ରାଜଧାନୀ ବମିଖାଲରେ ଲୁଟ୍ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍, ଲାପଟପ୍ ଓ ଅନ୍ୟ ସାମଗ୍ରୀ ଧରି ଛୁ ମାରିଲା ଦୁର୍ବୃତ୍ତ
ଭୁବନେଶ୍ବର: ଲୁଟ୍ ଲାଇଭ। ସିସିଟିଭି କ୍ୟାମେରାରେ ଲୁଟ୍ ବେଳର ଭିଜୁଆଲ କଏଦ । ରାଜଧାନୀ ଭୁବନେଶ୍ୱର ବମିଖାଲ କେନାଲ ରୋଡ ହନୁମାନ ମନ୍ଦିର ସାମ୍ନା ଘରୁ ଏହି ଲୁଟ୍ ହୋଇଛି । ସାଦାସିଧା ଦିଶୁଥିବା ଜଣେ ଲୁଟେରା ହାତରେ ଏକ କାଗଜ ଧରି ଏପଟସେପଟ ହେବାପରେ ଏ ରୁମରୁ ସେ ରୁମକୁ ଯାଉଛି । ମଉକା ଦେଖି ଲୁଟିବା ପାଇଁ ଚାଲ୍ କରୁଛି । ଆଉ ଅଫିସ ଭିତରକୁ ବେଶ ସତର୍କତାର ସହ ପଶିବା ପରେ କେହି ନଥିବା ମଉକା ଦେଖି ଟେବୁଲ ଡ୍ରୟରରୁ କିଛି ଜିନିଷ ବାହାର କରିଛି । ଆଉ ସେଠାରେ ଥିବା ଏକ ଲାପଟପକୁ ଧରି ଛୁ ମାରିଛି । ତେବେ ଲୁଟ ବେଳର ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।