ଡିସ୍ ଟିଭିର ନୂଆ ଧମାକା, ଏବେ ଏକ ମାସ ପାଇବେ ଫ୍ରି ଏଣ୍ଟରଟେନ୍ମେଣ୍ଟ
ନୂଆଦିଲ୍ଲୀ : ଡିସ୍ ଟିଭି ନିଜର ଗ୍ରାହକଙ୍କ ପାଇଁ ଏକ ସୁନ୍ଦର ଅଫର ଆଣିଛି । ଏବେ ସବୁ ନୁଆ ଓ ପୂରୁଣା ଗ୍ରାହକଙ୍କ ପାଇଁ ଗୋଟିଏ ମାସ ପାଇଁ ଫ୍ରି ସବ୍କ୍ରିପ୍ସନ୍ ଦେଉଛି ଡିସ୍ ଟ ିଭି । ଉଠାନ୍ତୁ ଏହାର ଫାଇଦା ।
ଗୋଟିଏ ମାସ ଫ୍ରି ସବ୍କ୍ରିପ୍ସନ୍
ଡିସ୍ ଟିଭି ଅନୁଯାୟୀ ଏବେ ସବୁ ଗ୍ରାହକଙ୍କୁ ୧ ମାସ ଫ୍ରି ସବ୍କ୍ରିପ୍ସନ୍ ଦିଆଯାଉଛି । ତେବେ ଏଥିପାଇଁ ଗ୍ରାହକଙ୍କୁ ଗୋଟିଏ ବର୍ଷ ପାଇଁ ରିଚାର୍ଜ କରିବାକୁ ପଡ଼ିବ । ୧୨ ମାସ ସବ୍କ୍ରିପ୍ସନ୍ ନେଲେ ଡିସ୍ ଟିଭି ଗୋଟିଏ ମାସ ଫ୍ରି ସବ୍କ୍ରିପ୍ସନ୍ ଦେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଆଉ କେତେକ ଆକର୍ଷକ ଯୋଜନା
ଏହାଛଡ଼ା ଯଦି ୟୁଜର୍ସ ୬ ମାସରୁ ଅଧିକ ରିଚାର୍ଯ କରନ୍ତି ତେବେ ୧୫ ଦିନ ମାଗଣା ସେବା ଦିଆଯିବ । ଏବଂ ୩-୫ ମାସ ପାଇଁ ରିଚାର୍ଜ କଲେ ୭ ଦିନ ପାଇଁ ଫ୍ରି ସବ୍କ୍ରିପ୍ସନ୍ ମିଳିବ ବୋଲି ଡିସ୍ ଟିଭି ପକ୍ଷରୁ କୁହାଯାଇଛି ।
WATCHO ପାଇଁ ମଧ୍ୟ ମିଳିବ ଫ୍ରି ସବ୍କ୍ରିପ୍ସନ୍
ଡିସ୍ ଟିଭି ନିଜର ଗ୍ରାହକଙ୍କୁ WATCHO ଏପ୍ସ ରେ ମଧ୍ୟ ମାଗଣାରେ ସବ୍କ୍ରିପ୍ସନ୍ ଦେଉଛି । ଏହି ଆପ୍ସରେ ଆପଣ OTT ପ୍ଲାଟଫର୍ମରେ କେତେପ୍ରକାର େଓ୍ଵବ୍ ସିରିଜ୍ ଓ ଅରିଜିନାଲ୍ର ମଜା ନେଇପାରିବେ ।
D2H ଗ୍ରାହକଙ୍କ ପାଇଁ ୫ ବର୍ଷ ଓ୍ଵାରେଣ୍ଟି
ଡିସ୍ ଟିଭି ନିଜର D2H ଗ୍ରାହକଙ୍କ ପାଇଁ ଏକ ଖାସ ପ୍ଲାନ ନେଇକରି ଆସୁଛନ୍ତି । କମ୍ପାନୀ ଅନୁସାରେ ଗ୍ରାହକଙ୍କୁ ପୁରା ୫ ବର୍ଷ ପାଇଁ ସେଟ୍ ଟପ୍ ବକ୍ସ ଉପରେ ଓ୍ଵାରେଣ୍ଟି ଦିଆଯିବ । ପୂର୍ବରୁ ଗ୍ରାହକଙ୍କୁ ସେଟ୍ ଟପ୍ ବକ୍ସରେ ୩ ବର୍ଷ ପାଇଁ ଓ୍ଵାରେଣ୍ଟି ଦିଆଯାଉଥିଲା ।