ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ, ଶୁଭାରମ୍ଭ କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ। ପୋଲିସ ଡିଜି ଅଭୟ ଏହାର ଶୁଭାରମ୍ଭ କରିଛନ୍ତି। ଏଠାରେ ସାଇବର କ୍ରାଇମର ତଦନ୍ତ ପାଇଁ ଟ୍ରେନିଂ ଦିଆଯିବ। ୬ ମାସ ମଧ୍ୟରେ ରାଜ୍ୟ ପୋଲିସର ସୋସିଆଲ ମିଡିଆ ସେଲ୍‌ କାମ କରିବ। ୨୦୦ଜଣ ପୋଲିସଙ୍କୁ ଏଠି ଟ୍ରେନିଂ ଦିଆଯିବ। ସାଇବର କ୍ରାଇମରେ ନୂଆ ଟେକନୋଲୋଜି ବ୍ୟବହାର କରାଯିବ।

ଏବେ ରାଜ୍ୟରେ ୪ଟି ସାଇବର କ୍ରାଇମ୍‌ ଥାନା ଅଛି। ସବୁ ଥାନାରେ ସାଇବର କ୍ରାଇମ୍‌ ତଦନ୍ତ ହେବ। ଏଥିପାଇଁ ଜଣେ ଲେଖାଏଁ ଅଫିସରଙ୍କୁ ଟ୍ରେନିଂ ଦିଆଯିବ। ଗତବର୍ଷ ୧୫୦୦ ମାମଲା ରୁଜୁ ହୋଇଥିଲା। ଚଳିତବର୍ଷ ୨ ହଜାର ଅଧିକ ମାମଲା ରୁଜୁ ହୋଇଛି। ପୂର୍ବରୁ ସାଇବର ଥାନା କଟକରେ ଥିଲା। ଏବେ ତାହା ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.