ଭାରତରେ ହୋଣ୍ଡା ଲଞ୍ଚ କରିବ ହାଇବ୍ରିଡ ଜାଜ୍ କାର, ଯାହାର ପ୍ରାରମ୍ଭିକ ମୂଲ୍ୟ ରହିବ ୬.୫ ଲକ୍ଷ

କାର କ୍ରେତାମାନଙ୍କ ପାଇଁ ହୋଣ୍ଡା ଆଣି ଦେଉଛି ସୁବର୍ଣ୍ଣ ସୁଯୋଗ। ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ବ୍ୟତୀତ ଇଲେଟ୍ରିକ୍ କାର ଆଣିବା ପରିବର୍ତ୍ତେ ହାଇବ୍ରିଡ କାର ଲଞ୍ଚ କରାଯିବ ବୋଲି ହୋଣ୍ଡା ପକ୍ଷରୁ କୁହାଯାଇଛି। ଏବେ ଦେଶରେ ଇଲେଟ୍ରିକ କାର ପାଇଁ ଇଲେଟ୍ରିକ ଚାର୍ଜିଂ ଷ୍ଟେସନର ନିର୍ମାଣ ହେବା ପାଇଁ ବହୁତ ସମୟ ଲାଗିବ। ସେହିଭଳି, ଆଗାମୀ ପିଢି ପାଇଁ ପ୍ରିମିୟମ ହ୍ୟାଚବ୍ୟାକ ଜାଜ ହୋଣ୍ଡାର ପ୍ରଥମ କାର ହେବ ଯାହା ହାଇବ୍ରିଡ ପାୱାରଟ୍ରେନରେ ନିର୍ମାଣ କରାଯିବ।

Honda-Jazz-1
ଅଟୋ ଏକ୍ସପୋରେ ହୋଇପାରେ ଲଞ୍ଚ

୨୦୨୦ରେ ଲଞ୍ଚ ହେବାକୁ ଥିବା ଜାଜ ପେଟ୍ରୋଲ ମାଇଲ୍ଡ ହାଇବ୍ରିଡ ପାୱରଟ୍ରେନ ସହିତ ଭାରତୀୟ ବଜାରରେ ଲଞ୍ଚ ହେବ। ଆସନ୍ତାବର୍ଷ ସେଡାନ ହୋଣ୍ଡା ସିଟିକୁ ମଧ୍ୟ ଲଞ୍ଚ କରାଯିବ। ସେହିପରି ମଧ୍ୟ ୨୦୨୦ ବର୍ଷର ଶେଷକୁ ଟୋକିଓ ମୋଟର ଶୋ’ରେ ଜାଜକୁ ପ୍ରଦର୍ଶିତ କରାଯିବାର ପ୍ଲାନିଂ ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ମିଳିବ ଇଣ୍ଟେଲିଜେଣ୍ଟ ମଲ୍ଟି ମୋଡ ଡ୍ରାଇଭ ଟେକନୋଲଜି

ସୂଚନା ମୁତାବକ, ଜାଜରେ ଇଣ୍ଟେଲିଜେଣ୍ଟ ମଲ୍ଟି ମୋଡ ଡ୍ରାଇଭ (ସଗଗଊ) ହାଇବ୍ରିଡ୍ ଟେକନୋଲଜିର ଫିଚର ରହିବ, ଯାହା ଏପର‌୍ୟ୍ୟନ୍ତ ହୋଣ୍ଡା ଅକାର୍ଡରେ ବ୍ୟବହାର କରାଯାଇଛି। କିନ୍ତୁ ଜାଜରେ ମିଳିବାକୁ ଥିବା ଏହି ସୁବିଧାର ସିଷ୍ଟମ ଆକାର ବହୁତ ଛୋଟ ରହିବ। ହୋଣ୍ଡା ଅର୍କାଡର କାରର ମୂଲ୍ୟ ୪୩ ଲକ୍ଷ ରହିଥିବା ବେଳେ ହୋଣ୍ଡାର ଜାଜ କାର ମାତ୍ର ୬.୫ ଲକ୍ଷ ମୂଲ୍ୟରେ ଉପଲବ୍ଧ ହେବ।

ମିଳିବ ୧.୫ ଲିଟର ଟର୍ବୋଚାର୍ଜଡ ଡିଜେଲ ଇଞ୍ଜନ

ଜାଜ କମ୍ପାନୀ ୧.୫ ଲିଟର ଟର୍ବୋଚାର୍ଜଡ ଡିଜେଲ ଇଞ୍ଜନ ମଧ୍ୟ ପ୍ରଦାନ କରିବ। କମ୍ପାନୀ ଏହାକୁ ବିଏସ୍-୬ ସହିତ ଲଞ୍ଚ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.