ରାଜ୍ୟରେ ପାଗରେ ଅସ୍ୱାଭାବିକ ପରିବର୍ତ୍ତନ: ୧୦ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ପାରା

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜ୍ୟରେ ପାଗରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଛି । ଅସହ୍ୟ ଖରା ସାଙ୍ଗରୁ ତାତି। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ବର୍ଷା ବଦଳରେ ଟାଇଁ ଟାଇଁ ଖରା । ଅସହ୍ୟ ଖରା ତାତିକୁ ନେଇ ଘରୁ ବାହାରିବା କଷ୍ଟସାଧ୍ଯ ହୋଇପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ରହିଛି ତାପମାତ୍ରା। ଦିନର ତାପମାତ୍ରା ୩୭ ଡିଗ୍ରୀ ସହ ମାଲକାନଗିରି ଓ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ତାପମାତ୍ରା ସବୁଠାରୁ ଅଧିକ ରହିଛି। ଭୁବନେଶ୍ୱର ଓ କଟକରେ ତାପମାତ୍ରା ରହିଛି ୩୬ ଦଶମିକ ୮ ଡିଗ୍ରୀ। ଏହାବ୍ଯତିତ‌ ଚାନ୍ଦବାଲିରେ ତାପମାତ୍ରା ରହିଛି ୩୬.୨, ବୌଦ୍ଧରେ ୩୬, ବାଲେଶ୍ୱରରେ ୩୫.୬, ତାଳଚେରରେ ୩୫.୩, ବଲାଙ୍ଗିର ଓ ନୟାଗଡ଼ରେ ୩୫ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.