Below header

ଦାନ ଦେବା ସମୟରେ କରନ୍ତୁ ନାହିଁ ଏହିସବୁ ଭୁଲ୍‌, ଧ୍ୟାନରେ ରଖନ୍ତୁ ଏହିସବୁ କଥା

ହିନ୍ଦୁ ଧର୍ମରେ ଦାନର ଅନେକ ମହିମା ବିଷୟରେ ଉଲ୍ଲେଖ କରାଯାଇଛି। ମାନ୍ୟତା ଅନୁଯାୟୀ ଦାନ-ପୁଣ୍ୟ କରିବା ଦ୍ୱାରା କେବଳ ଘରେ ନୁହେଁ ସୁଖ-ଶାନ୍ତି ଦେଖାଯାଇନଥାଏ ବରଂ ଭଗବାନଙ୍କର ମଧ୍ୟ ଦର୍ଶନ ମିଳିଥାଏ। ଗରିବ କିମ୍ବା ଆବଶ୍ୟକ ଥିବା ଲୋକଙ୍କୁ ଦାନ ଦେବାର ମହିମା କେବଳ ହିନ୍ଦୁ ଧର୍ମରେ ନୁହେଁ ବରଂ ଦୁନିଆର ସମସ୍ତ ଧର୍ମରେ ଉଲ୍ଲେଖ କରାଯାଇଛି। କିନ୍ତୁ ଦାନ କରିବା ସମୟରେ କିଛି କଥା ଉପରେ ବିଶେଷ ଭାବେ ଧ୍ୟାନ ରକିବା ଜରୁରୀ। କାରଣ କିଛି ଦାନ ଏପରି ହୋଇଥାଏ, ଯାହା ଦେବା ଦ୍ୱାରା ଲାଭ ନୁହେଁ ବରଂ କ୍ଷତି ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ?

-ଶନିଙ୍କ ଶାନ୍ତି ପାଇଁ ଶନିବାର ଦିନ ତେଲ ଦାନ କରିବା ବହୁତ ଭଲ। କିନ୍ତୁ ଧ୍ୟାନ ରଖନ୍ତୁ ବ୍ୟବହାର କରିବା ପାଇଁ ଆଣିଥିବା ତେଲ କେବେ ବି ଦାନ କରନ୍ତୁ ନାହିଁ।

charity-କେବେ ବି ଝାଡୁ ଦାନ କରିବା ଅନୁଚିତ। ଝାଡୁ ମା’ ଲକ୍ଷ୍ମୀଙ୍କ ପ୍ରତୀକ। ମାନ୍ୟତା ଅନୁଯାୟୀ ଝାଡୁ ଦାନ କରିବା ଦ୍ୱାରା ଆର୍ଥିକ କ୍ଷତି ହୋଇଥାଏ।

-ହିନ୍ଦୁ ଧର୍ମରେ ବିଦ୍ୟା ଦାନକୁ ବହୁତ ବଡ ଦାନ ବୋଲି କୁହାଯାଇଥାଏ। ମାନ୍ୟତା ରହିଛଇ ଜ୍ଞାନ ଏବଂ ବିଦ୍ୟା ବାଣ୍ଟିବା ଦ୍ୱାରା ବଢିଥାଏ। କିନ୍ତୁ ଯଦି କାହାକୁ ବହି ଏବଂ କପି ଦାନ କରୁଛନ୍ତି ତେବେ ଏହା ଯେପରି ଚିରି ନଥିବ ସେଥିପ୍ରତି ଧ୍ୟାନ ରଖନ୍ତୁ ।

-ଭୋକିଲା ଥିବା ବ୍ୟକ୍ତିଙ୍କୁ ଖାଦ୍ୟ ଦେବା ଦୁନିଆର ସବୁଠାରୁ ବଡ କାର୍ଯ୍ୟ ବୋଲି କୁହାଯାଇଥାଏ। କିନ୍ତୁ କେବେ ବି କୌଣସି ଭୋକିଲା ବ୍ୟକ୍ତିଙ୍କୁ ବାସି ଖାଦ୍ୟ ଦିଅନ୍ତୁ ନାହିଁ। ଭୋକିଲା ବ୍ୟକ୍ତିଙ୍କୁ ଶ୍ରେଷ୍ଠ ଭୋଜନା କରାଇବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.