କେନ୍ଦ୍ର ସରକାରଙ୍କ One Nation One Charger ପଲିସି, ଗୋଟିଏ Chargerରେ ଚାର୍ଜ ହେବ ସବୁ ଇଲେକଟ୍ରୋନିକ ଡିଭାଇସ୍‌

ଏବେ ଡିଜିଟାଲ ଦୁନିଆରେ ସବୁ କାମ ଫୋନରେ । ଫୋନରେ ଅଫିସ କାମ ମଧ୍ୟ ବାଦ ପଡୁନି। କିଛି ଜରୁରୀ ସୂଚନା ଜାଣିବା ପାଇଁ ହେଲେ ଆମେ ଫୋନକୁ ପ୍ରଥମେ ବାହାର କରିଥାଉ। ଏମିତିରେ ଏହି ଡିଭାଇସ୍‌ ଠିକ ରହିବା ନିହାତି ଜରୁରୀ। ସେଥିପାଇଁ ଫୋନର ଚାର୍ଜର ଏସବୁ ପାଇଁ ଏକ ବଡ଼ ଭୂମିକା ସାଜିଥାଏ।

ଏବେ ସବୁଆଡ଼େ ସ୍ମାର୍ଟଫୋନ। ସବୁ ସ୍ମାର୍ଟଫୋନର ଚାର୍ଜର ବି ଅଲଗା ଏବେ ତ ଇୟର କର୍ଡ ବି ଅଲଗାରେ କିଣିବାକୁ ପଡୁଛି। ମାନେ ସ୍ମାର୍ଟଫୋନକୁ କିଣି ବ୍ୟବହାର କରିବାର ସଉକକୁ ପୂରଣ କରିବା ପାଇଁ ହେଲେ ଏତେ ସବୁ କାମ କରିବାକୁ ସମସ୍ତେ ବାଧ୍ୟ। ତା ବାଦ୍‌ ରହିଛି ବିଭିନ୍ନ ସିମ୍‌ କୁ ନେଇ ବିଭିନ୍ନ ଦର। ତେବେ ଆଜି ଆମେ ଆପଣଙ୍କୁ ସିମ୍‌ ସମ୍ପର୍କରେ କହିବୁ ନାହିଁ। କାରଣ ଆଜିର ଏହି ଖବର ରହିଛି କେନ୍ଦ୍ର ସରକାରଙ୍କ One Nation One Charger ସ୍କିମକୁ ନେଇ..

ଫୋନକୁ ଚାର୍ଜ କରିବାକୁ ହେଲେ ଅଲଗା ଚାର୍ଜର। ଫୋନର ପାଓ୍ଵାରବ୍ୟାଙ୍କ କୁ ଚାର୍ଜ କଲେ ପୁଣି ଆଉ ଚାର୍ଜର। ବ୍ଲୁଟୁଥ ଡିଭାଇସ୍‌ କୁ ବି ଚାର୍ଜ କଲେ ସେଥିପାଇଁ ବି ଅଲଗା ଚାର୍ଜର..କେବଳ ଏତିକି ନୁହେଁ ବରଂ ଲାପଟପକୁ ଚାର୍ଜ କଲେ ମଧ୍ୟ ସମ୍ପୂର୍ଣ୍ଣ ଅଲଗା ଚାର୍ଜର.. ଏକ ରିପୋର୍ଟ ମୁତାବିକ ଜଣେ ଲୋକକୁ ନିଜ ଇଲେକଟ୍ରୋନିକ ଡିଭାଇସ୍‌ କୁ ଚାର୍ଜ କରିବା ପାଇଁ ହେଲେ ପାଖାପାଖି ୩ ରୁ ୪ ଟି ଚାର୍ଜରର ଆବଶ୍ୟକା ପଡ଼ୁଛି। ଏହି କାମକୁ ସବୁବେଳେ ମନେ ପକାଇ କରିବା ୟୁଜରଙ୍କୁ ଯେତିକି ଇରିଟେଟ୍‌ କରୁଛି ତା ଠୁ ବଡ଼ ସମସ୍ୟା ହେଉଛି ବଢ଼ୁଥିବା ଇଲେକଟ୍ରୋନିକ ଆବର୍ଜନା।

କିନ୍ତୁ ବହୁତ ଜଲଦି ଭାରତ ସରକାର One Nation One Charger ର ପଲିସି ଆଣିବାର ଶୁଣିବାକୁ ମିଳିଛି। ଯାହା ଲାଗୁ ହେବା ପରେ ମାତ୍ର ଗୋଟିଏ ଚାର୍ଜରେ ଆପଣଙ୍କର ସବୁ ଡିଭାଇସ୍‌ ଖୁବ ସହଜରେ ଚାର୍ଜ ହୋଇଯିବ। ଏବେ ଏହି ସିଙ୍ଗିଲ ଚାର୍ଜର ପଲିସି କଣ ? ଏହାର କଣ ଫାଇଦା ମିଳିବ ତଥା ଏହାକୁ କାହିଁକି କରାଯାଉଛି , ଏସବୁ ପ୍ରଶ୍ନର ଉତ୍ତର ଆଜି ଜାଣନ୍ତୁ।

