Below header

IIT କାନପୁରର ଛାତ୍ରଛାତ୍ରୀ ନିର୍ମାଣ କଲେ ଏକ ସ୍ୱତନ୍ତ୍ର ମ୍ୟାଟ, ନିମିଷକରେ ସ୍ୱଚ୍ଛ କରିବ ବାୟୁମଣ୍ଡଳ

ବୈଜ୍ଞାନିକ ମାନେ ଏମିତି ଏକ ମ୍ୟାଟ ବିକଶିତ କରିଛନ୍ତି ଯାହା ନିକଟସ୍ଥ ବାୟୁମଣ୍ଡଳକୁ ଶୁଦ୍ଧ କରିପାରିବ । ଏହା ସହ ମହଙ୍ଗା ତଥା ସମ୍ବେଦନଶୀଳ ଉପକରଣ ଗୁଡିକର ଧୂଳିକଣା ଗୁଡିକୁ ବି ଶୁଦ୍ଧ କରିବ । ଏହା ଦ୍ୱାରା ଘର, କାର୍ଯ୍ୟାଳୟ, ହସ୍ପିଟାଲ ଓ ପ୍ରୟୋଗଶାଳା ଜଳବାୟୁକୁ ମଧ୍ୟ ସ୍ୱଚ୍ଛ କରିବ । ମହଙ୍ଗା ତଥା ସମ୍ବେଦନଶୀଳ ଉପକରଣ ଗୁଡିକୁ ବିଶୁଦ୍ଧ କରି ଏକ ସ୍ୱଚ୍ଛ ବାତାବରଣ ସୃଷ୍ଟି କରିପାରିବ । ଏହାର ନିର୍ମାତା ମାନେ କହିଛନ୍ତି ଏହି ମ୍ୟାଟକୁ ବାରମ୍ବାର ଧୋଇ ପରିଷ୍କାର କରି ବ୍ୟବହାର କରାଯାଇ ପାରିବ ।

ଆଇଆଇଟି କାନପୁରର ରସାୟନ ଇଂଜିନିୟରିଙ୍ଗ ବିଭାଗର ପ୍ରଫେସର ଅନିମାନସୁ ଘଟକ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଦୌଗିକ ବିଭାଗ ସହାୟତାରେ “ମେକ ଇନ ଇଣ୍ଡିଆ” କାର୍ଯ୍ୟକ୍ରମ ଅଧୀନରେ ଏହି ମେଟଟିକୁ ବିକଶିତ କରିଛନ୍ତି । ଘର କାନ୍ଥରେ ଚଢ଼ୁଥିବା ଝିଟିପିଟି ପ୍ରଜାତିର ସରୀସୃପଙ୍କ ପଞ୍ଝାରେ ଦେଖା ଦେଉଥିବା ଏକ ପ୍ରକାର ଅଠା ଦ୍ୱାରା ପ୍ରେରିତ ହୋଇ ହିଁ ଏହି ମେଟ ଟିର ଗଠନ କରିଛନ୍ତି ।

ମେଟରେ ମହଜୂତ ଥିବା ଅତି ସୂକ୍ଷ୍ମ ପିରାମିଡ ଆକାରର ଵମ୍ପ ସାହାଯ୍ୟରେ ଧୂଳିକଣା ଗୁଡିକୁ ନିଜ ଆଡକୁ ଟାଣି ନେଇଥାଏ । ବୈଜ୍ଞାନିକ ମାନେ ମେଟର ବିକାଶ ପାଇଁ ଏକ ବଡ଼ ଭିତରେ ଏକ ବଡ ସ୍ଥାନ କରିବା ସହିତ ସୁବ୍ୟବସ୍ଥା ମଧ୍ୟ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.