Below header

ଓସିଏ ନିର୍ବାଚନ ପାଇଁ ଚାଲିଛି ମତଦାନ, ଚିକିତ୍ସାଧୀନ ଅବସ୍ଥାରେ ଏସସିବି ରୁ ଭୋଟ ଦେଇଛନ୍ତି ଆଶୀର୍ବାଦ ବେହେରା

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ବା ଓସିଏ ନିର୍ବାଚନ ପାଇଁ ଚାଲିଛି ମତଦାନ । ଭୋଟଗ୍ରହଣ ଦିନ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ । ସଂଧ୍ୟା ୬ଟା ସୁଦ୍ଧା ଭୋଟ୍‌ ଗଣତି ସରିବା ଅନୁମାନ କରାଯାଉଛି। ତେବେ କୌଣସି ପଦବୀରେ ଭୋଟ ସଂଖ୍ୟା ସମାନ ରହିଲେ ଲଟେରୀ କରାଯାଇ ବିଜେତାଙ୍କ ନାଁ ଘୋଷଣା କରାଯିବ । ମୋଟ୍‌ ୫ଟି ପଦ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି। ପାଞ୍ଚଟି ପଦ ପାଇଁ ମଇଦାନରେ ଅଛନ୍ତି ୧୦ ଜଣ ପ୍ରାର୍ଥୀ। ଆପେକ୍ସ କାଉନସିଲ ସଦସ୍ୟ ଭାବେ ଏକମାତ୍ର ପ୍ରାର୍ଥୀ ଶୁଭାଶିଷ ସେନାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଫୋକସରେ ସମ୍ପାଦକ ଓ ସଭାପତି ପଦ। ସଭାପତି ପଦ ପାଇଁ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହ୍ଵାନ ଥିବା ବେଳେ ସମ୍ପାଦକ ପାଇଁ ଲଢୁଛନ୍ତି ନବ ପଟ୍ଟନାୟକ ଓ ସଞ୍ଜୟ ବେହେରା । ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଏସସିବିରେ ଚିକିତ୍ସାଧୀନ ଥିବା ବେଳେ ସେଠାରୁ ଭୋଟ ଦେଇଛନ୍ତି । OCA ର ସ୍ୱତନ୍ତ୍ର ମ୍ୟାସେଞ୍ଜରଙ୍କ ସହ ଜେଲର ଜଣେ ଅଧିକାରୀ ଆଶୀର୍ବାଦଙ୍କ ମତଦାନ ବେଳେ ଉପସ୍ଥିତ ଥିଲେ । ଏହାପରେ କଟକ ବଡ଼ ମେଡିକାଲରୁ ଆଶୀର୍ବାଦଙ୍କ ବାଲାଟ ପେପର ଓସିଏ ନିର୍ବାଚନ ଅଧିକାରୀଙ୍କ ପାଖକୁ ପଠାଯାଇଛି । ଓସିଏ ନିର୍ବାଚନରେ ଭାଗ ନେଉଛନ୍ତି ୭୧ ଜଣ ମତଦାତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.