ଖବର ମୁତାବିକ ମୋଦି ସରକାର One Nation One Charger ସ୍କିମ କୁ ନେଇ କାମ ଆରମ୍ଭ କରିଦେଇଛନ୍ତି। ଆଉ ଖୁବ ଶୀଘ୍ର ଏହି ନିୟମ ଲାଗୁ ହେବ। ଏହି ନିଷ୍ପତ୍ତି କ୍ରମେ ଏ ସମସ୍ତ ଇଲେକଟ୍ରୋନିକ ଡିଭାଇସ୍‌ ପାଇଁ କେବଳ ମାତ୍ର ଗୋଟିଏ ଚାର୍ଜର ୟୁଜ୍‌ ହେବ। ଏଥିରେ ସବୁ କମ୍ପାନୀର ମୋବାଇଲ, ଲାପଟପ୍‌, ଇୟରଫୋନ ଓ ଅନ୍ୟ ଡିଭାଇସ୍‌ ସାମିଲ ରହିବ। ପ୍ରକୃତରେ ଦେଶରେ ବଢ଼ୁଥିବା ଇଲେକଟ୍ରୋନିକ ବର୍ଜ୍ୟବସ୍ତୁ ସମସ୍ୟାକୁ ଦୂର କରିବା ପାଇଁ ୟୁରୋପିୟ ୟୁନିଅନ ବର୍ଷ ୨୦୨୪ ପର୍ଯ୍ୟନ୍ତ ଛୋଟ ଛୋଟ ଇଲେକଟ୍ରୋନିକ ଡିଭାଇସ୍‌ ପାଇଁ ଏକ ୟୁଏସବି ସି ପୋର୍ଟ କୁ କମନ ଚାର୍ଜି ନମ୍‌ ଆପଣାଇବାର ଘୋଷଣା କରିଛି। ଏମିତି କିଛି ଦାବି ଆମେରିକା ମଧ୍ୟ କରିଥିବାର ଶୁ ଣିବାକୁ ମିିଳିଛି। ଏହାକୁ ଦେଖି ଭାରତ ସରକାର ମଧ୍ୟ ଏହି ଯୋଜନା ଉପରେ କାର୍ଯ୍ୟକାରୀ କରୁଛନ୍ତି।

ତେଣୁ ଏହାକୁ ନେଇ ଚ ଚର୍ଚ୍ଚା ଚାଲିଛି ଯେ ଖୁବ ଶୀଘ୍ର ଭାରତରେ ମଧ୍ୟ Common Charger Policy ଲାଗୁ କରାଯିବ। ରିପୋର୍ଟ ରୁ ଜଣାପଡ଼ିଛି ଯେ ଖରାପ ହୋଇଯାଉଥିବା ଇଲେକଟ୍ରୋନିକ ପ୍ରଡକ୍ଟ କୁ ଆମେ ଡଷ୍ଟବିନରେ ଫୋପାଡ଼ିଦେଇଥାଉ। ପରେ ଯେତେବେଳେ ତାହା ମାଟିରେ ମିଶେ ସେତେବେଳେ ଏଥିରୁ ବାହାରୁଥିବା କେମିକାଲ ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏଥିରୁ ଲିଭର, କିଡନୀ ତଥା କ୍ୟାନସର ଭଳି ଗମ୍ଭୀର ରୋଗ ମଧ୍ୟ ହେଉଛି।

ଦର୍ଶକବନ୍ଧୁ ଦୁନିଆରେ ବ୍ୟବହାର ହେଉଥିବା ଚାର୍ଜିଂ ସିଷ୍ଟମ ୩ ପ୍ରକାରର ହୋଇଥାଏ। ପାଖାପାଖି ୩୭୫ ମିଲିୟନ ମାଇକ୍ରୋ ୟୁଏସବି ପୋର୍ଟ ଚାର୍ଜର ହୋଇଥିବା ବେଳେ ୫୦୦ ମିଲିୟନ ଫୋନ ଟାଇପ ସି ଚାର୍ଜରରେ ଚାର୍ଜ ହୋଇଥାଏ। ଏହାବ୍ୟତିତ ଆଇଫୋନକୁ ଚାର୍ଜ କରିବା ପାଇ ଁ ଲାଇଟନିଂ କେବଲ କୋଡର ବ୍ୟବହାର ହୋଇଥାଏ । କମନ ଚାର୍ଜର ପଲିସି ମୁତାବକ ସୂଚନା ମିିଳିଛି ଯେ ସରକାର କେବଳ ଦୁଇ ପ୍ରକାରର ଚାର୍ଜରକୁ ଅନୁମତି ଦେବେ। ଯାହାଦ୍ୱାରା ଲାପଟପ ରୁ ଆରମ୍ଭ କରି ଫୋନ ପର୍ଯ୍ୟନ୍ତ ସବୁକିଛି ଚାର୍ଜ ହୋଇପାରିବ। ଏମିତିରେ ଲୋକଙ୍କ ଟଙ୍କା ବି ବଞ୍ଚିବ ଓ ଇ-କଚରା ଦୁଇଟି କଣ୍ଟ୍ରୋଲରେ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.