ଅଧିକ ନମ୍ବର ମିଳେ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଏ। ବିଜେତା ପକ୍ଷୀଙ୍କୁ ଦେଢ ଲକ୍ଷ ଟଙ୍କା ପୁରସ୍କାର ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.