୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଆଞ୍ଚଳ ପାଇଁ କେଉଁ ତାରିଖରେ ଭୋଟ ହେବ ନଜର ପକାନ୍ତୁ

କେନ୍ୟୁଜ୍(ବ୍ୟୁରୋ): ବାଜିଲା ନିର୍ବାଚନ ବିଗୁଲ। ମଇଦାନ କମ୍ପାଇବେ ରାଜନୈତିକ ଦଳ।  ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଆଞ୍ଚଳର ନିର୍ବାଚନ ପାଇଁ ପ୍ରେସମିଟରେ ତାରିଖ ଘୋଷଣା କଲେ କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର।

୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୧ ଏପିଲରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୬ ଏପ୍ରିଲରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ,ଏପ୍ରିଲ ୧୦ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଏପ୍ରିଲ ୧୭ରେ ପଞ୍ଚମ ପର୍ଯ୍ୟାୟ, ଏପ୍ରିଲ ୨୨ରେ ଷଷ୍ଠ ପର୍ଯ୍ୟାୟ,ଏପ୍ରିଲ ୨୬ରେ ସପ୍ତମ ପର୍ଯ୍ୟାୟ, ଏପ୍ରିଲ ୨୯ରେ ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ହେବ।

କେରଳ ,ତାମିଲନାଡୁ ଓ ପୁଡୁଚେରୀରେ  ଗୋଟିଏ ପର୍ଯ୍ୟାୟ ନିର୍ବାଚନ ହେବ । ସେହିପରି ଆସାମରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ ଓ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ ଓ ମେ ୨ରୁ ୪ ରାଜ୍ୟ ଓ ପୁଡୁଚେରୀର ରେଜଲ୍ଟ  ବାହାରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।  କିନ୍ତୁ ଆଜିର ବିଜ୍ଞପ୍ତିରେ ପିପିଲି ନିର୍ବାଚନ ପାଇଁ କୌଣସି ତାରିଖ ଘୋଷଣା ହାଇ ନାହିଁ। ପରେ ପିପିଲି ଆସନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.