ଆଜି ରାଜ୍ୟରେ ଚିହ୍ନଟ ହେଲେ ୮୮ ଜଣ କରୋନା ଆକ୍ରାନ୍ତ, ଗଲା ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୮୮ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୫୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ହଜାର ୨୬୨କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୩୩ହଜାର ୫୫୪। ଆକ୍ଟିଭ କେସ୍‌ ରହିଛି ୭୪୪।

  ସେହିପରି ରାଜ୍ଯରେ ଆଜି ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ । ସମ୍ବଲପୁର ଜିଲ୍ଲାର ଜଣେ ୭୪ ବର୍ଷିୟ ବ୍ଯକ୍ତିଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.