Below header

ଶ୍ମଶାନ ପ୍ରେମରେ ମାନବ ପ୍ରେମୀ ଶିକ୍ଷକ: ନିଜସ୍ବ ଉଦ୍ୟମରେ ସହରର ଉପକଣ୍ଠରେ ନିର୍ମାଣ କରି ଚାଲିଛନ୍ତି ସ୍ବର୍ଗଧାମ

ରାୟଗଡା: ଶ୍ମଶାନ ପ୍ରେମରେ ମାନବ ପ୍ରେମୀ ଶିକ୍ଷକ । ମଶାଣୀକୁ ଭଲ ପାଇ ବିସିଛନ୍ତି ଏହି ନିଆରା ମଣିଷ । ଶ୍ମଶାନ ଭିତରେ କୋଡି କୋଦାଳ ଧରି ଉଦୁ ଉଦିଆ ଖରାରେ ନିଜେ ଘାସକୁ ସଫା କରିବା ସହ ନୂଆଁ ସୁବଜ ବଳୟ ସୃଷ୍ଟି କରିଛନ୍ତି । ମଶାଣୀକୁ ଯିବା ପାଇଁ ଅନେକ ଭୟ କରୁଥିଲେ ମଧ୍ଯ ରାୟଗଡା ସହରର ଶିକ୍ଷକ ଟି.ଇଶ୍ବର ରାଓ ଏହି କ୍ଷେତ୍ରରେ ସଂପୂର୍ଣ୍ଣ ଭିନ୍ନ । ନିଜସ୍ବ ଉଦ୍ୟମରେ ସହରର ଉପକଣ୍ଠରେ ସେ ସ୍ବର୍ଗଧାମ ନିର୍ମାଣ କରି ଚାଲିଛନ୍ତି ।

teacher raygadaଜୟପୁର ସୁଗାର କମ୍ପାନୀର କିଛି ଅଦରକାରୀ ଜମିକୁ ସେ ନିଜସ୍ବ ଖର୍ଚ୍ଚରେ ସଫା କରିବା ସହ ଗୋଟିଏ ପରେ ଗୋଟିଏ ମଣ୍ଡପ କରିଚାଲିଛନ୍ତି । କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାର୍ଯ୍ୟ ଲୋଡିବା ସହ ଶ୍ମଶାନରେ ଦାହ ମଣ୍ଡପ,ପୂଜା ମଣ୍ଡପ ଓ ସ୍ମାନ ମଣ୍ଡପ ସହ ତିନୋଟି ମୁଖ୍ୟଦ୍ବାର ସାଙ୍ଗକୁ ସୁଉଚ୍ଚ ମହାଦେବଙ୍କ ମୂର୍ତ୍ତୀ ନିର୍ମାଣ କରିବାରେ ସେ ସଫଳ ହୋଇଛନ୍ତି । ଶବ ସକ୍ତାର କରିବାକୁ ଆସୁଥିବା ଲୋକେ ଯେପରି ବିନା ଖର୍ଚ୍ଚରେ ଶବ ସତ୍କାର କରିପାରିବେ ସେଥିପାଇଁ ଶିକ୍ଷକ ଇଶ୍ବର ରାଓ ସମସ୍ତ ବ୍ୟବସ୍ଥା କରିଛନ୍ତି । ରାୟଗଡା ସହରର ଆଖପାଖ ଅଞ୍ଚଳରେ ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ ଭଲ ଶ୍ମଶାନ ଟିଏ ନଥିବାରୁ ପୁରୀ ସ୍ବର୍ଗଦ୍ବାର ପରି ଏଠାରେ ଏକ ସ୍ବର୍ଗଧାମ ନିର୍ମାଣ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ।

smashanସ୍କୁଲରେ ପାଠପଢାଇବା ପରେ ଅବସର ସମୟ ବାହର କରି ଶିକ୍ଷକ ଇଶ୍ବର ରାଓ ଶ୍ମଶାନକୁ ଚାଲି ଆସନ୍ତି । ଆଉ ଶ୍ମଶାନ ସଫାସୁତରା କରିବା ସହ ଶ୍ମଶାନ ଭିତରେ ନୂଆ ନୂଆଁ ଗଛ ଲଗାଇଥାନ୍ତି । କେବଳ ଶ୍ମଶାନରେ ନୁହେଁ ନିଜ ସ୍କୁଲ ଓ ସହରର ବିଭିନ୍ନ ସ୍ଥାନରେ ଶହଶହ ଗଛ ଲଗାଇଛନ୍ତି ଏହି ପ୍ରକୃତି ପ୍ରେମୀ । ପରିବେଶର ସୁରକ୍ଷା ପାଇଁ ଦିନରାତି ଲାଗିପଡିଥିବା ଇଶ୍ବରଙ୍କ ରାଜ୍ୟ ସରକାରଙ୍କ ଠାରୁ ମିଳିଛି ପ୍ରକୃତି ମିତ୍ର ଓ ବୃକ୍ଷ ମିତ୍ର ପରି ବହୁ ସମ୍ମାନ ।

ଇଶ୍ବର ରାଓଙ୍କ ଏପରି ଅନବରତ ଉଦ୍ୟମକୁ ନେଇ ସବୁ ମହଲରେ ପ୍ରଶଂସା କରାଯାଇଛି । ଶ୍ମଶାନର ଉନ୍ନତିକରଣ ପାଇଁ ରାୟଗଡା ପୌରପରିଷଦ ପକ୍ଷରୁ ଆର୍ଥିକ ସହଯୋଗ ମିଳିଥିଲେ ସୁଦ୍ଦା ଏହି ସ୍ବର୍ଗଧାମରେ ଅନେକ କାର୍ଯ୍ୟ ବାକି ରହିଛି । ହେଲେ ଇଶ୍ବର ରାଓଙ୍କ ଏହି ମହତ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.