ଏବେ ରେଳ ଷ୍ଟେସନରେ ପ୍ଲାଷ୍ଟିକ୍ ବୋତଲ ଜମା କଲେ ମିଳିବ ୫ଟଙ୍କା ପୁରସ୍କାର, ଜାଣନ୍ତୁ କେମିତି

ବର୍ତ୍ତମାନ ରେଳ ଷ୍ଟେସନରେ ପ୍ଲାଷ୍ଟିକ୍ ଅଳିଆକୁ କମ କରିବା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି। ରେଳ ଷ୍ଟେସନ ଓ ଟ୍ରେନର ବଗିରେ ପଡିଥିବା ଖାଲି ପାଣି ବୋତଲ ପିଛା ଏଣିକି ୫ ଟଙ୍କା ଲେଖାଏଁ ଦେବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ଥିର କରାଯାଇଛି। ଯେ କେହି ବି ଏହି ବୋତଲ ଆଣି ଜମା କରିବା ପରେ ବୋତଲ ପିଛା ୫ ଟଙ୍କା ଲେଖାଏଁ ମିଳିବା ସହ ପୁରସ୍କୃତ ମଧ୍ୟ କରାଯିବ। ଏହି ଯୋଜନା ଲାଗୁ ହେବା ପାଇଁ ବିଭାଗ ପକ୍ଷରୁ ଷ୍ଟେସନରେ ବଟଲ କ୍ରସର ମଧ୍ୟ ସ୍ଥାପିତ କରାଯାଇଛି।
ଏହା ସହ ପଢନ୍ତୁ: ଏଣିକି ଛୋଟ ସହରରେ ଚାଲିବ ଟ୍ରେନ, କେନ୍ଦ୍ର ଦେଲା Metrolite ର ପ୍ରସ୍ତାବ
ଖାଲି ପାଣି ବୋତଲ ସଂଗ୍ରହ କରିବା ଦ୍ୱାରା ରେଳ ବଗି ଆବର୍ଜନା ମୁକ୍ତ ହେବା ସହ ପରିବେଶ ପ୍ରଦୂଷଣ ମଧ୍ୟ ଦୂର ହୋଇପାରିବ ବୋଲି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବ-ମଧ୍ୟ ରେଳ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପାଟନା ଜଙ୍କସନ, ରାଜେନ୍ଦ୍ର ନଗର ଏବଂ ଦାନପୁର ଷ୍ଟେସନରେ ଏକ ମେସିନ ଲଗାଯାଇଛି ।