Realme C11 ସ୍ମାର୍ଟଫୋନ ସେଲ୍‌ ଆଜି ପୁଣି ଆରମ୍ଭ, ମାତ୍ର ୭,୪୯୯ ହଜାରରେ ମିଳୁଛି ଦମଦାର ଫିଚର୍ସ ଆଉ ଅଫର

ରିଅଲ ମି କମ୍ପାନୀ ପକ୍ଷରୁ ଲାଟେଷ୍ଟ ସ୍ମାର୍ଟଫୋନ Realme C11 କୁ ଲଞ୍ଚ କରିଥିଲା। ଆଜି ପୁଣି ଭାରତରେ ଏହାର ସେଲ ଆରମ୍ଭ ହେଉଛି। ଦିନ ୧୨ଟାରୁ ଗ୍ରାହକ ଫ୍ଲିପକାର୍ଟ ଏବଂ ରିଅଲ ମି ର ୱେବସାଇଟ ଜରିଆରେ ପାଇପାରିବେ। ଏହି ସ୍ମାର୍ଟଫୋନକୁ ଜୁଲାଇରୁ ଲଞ୍ଚ ହୋଇଥିଲା। ପୁଣି ଥରେ ଏହି ଫୋନର ଫ୍ଲାସ ସେଲ ଆରମ୍ଭ ହେବାକୁ ଯାଉଛି।

ଏହି ଫୋନକୁ ଫ୍ଲିପକାର୍ଟରୁ ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡରେ ୫ ପ୍ରତିଶତ ଅନଲିମିଟେଡ କ୍ୟାମସବ୍ୟାକ୍‌ ସହିତ ୮୩୪ ଟଙ୍କା ପ୍ରତିମାସରେ ନୋ କଷ୍ଟ EMI ଅପସନ ରହିଛି। ଏହାଛଡା ରିଅଲ ମି ୱେବସାଇଟ ଫୋନରୁ କିଣିବା ଦ୍ୱାରା ୫୦୦ ଟଙ୍କା ପର୍ଯ୍ୟନ୍ତ MobiKwik କ୍ୟାଶବ୍ୟାକ୍‌ ମିଳିବ। ଏହା ରିଅଲ ମି କମ୍ପାନୀର ସି ସିରିଜର ଲାଟେଷ୍ଟ ସ୍ମାର୍ଟଫୋନ। ତେବେ କ’ଣ ରହିଛି ଏହାର ଦାମ ଏବଂ ଫିଚର୍ସ, ସ୍ପେସିଫିକେସନ ଆସନ୍ତୁ ଜାଣିବା..

ସ୍ପେସିଫିକେସନ :

ଏହି ଫୋନ ଆଣ୍ଡ୍ରଏଡ ୧୦ ଉପରେ ଆଧାରିତ । ଡୁଆଲ ସିମ୍ ସହିତ ୬.୫ ଇଞ୍ଚ ଡିସପ୍ଲେ ରହିଛି। ଏହାର ଆସପେକ୍ଟ ରେସିଓ ୨୦:୯ ଏବଂ ସ୍କ୍ରିନ ଟୁ ବଡି ରେସିଓ ୯୯.୭ ରହିଛି। ଏହାଛଡା ଏଥିରେ ମିଡିଆଟେକ ହୋଲିଓ ଜି ୩୫ ଅକ୍ଟୋ କୋର ପ୍ରୋସେସର ସହିତ ୨ ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ ରହିଛି। ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ଷ୍ଟୋରେଜ କ୍ଷମତା ମଧ୍ୟ ବଢାଇପାରିବେ। ଏହି ଫୋନର ବ୍ୟାଟେରୀ କ୍ଷମତା ୫,୦୦୦ ଏମ୍ଏଏଚ ରହିଛି। ଫୋନର ଓଜନ ୧୯୬ ଗ୍ରାମ ରହିଛି।

realme

କ୍ୟାମେରା :

ଫୋନରେ ଦୁଇଟି ରିଅର କ୍ୟାମେରା ରହିଛି । ୧୩ ମେଗାପିକ୍ସେଲ ପ୍ରାଇମେରୀକ୍ୟାମେରା ରହିଛି। ଏହା ସହିତ ୨ ଏମ୍ପି ସେକେଣ୍ଡାରୀ କ୍ୟାମେରା ରହିଛି। ସେଲଫି ଏବଂ ଭିଡିଓ କଲିଂ ପାଇଁ ୫ ଏମପି ଫ୍ରଣ୍ଟ କ୍ୟାମେରା ରହିଛି। ଫୋନର ୟୁଜରଙ୍କୁ ଫିଲଟର ମୋଡ, ଏଚଡିଆର, ଏଆଇ ବ୍ଲୁଟି, ପୋଟ୍ରେଟ ମୋଡ ଏବଂ ଟାଇମ ଲ୍ୟାମ୍ପସ ଭଳି ଫିଚର୍ସ ରହିଛି। ଫୋନଟି ଦୁଇଟି କଲର ଭାରିଅଣ୍ଟରେ ମିଳୁଛି। ମିଣ୍ଟ ଗ୍ରୀନ ଏବଂ ଗ୍ରେ। ଏହାର ମୂଲ୍ୟର ପାଖାପାଖି ୭,୪୯୯ ଟଙ୍କା ରହିଛି।

You might also like