Flipkart Apple Days ସେଲ୍: iPhone 6S ଉପରେ ମିଳୁଛି ୭,୫୦୦ ଟଙ୍କାର ଡିସକାଉଣ୍ଟ, ଜଲଦି କରନ୍ତୁ ଅର୍ଡର

ନୂଆଦିଲ୍ଲୀ: ଯଦି ଆପଣ iPhone କିଣିବା ପାଇଁ ଚାହୁଁଛନ୍ତି ଏବଂ ବଜେଟ୍ ଅଧିକ ହେବା କାରଣରୁ ପଛଘୁଞ୍ଚା ଦେଉଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣ ଏବେ ଅନଲାଇନ୍ ସାଇଟ୍ ଫ୍ଳିପକାର୍ଟରେ ଏହାକୁ ଖୁବ୍ ଶସ୍ତାରେ କିଣିପାରିବେ । କାରଣ ଏବେ ଫ୍ଳିପକାର୍ଟରେ ଚାଲିଛି ଆପେଲ୍ ଡେଜ୍ ସେଲ୍ । ଗ୍ରାହକ ମାନେ ଏହି ସେଲ୍ ଜରିଆରେ ଆପେଲ୍ ପ୍ରଡକ୍ଟ ଉପରେ ବହୁ ମାତ୍ରାର ଡିସକାଉଣ୍ଟର ଫାଇଦା ଉଠାଇପାରିବେ। iPhone 6S ରେ ପାଖାପାଖି ୭,୫୦୦ ଟଙ୍କାର ଡିସକାଉଣ୍ଟ ପାଇପାରିବେ ।

flipkartiPhone 6S ରେ ପାଖାପାଖି ୭,୫୦୦ ଟଙ୍କାର ଡିସକାଉଣ୍ଟ :

iPhone 6S-27,999 ଟଙ୍କାରେ ବିକ୍ରି କରାଯିବା ପାଇଁ ଲିଷ୍ଟ କରାଯାଇଛି । ଏହା ଉପରେ ପାଖାପାଖି ୭,୫୦୦ ଟଙ୍କାର ଡିସକାଉଣ୍ଟ ମିଳୁଛି । ଏହା ସହିତ ୧୭,୯୦୦ ଟଙ୍କା ପର୍ଯ୍ଯନ୍ତ ଏକ୍ସଚେଞ୍ଜ ଅଫର ମଧ୍ଯ ଏଥିରେ ଉପଲବ୍ଧ ହେଉଛି । ଏସବିଆଇ କ୍ରେଡିଟ୍ କାର୍ଡରେ ପେମେଣ୍ଟ କରିବା ଉପରେ ୧୦% ଡିସକାଉଣ୍ଟ ମିଳୁଛି ।

ଏହାସହ ପଢନ୍ତୁ :

Jio Gigafiberର 4K ସେଟଟପ୍ ବକ୍ସରେ ରହିଛି ଏହି ଚାରୋଟି ଫିଚର୍, ଯାହା ଅନ୍ଯ କୌଣସିରେ ନାହିଁ

ଏହି iPhone 6S ରେ ୪.୭ ଇଞ୍ଚର ଡିସପ୍ଳେ ଦିଆଯାଇଛି । ଏଥିରେ ୨ ଜିବି ରାମ ଏବଂ ୩୨ ଜିବିର ଷ୍ଟୋରେଜ୍ ମଧ୍ଯ ଦିଆଯାଇଛି । ଏଥିରେ ୧୨ଏମପି ରିୟର ଏବଂ ୫ଏମପି ଫ୍ରଣ୍ଟ କ୍ଯାମେରା ରହିଛି । ଏହି ମୋବାଇଲଟିକୁ ଆପଣ ସିଲଭର,ଗୋଲ୍ଡ,ରୋଜ ଗୋଲ୍ଡ ଏବଂ ସ୍ପେସ ଗ୍ରେ କଲରର କିଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.