Below header

ଥାନାରେ ପହଞ୍ଚିଲେ ‘ବାବା କା ଢାବା’ର ବାବା, ଫେମସ କରିଥିବା ୟୁଟ୍ୟୁବର ବିରୋଧରେ ରୁଜୁ କଲେ ମାମଲା, ଜାଣନ୍ତୁ କାହିଁକି

ଇଣ୍ଟରନେଟରେ ରାତାରାତି ଚର୍ଚ୍ଚାକୁ ଆସିଥିଲା ‘ବାବା କା ଢାବା’। ଦିଲ୍ଲୀ ମାଲବୀୟ ନଗରରେ ଏକ ବୟସ୍କ ବ୍ୟକ୍ତି ନିଜର ସ୍ତ୍ରୀଙ୍କ ସହିତ ଢ଼ାବା ଚଲାଉଛନ୍ତି, ଯାହାଙ୍କର ନାମ ‘ବାବା କା ଢ଼ାବା’। ଯିଏ ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ। ପୂର୍ବରୁ ଲକଡାଉନ ପରେ ତାଙ୍କ ଢ଼ାବାକୁ କେହି ଲୋକ ଖାଇବାକୁ ଆସୁନଥିଲେ। ଥରେ ଜଣେ ବ୍ୟକ୍ତି ତାଙ୍କ ଦୋକାନରେ ପହଁଚିଲେ ଆଉ ବୟସ୍କ ବ୍ୟକ୍ତିଙ୍କ ପୂରା କାହାଣୀ ଶୁଣି କାନ୍ଦି ପକାଇଲେ। ଯାହାପରେ ତାଙ୍କର ଦୁଃଖ କାହାଣୀର ପୂରା ଭିଡିଓ ବନାଇ ସୋସିଆଲ ମିଡିଆରେ ସେୟାର କରିଦେଲେ। ଆଉ ଦେଖୁ ଦେଖୁ ଭିଡିଓଟି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ମୋବାଇଲରେ ବି ଘୂରି ବୁଲିଲା। ଏହି ଭିଡିଓ ସେହି ବୃଦ୍ଧଙ୍କ ଭାଗ ବଦଳାଇଦେଇଥିଲା। ଏବେ ଏହି ‘ବାବା କା ଢାବା’ ନାମରେ ପଇସା ହେରଫେର ହେଉଥିବା ଅଭିଯୋଗ ଆସିଛି।

ଖବର ମୁତାବକ, ଏହି ‘ବାବା କ ଢାବା’କୁ ଅନେକ ଲୋକ ଡୋନେସନ ବା ଚାନ୍ଦା ଦେଇଥିଲେ। ଯାହା ଏବେ ହେରଫେର ହେଉଛି ବୋଲି ଅଭିଯୋଗ ହୋଇଛି। ଏହି ମାମଲାରେ ଜଣେ ୟୁଟ୍ୟୁବର ଲକ୍ଷ ଚୌଧୁରୀ ଆରୋପ ଲଗାଇଛନ୍ତି। ସେ କହିଛନ୍ତି କି, ବାବା କି ଢାବାର ମାଲି କାନ୍ତା ପ୍ରସାଦଙ୍କ ପାଖକୁ ଆସୁଥିବା ଅର୍ଥ ତାଙ୍କ ପାଖକୁ ନ ଆସି ଯେଉଁ ବ୍ୟକ୍ତି ଭିଡିଓ କରି ୟୁଟ୍ୟୁବ୍ର ଭାଇରଲ କରିଥିଲେ ତାଙ୍କ ଏବଂ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଯାଉଛି।

delhi

ତେଣୁ କାନ୍ତା ପ୍ରସାଦ ଅର୍ଥ ହେରଫେର ମାମଲାରେ ମାଲବୀୟ ନଗର ଥାନାରେ ଅଭିଯୋଗ କରିଛନ୍ତି। କାନ୍ତା ପ୍ରସାଦ ୟୁଟ୍ୟୁବ୍ର ଗୌରବ ପ୍ରସାଦଙ୍କ ବିରୋଧରେ ଥାନାରେ କେସ କରିଛନ୍ତି। ଜଣେ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ବୃଦ୍ଧ କାନ୍ତା ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ଚାଲିଛି। କିନ୍ତୁ ଏପର୍ଯନ୍ତ ଏହି ମାମଲାରେ କୌଣସି ଏଫଆଇଆର ଦାୟର ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.