ଚାଷୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା, ଏହି ନମ୍ବରରେ ମିସ୍‌ କଲ୍‌ କରି ଆକାଉଣ୍ଟରେ ପାଆନ୍ତୁ ଟଙ୍କା

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ ଖୁସି ଖବର । ଯଦି ଆପଣ ମଧ୍ୟ ଜଣେ ଚାଷୀ, ତେବେ ଦେଶର ସରକାରୀ ବ୍ୟାଙ୍କ ପିଏନବି ଆପଣଙ୍କ ପାଇଁ ଏକ ବଡ ଉପହାର ନେଇ ଆସିଛି। ଯଦି ଆପଣଙ୍କୁ ଟଙ୍କା ଦରକାର, ତେବେ ଆପଣଙ୍କୁ କେବଳ ଏକ ମିସ୍ କଲ୍ କରିବାକୁ ପଡ଼ିବ, ଯାହାଦ୍ୱାରା ଆପଣଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ମିଳିପାରିବ । ଚାଷୀଙ୍କ ଇନକମ୍‌ ବା ଆୟକୁ ବଢ଼ାଇବାକୁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯାହାଦ୍ୱାରା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଉଛି । ତେବେ ଆସନ୍ତୁ ଜାଣିନେବା କେଉଁ ନମ୍ବରରେ ଆପଣଙ୍କୁ ମିସ୍ କଲ୍ ଦେବାକୁ ପଡିବ ଆସନ୍ତୁ ଜାଣିବା।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏହାର ଅଫିସିଆଲ ଟ୍ୱିଟରରେ କହିଛି ଯେ, ଯଦି ଚାଷୀଙ୍କୁ ଟଙ୍କା ଦରକାର ହୁଏ, ତେବେ ସେମାନଙ୍କୁ ଚିନ୍ତା କରିବା ଆବଶ୍ୟକ ନାହିଁ । ଚାଷୀମାନଙ୍କୁ କେବଳ ଏକ ମିସ୍ କଲ କରିବାକୁ ପଡିବ ଏବଂ ଏହା ପରେ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିବ ।

ଜାଣନ୍ତୁ କିପରି ଆବେଦନ କରିବେ?

ପିଏନବି ପକ୍ଷରୁ ଚାଷୀଙ୍କୁ କୃଷି ଲୋନ୍ ଦିଆଯାଉଛି, ଯାହା ଅଧିନରେ ଚାଷୀଙ୍କ ଆୟ ବଢ଼ିବା ସହ ସେମାନଙ୍କ ଜୀବନ ଜୀବିକା ମଧ୍ୟ ଉନ୍ନତ ହେବ । ଏହି ଲୋନ୍ ପାଇଁ ମେସେଜ୍ ଜରିଆରେ, ମିସ୍ କଲ ଜରିଆରେ ଅବା ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ।

ଫୋନରେ ସେଭ୍ କରନ୍ତୁ ଏହିସବୁ ନମ୍ବର:-

-କୃଷି ଲୋନ୍ ପାଇଁ ଆପଣଙ୍କୁ ୫୬୦୭୦ କୁ ଏସଏମଏସ କରିବାକୁ ପଡିବ ଏବଂ ଏଥିରେ LOAN ଲେଖିବାକୁ ପଡିବ ।
-ଏହା ବ୍ୟତୀତ ଆପଣ ୧୮୦୦୧୮୦୫୫୫୫ ରେ ମିସ୍ କଲ୍ ଦେଇପାରିବେ ।
-ଆପଣ ୧୮୦୦୧୮୦୨୨୨୨ ରେ କଲ୍ ସେଣ୍ଟର ସହିତ ଯୋଗାଯୋଗ କରିପାରିବେ ।
-ଏହା ବ୍ୟତୀତ ଆପଣ ପିଏନବି ୱାନ୍ ଆପ୍ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ ।
-ଆପଣ ନେଟ୍ ବ୍ୟାଙ୍କିଙ୍ଗ୍ ୱେବସାଇଟ୍ netpnb.com ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପିଏନବି ପକ୍ଷରୁ ଦେଶର ଚାଷୀମାନଙ୍କୁ ଅନେକ ପ୍ରକାରର ସୁବିଧା ଦିଆଯାଏ । ଏଥିରେ ଆପଣ ବିନା ସର୍ତ୍ତରେ ଅତି ସହଜରେ ଲୋନ୍ ପାଇବେ । ଆପଣ ଏଥିପାଇଁ ସହଜରେ ଆବେଦନ କରିପାରିବେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ କେନ୍ଦ୍ର ସରକାର କୃଷକମାନଙ୍କୁ ୨୦୦୦ ଟଙ୍କାର ତିନି କିସ୍ତି ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.