Facebook ଆଣ୍ଡ୍ରଏଡ ଆପରେ ଆସିଲା ଡାର୍କ ମୋଡ ସପୋର୍ଟ, ଏମିତି କରନ୍ତୁ ଆକ୍ଟିଭେଟ

ଫେସବୁକ ବ୍ବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ଏବେ ଫେସବୁକର ଆଣ୍ଡ୍ରଏଡ ଭର୍ସନରେ ଡାର୍କ ମୋଡ ଦିଆଯାଇଛି। କମ୍ପାନୀ iOS ଏବଂ Android ଆପ୍ ପାଇଁ ଡାର୍କ ମୋଡ ଟେଷ୍ଟିଂ ବହୁତ ପୂର୍ବରୁ ଆରମ୍ଭ କରିଦେଇଥିଲା।

ସୂଚନାଯୋଗ୍ୟ, ଫେସବୁକର iOS ଆପ୍ ପାଇଁ ଡାର୍କ ମୋଡ ଆସିଛି, କିନ୍ତୁ କମ୍ପାନୀ ଏଯାଏଁ କେବଳ କିଛି ୟୁଜସର୍ଙ୍କୁ ଦେଇଛି। ଅର୍ଥାତ୍ ଏହାକୁ ଏପର୍ଯନ୍ତ ପବ୍ଲିକ ରୋଲ ଆଉଟ କରାଯାଇନାହିଁ। ଏହାର ଏକ ଛୋଟ ଭିଡିଓ ଟ୍ବିଟରରେ ଜଣାଶୁଣା ଟିପଷ୍ଟର Jane Manchun Wrong ଟ୍ବିଟ୍ କରିଥିଲେ। ପୂର୍ବରୁ ଫେସବୁକର ଡାର୍କ ମୋଡ ଫିଚର ଫେସବୁକର ଇଣ୍ଟରଫେସ ପାଇଁ ପ୍ରଥମରୁ ଆସିସରିଛି। ନିକଟରେ ଫେସବୁକ୍ ୱେବ ଲେଆଉଟ ମଧ୍ୟ ପରିବର୍ତ୍ତନ କରାଯାଇଛି। ଯେଉଁଥିରେ ଡାର୍କ ମୋଡ କାମ କରୁଛି।

facebook

ଫେସବୁକ ଆଣ୍ଡ୍ରଏଡ ଆପରେ ଡାର୍କ ମୋଡ ପାଇବା ପାଇଁ ଆପ୍ ସେଟିଂକୁ ଯାଇ setting & Privacy ସେକ୍ସନକୁ ଯିବାକୁ ହେବ। ସେଠାରେ ଡାର୍କ ମୋଡ ଅପସନ ଦେଖାଇବ। ଏହାକୁ ତା’ ପରେ ଆକ୍ଟିଭେଟ କରିଦେବେ। ଆପକୁ ଗୁଗଲ ପ୍ଲେ ଷ୍ଟୋରରୁ ଅପଡେଟ କରିବା ପରେ ଆପଣଙ୍କୁ ଡାର୍କ ମୋଡ ଅପସନ ମଧ୍ୟ ମିଳିବ। ଡାର୍କ ମୋଡ ଏବେ ବେଶ ଲୋକପ୍ରିୟ ହେବାରେ ଲାଗିଛି। ସବୁ ବଡ ଆପରେ ଡାର୍କ ମୋଡ ସପୋର୍ଟ ମଧ୍ୟ ଦିଆଯାଇଛି। ଏହାର ଅନେକ ଫାଇଦା ମଧ୍ୟ ରହିଛି। ଡାର୍କ ମୋଡ ବବହାର କରିବା ଦ୍ବାରା ବାଟେରୀ କମ୍ ଖର୍ଚ୍ଚ ହେବା ସହିତ ଆଖି ଉପରେ ଅଧିକ ପ୍ରଭାବ ପଡିନଥାଏ।

 

Leave A Reply

Your email address will not be published.