ହ୍ଵାଟସଆପ୍ ପୂର୍ବରୁ ଜିମେଲ୍ ରେ ଆସିଲା ଖାସ୍ ଫିଚର୍, ଯାହାକୁ ୟୁଜର୍ସମାନେ କରିଥିଲେ ଅପେକ୍ଷା
ଜିମେଲ୍ ବ୍ୟବହାରକାରୀମାନଙ୍କୁ ଏପରି ଏକ ନୂଆ ଫିଚର ଅପଡେଟ୍ ମିଳିସାରିଛି, ଯାହାକୁ ଅନେକ ବ୍ୟବହାରକାରୀମାନେ ଅପେକ୍ଷା କରି ରହିଥିଲେ। ଜିମେଲ୍ ର IOS ଏବଂ ସ୍ମାର୍ଟ ଫୋନ ଉଭୟ ବ୍ୟବହାରକାରୀମାନଙ୍କ ପାଇଁ ଡାର୍କ ମୋଡ ଫିଚର ରୋଲ ଆଉଟ୍ କରାଯାଇଛି।
IOS 13 ଏବଂ IOS 10 ରେ ଚାଲୁଥିବା ସ୍ମାର୍ଟଫୋନ ବିନା କୌଣସି ସେଟିଙ୍ଗରେ ପରିବର୍ତ୍ତନ କରାଯାଇ ଜିମେଲ୍ ର ଡାର୍କ ମୋଡ୍ ବ୍ୟବହାର କରିପାରିବେ। ଗୁଗଲ୍ କହିବା ଅନୁଯାୟୀ ଡାର୍କ ମୋଡ୍ ଆପେ ଆପେ ଅପଡେଟ୍ ହୋଇପାରିବ। ଗୁଗଲ ଫିକ୍ସଲ ଫୋନରେ ଯଦି ଆପଣ ବ୍ୟାଟେରୀ ସେଭର ଯୋଡିଥାନ୍ତି ତେବେ ଜିମେଲ୍ ରେ ଆପେ ଆପେ ଡାର୍କ ମୋଡ୍ କୁ ଚାଲିଯିବ।
ରିପୋର୍ଟ ଅନୁଯାୟୀ ଡାର୍କ ମୋଡ୍ ଜିମେଲ୍ ଆପ୍ ର ବ୍ୟାକଗ୍ରାଉଣ୍ଡକୁ ଡାର୍କ ଗ୍ରେ ରେ ବଦଳାଇଥାଏ, ଯେଉଁଥିରେ ଇନବକ୍ସ ଗ୍ରିଲ ସହ ଅଧିକାଂଶ ଇମେଲ୍ ସାମିଲ ରହିଛି। ସୂଚନା ଅନୁଯାୟୀ ଡାର୍କ ମୋଡ୍ରୁ ଲୋ ଲାଇଟ୍ ରେ ଫୋନ ବ୍ୟବହାର କରିବାରେ ଆଖିରେ ବେଶୀ ପ୍ରଭାବ ପଡ଼ିଥାଏ। ଏଥିସହ ଏହି ଫିଚର ସାହାଯ୍ୟରେ ସ୍ମାର୍ଟଫୋନର ବ୍ୟାଟେରୀ ଲାଇଫ୍ ବଢିଯାଇଥାଏ। ଏହା ପୂର୍ବରୁ ଗୁଗଲ୍ ପେ କୁ ଏହାର ଫିଚର ମିଳିସାରିଥିଲା। ଗୁଗଲ୍ ପେ ରେ ଏହି ଫିଚର ସେହି ସ୍ମାର୍ଟ ଫୋନରେ ମିଳିଥାଏ, ଯାହା ଆଣ୍ଡ୍ରୋଏଡ୍ ପେ କିମ୍ବା ତା’ଠାରୁ ଉପରକୁ ଅପରେଟିଂଗ ସିଷ୍ଟମରେ କାମ କରିଥାଏ।
ଏହାସହ ପଢନ୍ତୁ: ଫୋନର ବ୍ୟାଟେରୀ ଜଲଦି ହେବ ନାହିଁ ଶେଷ, କେବଳ ଆପଣେଇବାକୁ ହେବ ଏହି ସହଜ ଟିପ୍ସ
ପେଡ୍ ଫ୍ରି ଡ୍ରାଇଡ୍ ରିପୋର୍ଟ ଅନୁଯାୟୀ ୨.୯୬.୨୬୪୨୩୩୧୭୯ ଭର୍ସନର ପାର୍ଟ। ଯେତେବେଳେ ଆପଣ ଏହି ଆପ୍ ର ଲାଟେଷ୍ଟ ଭର୍ସନ ଅପଡେଟ୍ କରିବେ ଏବଂ ଆପଣଙ୍କ ସ୍ମାର୍ଟ ଫୋନ ବ୍ୟାଟେରୀ ସେଭିଙ୍ଗ ମୋଡ୍ ରେ ରହିବ, ତେବେ ଆପ୍ ଟି ଆପେ ଆପେ ଡାର୍କ ମୋଡ୍ କୁ ଚାଲିଯିବ।