Below header

ପ୍ରଥମ ଜେନେରେସନ ଆଇଫୋନ ୫୨ ଲକ୍ଷରେ ନିଲାମ, ୮ ଜିବି ଷ୍ଟୋରେଜରେ ଆସିଥିଲା ଏହି ଫୋନ

ଏବେବି ଅନେକ ଲୋକ ଅଛନ୍ତି ଯେଉଁମାନେ ଆପଲ ଆଇଫୋନ ଧରିବା ପାଇଁ ସ୍ୱପ୍ନ ଦେଖିଥାନ୍ତି । ଆଇଫୋନର ପପୁଲାରଟି ଏବେବି ଉଚ୍ଚରେ ରହି ଆସିଛି । ଆଗକୁ ବି ଏହା ଏମିତି ପପୁଲାର ହୋଇ ରହିବ । ପ୍ରଥମ ଜେନେରେସନର ଆଇଫୋନ ୫୨ ଲକ୍ଷରେ ନିଲାମ ହୋଇଛି । ୨୦୦୭ରେ ଏହି ପ୍ରଥମ ଜେନେରେସନ ମଡ଼େଲଟି ବଜାରକୁ ଆସିଥିଲା ।

କେନ୍ୟୁଜ୍‌(ବ୍ୟୁରୋ): ଆପଲ ଆଇଫୋନ ଯେବେଠୁ ଏହା ବଜାରକୁ ଆସିଛି ସେହିଦିନଠୁ ଏହା ଏକ ଷ୍ଟାଟସର ଚିହ୍ନ ହୋଇକି ରହିଛି । ନିଜର ଷ୍ଟାଟସ ମେଣ୍ଟେନ କରିବା ପାଇଁ ଅନେକେ ଏହି ଫୋନକୁ ବ୍ୟବହାର କରିଥାନ୍ତି । ଯେମିତି ଦାମି ପୋଷାକ, ଦାମି ଯୋତା ଓ ଦାମି ଘଣ୍ଟା ପିନ୍ଧିକି ଲୋକ ନିଜର ବଡ଼ପଣ ଦେଖାଇଥାନ୍ତି । ଠିକ ସେହିଭଳି ଆଇଫୋନକୁ ନିଜ ହାତରେ ଧରିକି ନିଜର ବଡ଼ପଣ ଦେଖାଇଥାନ୍ତି । ଏବେବି ଅନେକ ଲୋକ ଅଛନ୍ତି ଯେଉଁମାନେ ଆପଲ ଆଇଫୋନ ଧରିବା ପାଇଁ ସ୍ୱପ୍ନ ଦେଖିଥାନ୍ତି । ଆଇଫୋନର ପପୁଲାରଟି ଏବେବି ଉଚ୍ଚରେ ରହି ଆସିଛି । ଆଗକୁ ବି ଏହା ଏମିତି ପପୁଲାର ହୋଇ ରହିବ ।
ଏଇ ନିକଟରେ ହୋଇଥିବା ଏକ ଅକସନରେ ପ୍ରଥମ ଜେନେରେସନର ଆଇଫୋନ ୫୨ ଲକ୍ଷରେ ନିଲାମ ହୋଇଛି । ଏହାକୁ ଆପଣ ହୁଏତ ବିଶ୍ୱାସ କରିବେନି । କିନ୍ତୁ ଏହା ସତ । ଏହି ପ୍ରଥମ ଜେନେରେସନର ଆଇଫୋନଟି ବକ୍ସରେ ସିଲ ହୋଇକି ରହିଛି । ଜଣେ ବ୍ୟକ୍ତି ଏହାକୁ ଅଧାକୋଟିରୁ ଅଧିକ ଦାମରେ କିଣିବା ପାଇଁ ସ୍ଥିର କଲେ । ୨୦୦୭ରେ ଏହି ପ୍ରଥମ ଜେନେରେସନ ମଡ଼େଲଟି ବଜାରକୁ ଆସିଥିଲା ।

ଏହି ଆଇଫୋନକୁ ଭିନଟେଜ ପେଣ୍ଟିଙ୍ଗ ଓ ଆର୍ଟକ୍ରାଫ୍ଟରେ ଡିଜାଇନ କରାଯ।ଇଛି । ଏଥିରେ ୮ ଜିବି ଷ୍ଟୋରେଜ ରହିଛି । ୨୦୦୭ରେ ଏହାକୁ ୪୮ ହଜାର ମୂଲ୍ୟରେ ଲଞ୍ଚ କରାଯାଇଥିଲା । ଏହି ଆଇଫୋନ ମଡେଲର ବିଡିଂ ୨.୬ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିଲା ।

ରିପୋର୍ଟ ଅନୁଯାୟୀ କାରେନ ଗ୍ରୀନ ଜଣେ ଟାଟୋ ଆର୍ଟିଷ୍ଟ ଯିଏକି ନ୍ୟୁ ଜର୍ସିରେ ରୁହନ୍ତି । ସେ ଏହାକୁ ଗିଫ୍ଟ ଆକାରରେ ପାଇଥିଲେ । ଏକ ନୂଆ ବ୍ୟାପାର ଆରମ୍ଭ କରିବା ପାଇଁ ସେ ଏହାକୁ ନିଲାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.