Below header

ଫେସ୍‌ବୁକ୍‌ରେ କରୋନା ସମ୍ବନ୍ଧୀୟ କିଛି ପୋଷ୍ଟ କରୁଥିଲେ ସାବଧାନ! ବ୍ଲକ୍‌ ହୋଇଯିବ ଆକାଉଣ୍ଟ

ଯଦି ଆପଣ ଏବେ ଫେସବୁକ୍‌ରେ କରୋନା ଭାଇରସ୍‌ ସମ୍ବନ୍ଧୀୟ କିଛି ପୋଷ୍ଟ କରୁଛନ୍ତି ତେବେ ଏବେଠୁ ସାବଧାନ ହୋଇଯାଆନ୍ତୁ। ଫେସ୍‌ବୁକ୍‌ ଏବେ କରୋନା ଭାଇରସ୍‌ ସହ ଜଡ଼ିତ ଭୁଲ ସୂଚନା ଦେଉଥିବା ଆକାଉଣ୍ଟକୁ ବ୍ଲକ୍‌ କରିବା ଆରମ୍ଭ କରିଛି। ନିକଟରେ ଫେସ୍‌ବୁକ୍‌ ଗୁଜବ ଭାଇରାଲ କରୁଥିବା ପ୍ରାୟ ୭୦ ଲକ୍ଷ ଆକାଉଣ୍ଟକୁ ହଟାଇ ଦେଇଛି। ଏହା ବ୍ୟତୀତ ଫେସ୍‌ବୁକ୍‌ ଆତଙ୍କୀ ସଂଗଠନ ସହ ଜଡ଼ିତ ପ୍ରାୟ ୮୭ ଲକ୍ଷ ପୋଷ୍ଟକୁ ବି ଡିଲିଟ୍‌ କରିଛି।

ଫେସ୍‌ବୁକ୍‌ ମୁତାବକ କମ୍ପାନୀ କଣ୍ଟେଣ୍ଟ ରିଭ୍ୟୁ କରିବା ପାଇଁ ଏବେ ଅଫିସ ରିଭ୍ୟୁ ତୁଳନାରେ ଅଟୋମେଶନ୍‌ ଟେକ୍ନିକ୍‌ର ବ୍ୟବହାର କରୁଛି। ଫେସ୍‌ବୁକ୍‌ର କହିବାନୁସାରେ କମ୍ପାନୀ ନିଜ ହେଟ୍‌ ସ୍ପିଚ୍‌ ପଲିସିକୁ ମଧ୍ୟ ଦ୍ରୁତ ଗତିରେ ପ୍ରଚାର ପ୍ରସାର କରୁଛି। ଫଳରେ ଭବିଷ୍ୟତରେ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ସାବାଡ଼ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.