ଚାରଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ଆଜିଠାରୁ ଆରମ୍ଭ ହେଉଛି ଅନଲାଇନ ରେଜିଷ୍ଟ୍ରେସନ
ଚାରିଧାମ ଯାତ୍ରା ପାଇଁ ଆଜି ଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହେଉଛି। ପର୍ଯ୍ୟଟନ ବିଭାଗର ପୋର୍ଟାଲ registrationandtouristcare.uk.gov.in କୁ ଯାଇ ରେଜିଷ୍ଟ୍ରେସନ କରିପାରିବେ ।

ଚାରଧାମ ଯାତ୍ରା କରିବାକୁ ଇଚ୍ଛୁକ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଆଜିଠାରୁ ଚାରିଧାମ ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ପର୍ଯ୍ୟଟନ ବିଭାଗର ପୋର୍ଟାଲକୁ ଯାଇ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ କରିବା ପାଇଁ ପର୍ଯ୍ୟଟନ ବିଭାଗର ଅଫିସିଆଲ ସାଇଟ registrationandtouristcare.uk.gov.in କୁ ଯାଇ ରେଜିଷ୍ଟ୍ରର କରିପାରିବେ । ଏହାପୂର୍ବରୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଯାତ୍ରା ହେବାର ୨ ମାସ ପୂର୍ବରୁ ଆଡଭାନ୍ସ ବୁକିଂ ମଧ୍ୟ କରାଯାଉଛି । ଏପ୍ରିଲରୁ ଆରମ୍ଭ ହେବ ଚାରଧାମ ଯାତ୍ରା । ୨୫ ଏପ୍ରିଲରୁ କେଦାରନାଥମ ଏବଂ ୨୭ ଏପ୍ରିଲରୁ ବଦ୍ରିନାଥ କପାଟ ଖୋଲିବ ।
ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମିଙ୍କ ଅଧ୍ୟକ୍ଷତାରେ ଆଜି ଚାରଧାମ ଯାତ୍ରା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଚାରଧାମ ଯାତ୍ରାର ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ବିଷୟରେ ଆଲୋଚନା କରାଯାଇଥିଲା । ଗତବର୍ଷ ଚାରଧାନ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖି ପ୍ରତିଦିନ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢାଯାଇପାରେ ।
ରିପୋର୍ଟ ମୁତାବକ, ବ୍ରଦିନାଥ ଦର୍ଶନ ପାଇଁ ପ୍ରତିଦିନ ୧୮ ହଜାର , କେଦାର ନାଥ ପାଇଁ ୧୫ ହଜାର, ଗଙ୍ଗୋତ୍ରୀ ପାଇଁ ୯ ଏବଂ ଯମୁନେତ୍ରୀ ପାଇଁ ୬ ହଜାର ଯାତ୍ରୀ ନିଷ୍ପତ୍ତି କରାଯାଇଛି । ଏହାଛଡା ଚାରଧାମ ଯାତ୍ରା ବାଟରେ ଖାଇବା ପିଇବାର ବ୍ୟବସ୍ଥା, ସ୍ୱାସ୍ଥ୍ୟ ସୁବିଧା, କେଦାରନାଥ ଏବଂ ବଦ୍ରିନାଥ ଧାମରେ ଯାତ୍ରୀଙ୍କ ରହିବା, ବଦ୍ରିନାଥମ ଏବଂ କେଦାରନାଥ ଧାମରେ ଭିଆଇପି ଦର୍ଶନ ପାଇଁ ଶୁଳ୍କ ଧାର୍ଯ୍ୟ କରିବା, ଘୋଡା, ଖଚର ଇତ୍ୟାଦିଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ, ପାଦଚଲା ମାର୍ଗରେ ପାଣି ବ୍ୟବସ୍ଥା ବିଷୟରେ ନିଷ୍ପତ୍ତି ନିଆଯାଇଥିଲା ।
ଅଫିସିଆଲ ସାଇଟ: