ଅକ୍ଷୟ କୁମାରଙ୍କ ପୁଅ ବୋଲି କେବେ ବି କାହାକୁ କୁହନ୍ତିନି ଆରବ, ନିଜେ ଖିଲାଡ଼ି କୁମାର କଲେ ଖୁଲାସା

ଆଜି ଖିଲାଡ଼ି କୁମାରଙ୍କ ଜନ୍ମଦିନ। ଆଜି ତାଙ୍କୁ ୫୩ ବର୍ଷ ପୂରିଛି। ଏ ଅବସରରେ ସାଥି କଳାକାରମାନେ ଅକ୍ଷୟଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି। ଜନ୍ମଦିନ ଅବସରରେ ଆଜି ଆସନ୍ତୁ ଜାଣିବା ଅକ୍ଷୟ କୁମାରଙ୍କ ବିଷୟରେ କେତେକ ଅଜଣା କଥା।

ଅକ୍ଷୟ କୁମାର ଓ ଟ୍ଵିଙ୍କିଲ ଖାନ୍ନାଙ୍କ ଦୁଇ ପିଲା କେବେ ବି ଲାଇମ୍‌ ଲାଇଟ୍‌କୁ ଆସିବାକୁ ପସନ୍ଦ କରନ୍ତି ନାହିଁ। ନିକଟରେ ଅକ୍ଷୟ କହିଥିଲେ ତାଙ୍କ ପୁଅ ଆରବ କେବେ ବି କାହାକୁ କୁହେନି ଯେ ସେ ତାଙ୍କ ପୁଅ। ଅକ୍ଷୟ ଏନେଇ ବିୟର ଗ୍ଲିଲ୍ସ ଶୋ’ରେ କହିଥିଲେ। ସେ କହିଥିଲେ ମୋ ପୁଅ ସମସ୍ତଙ୍କଠାରୁ ଅଲଗା। ସେ ମୋ ପୁଅ ବୋଲି କାହାକୁ କହେ ନାହିଁ। ସେ ଲାଇମ୍‌ ଲାଇଟ୍‌ରୁ ଦୂରରେ ରହିବାକୁ ପସନ୍ଦ କରେ। ସେ ନିଜ ପରିଚୟ ସୃଷ୍ଟି କରିବାକୁ ଚାହେଁ। ମୁଁ ତା’ ମନ କଥା ବୁଝେ, ତେଣୁ ସେ ଯେମିତି ରହିବାକୁ ଚାହେଁ ସେମିତି ରହିବାକୁ ଦିଏ।

ଶୋ’ରେ ଅକ୍ଷୟ କହିଥିଲେ ଯେ ତାଙ୍କ ବାପା ତାଙ୍କର ସବୁଠୁ ବଡ଼ ପ୍ରେରଣା। ସେ ବାପାଙ୍କ ସମସ୍ତ ନିୟମକାନୁନ୍‌କୁ ଆଜି ବି ପାଳନ କରିଥାନ୍ତି। ଏଣୁ ତାଙ୍କ ପୁଅ ବି ଏହି ରାସ୍ତା ଅନୁସରଣ କରିବ ବୋଲି ସେ ଆଶା କରୁଛନ୍ତି ବୋଲି କହିଥିଲେ।

akshaya

ସୂଚନାଯୋଗ୍ୟ ଯେ ଅକ୍ଷୟ କୁମାର ଗତ ବର୍ଷ ଘୋଷଣା କରିଥିଲେ ସେ ‘ଦ ଏଣ୍ଡ’ ଜରିଆରେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଆକ୍ସନ୍‌-ଥ୍ରୀଲର ଏହି ଫିଲ୍ମ ୨୦୨୦ରେ ରିଲିଜ୍‌ ହେବାର ଥିଲା। ମାତ୍ର କରୋନା ଭାଇରସ୍‌ ଲକ୍‌ଡାଉନ୍‌ ଯୋଗୁ ରିଲିଜ୍‌ ତାରିଖ ଘୁଞ୍ଚାଯାଇଛି। ଏହା ଏକ ଷ୍ଟଣ୍ଟ ଫିଲ୍ମ। ଏଥିରେ ଅକ୍ଷୟଙ୍କୁ ଭୟଙ୍କର ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.