ନିଜସ୍ୱ ସ୍ମାର୍ଟଓ୍ଵାଚ୍‌ ଲଞ୍ଚ୍‌ କରିବାକୁ ଯାଉଛି Facebook‌, ଆପଲ ଓ୍ଵାଚ୍‌କୁ ଦେବ କଡ଼ା ଟକ୍କର

ଦୁନିଆର ସବୁଠୁ ବଡ଼ ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌ ଏବେ ସ୍ମାର୍ଟ ଓ୍ଵାଚ୍‌ ତିଆରି କରିବାକୁ ଯାଉଛି। ଫେସ୍‌ବୁକ୍‌ ଏକ ଏଭଳି ସ୍ମାର୍ଟଓ୍ଵାଚ୍‌ ତିଆରି କରୁଛି, ଯେଉଁଥିରେ ଫିଟ୍‌ନେସ୍‌ ଟ୍ରାକର ଫିଚର ସମେତ ମେସେଜ୍‌ ପଠାଇବା ସୁବିଧା ମଧ୍ୟ ରହିବ।

ସୂଚନାନୁସାରେ, ଫେସ୍‌ବୁକ୍‌ର ସ୍ମାର୍ଟଓ୍ଵାଚ୍‌ର ବିକ୍ରି ଆସନ୍ତା ବର୍ଷଠାରୁ ଆରମ୍ଭ ହେବ। କେତେକ ରିପୋର୍ଟରେ କୁହାଯାଉଛି ଯେ ଫେସ୍‌ବୁକ୍‌ର ସ୍ମାର୍ଟଓ୍ଵାଚ୍‌ର ଟକ୍କର ଆପଲ ଓ ହୁଓ୍ଵାଇ ଭଳି କମ୍ପାନୀର ସ୍ମାର୍ଟଓ୍ଵାଚ୍‌ ସହ ହେବ। ରିପୋର୍ଟ ମୁତାବକ, ଫେସ୍‌ବୁକ୍‌ର ଓ୍ଵାଚ୍‌ରେ ସେଲ୍ୟୁଲାର କନେକ୍ସନ୍‌ ରହିବ ଯାହା ସାହାଯ୍ୟରେ ୟୁଜର୍ସ ମେସେଜ୍‌ ପଠାଇପାରିବେ। ଫେସ୍‌ବୁକ୍‌ର ସ୍ମାର୍ଟଓ୍ଵାଚ୍‌ର ଡାଏଲ ସର୍କୁଲାର ହେବ।

କୁହାଯାଉଛି ଯେ କାର୍ଲିଫର୍ଣ୍ଣିଆର କମ୍ପାନୀ Menlo Park ଫେସ୍‌ବୁକ୍‌ର ଏହି ସ୍ମାର୍ଟଓ୍ଵାଚ୍‌ ପାଇଁ ହାର୍ଡ ୱେୟାର ପ୍ରସ୍ତୁତ କରିବ। ଏହା ପୂର୍ବରୁ ଏହି କମ୍ପାନୀ ଫେସ୍‌ବୁକ୍‌ ସହ ଭର୍ଚୁଆଲ ରିଆଲିଟି ହେଡସେଟ୍‌ ଓ ଭିଡିଓ ଚ୍ୟାଟିଂ ଡିଭାଇସ୍‌ ପୋର୍ଟାଲ ପାଇଁ କାମ କରିସାରିଛି। ତେବେ ଏନେଇ ଫେସ୍‌ବୁକ୍‌ ଅଧିକାରୀଙ୍କ ଠାରୁ କୌଣସି ସୂଚନା ମିଳିପାରିନାହିଁ। ପ୍ରକାଶ ଯେ ଆପଲ ଓ୍ଵାଚ୍‌ ହେଉଛି ଦୁନିଆର ସବୁଠୁ ଲୋକପ୍ରିୟ ସ୍ମାର୍ଟଓ୍ଵାଚ୍‌। ଏହାର ୟୁଜର୍ସ ସଂଖ୍ୟା ୧୦୦ ମିଲିୟନ୍‌ ଅର୍ଥାତ୍‌ ୧୦ କୋଟିରୁ ଊର୍ଦ୍ଧ୍ୱ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.