ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ କରୋନା ପଜିଟିଭ। ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ରାଜ୍ୟପାଳ। ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିବେ ସେମାନେ ନିଜେ ନିଜର କରୋନା ଟେଷ୍ଟ କରାଇବାକୁ ରାଜ୍ୟପାଳ ନିବେଦନ କରିଛନ୍ତି।
ରାଜଭବନର ୬ ଜଣ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟପାଳଙ୍କ ପଜିଟିଭ୍ ହୋଇଥିବା ଶୁଣି ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶୀଘ୍ର ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ନବୀନ ପଟ୍ଟନାୟକ।