ଆଜି ରାଜ୍ଯରେ ସର୍ବାଧିକ ୨୪୯୬ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ ବାହାରିଲେ କେତେ?

ଭୁବନେଶ୍ବର: ଆଜି ରାଜ୍ଯରେ ୨୪୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୫୯୧ ଏବଂ ଲୋକାଲ୍ କେସରୁ ୯୦୫ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୫୭,୧୨୬ରେ ପହଁଚିଛି। ଏମାନଙ୍କ ୩୯୨୦୫ ସୁସ୍ଥ ହୋଇସାରିଥିବାବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୭,୫୩୫ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୮ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୨,ବାଲେଶ୍ବରରୁ ୧୬୫,ବରଗଡରୁ ୩୬, ଭଦ୍ରକରୁ ୧୦୨, ବଲାଙ୍ଗିରରୁ ୯୨, ବୌଦ୍ଧରୁ ୧୧୫, କଟକରୁ ୧୨୮,ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଗଞ୍ଜାମରୁ ୩୨୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, ଝାରସୁଗୁଡା ୧୯, କଳାହାଣ୍ଡିରୁ ୪୨, କନ୍ଧମାଳରୁ ୯୮, କେନ୍ଦ୍ରାପଡାରୁ ୧୩, କେନ୍ଦୁଝରରୁ ୫୧,କୋରାପୁଟରୁ ୧୩୩, ମାଲକାନଗିରିରୁ ୭୩,ମୟୁରଭଞ୍ଜରୁ ୨୩,ନବରଙ୍ଗପୁରରୁ ୧୧,ନୟାଗଡରୁ ୪,ନୂଆପଡାରୁ ୧୬, ପୁରୀରୁ ୯୩,ରାୟଗଡାରୁ ୧୪୬,ସମ୍ବଲପୁରରୁ ୮୧ ,ସୋନପୁରରୁ ୨୦ ଏବଂ ସୁନ୍ଦରଗଡରୁ ୧୫୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.