ଅଧା ଦାମରେ ପାଇବେ AirPods, କରନ୍ତୁ ଏହି କାମ

ଫେଷ୍ଟିଭ୍‌ ସିଜନରେ Apple ଗ୍ରାହକଙ୍କ ପାଇଁ ଏକ ଭିନ୍ନ ଅଫର୍ ଆଣିଛି । ଏହି ଅଫରରେ Apple AirPodsର କିଛି ସ୍ପେସାଲ୍‌ ମଡେଲଗୁଡିକ ଉପରେ ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟ କେବଳ ସେହିମାନଙ୍କ ପାଇଁ ମିଳିବ, ଯେଉଁମାନେ iPhone 14 କିମ୍ବା iPhone 14 Plus କିଣିବାକୁ ଚାହୁଁଛନ୍ତି ।

ଫେଷ୍ଟିଭ୍‌ ସିଜନରେ Apple ଗ୍ରାହକଙ୍କ ପାଇଁ ଏକ ଭିନ୍ନ ଅଫର୍ ଆଣିଛି । ଏହି ଅଫରରେ Apple AirPodsର କିଛି ସ୍ପେସାଲ୍‌ ମଡେଲଗୁଡିକ ଉପରେ ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟ କେବଳ ସେହିମାନଙ୍କ ପାଇଁ ମିଳିବ, ଯେଉଁମାନେ iPhone 14 କିମ୍ବା iPhone 14 Plus କିଣିବାକୁ ଚାହୁଁଛନ୍ତି । ଯଦି ଆପଣ iPhone 14 କିମ୍ବା iPhone 14 Plus କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଏହି ଅଫର୍ ଆପଣଙ୍କ ପାଇଁ ଏକ ଭଲ ଅପ୍ସନ ହେବ । ଆପଣ କମ୍ ଦାମରେ ଏହି Apple AirPods କିଣି ପାରିବେ । କିନ୍ତୁ ଯଦି ଆପଣ କେବଳ AirPods କିଣିବାକୁ ଚାହିଁବେ, ତେବେ ଏହି ଅଫର୍ ଆପଣଙ୍କ ପାଇଁ ନୁହେଁ । AirPods କିଣିବା ପାଇଁ ଆପଣଙ୍କୁ ଏକ iPhone 14 କିମ୍ବା iPhone 14 Plus କିଣିବାକୁ ପଡିବ ।

ଯଦି ଆପଣ iPhone 14 କିମ୍ବା iPhone 14 Plus କିଣନ୍ତି, ତେବେ ଆପଣ AirPodsରେ ୫୦% ପର୍ଯ୍ୟନ୍ତ ଡିସକାଉଣ୍ଟ ପାଇପାରିବେ । ଏହି ଅଫରରେ ଆପଣ ଛଅ ମାସ ପାଇଁ ମାଗଣା ଆପଲ୍ ମ୍ୟୁଜିକ୍ ମଧ୍ୟ ପାଇବେ । ଏହି ଅଫର ଲାଭ ଉଠାଇବା ପାଇଁ ଆପଣଙ୍କୁ ଆପଲର ଅନଲାଇନ୍ ଷ୍ଟୋର୍ କିମ୍ବା BKC (ମୁମ୍ବାଇ) ଏବଂ ସାକେଟ୍ (ଦିଲ୍ଲୀ)ର ରିଟେଲ୍‌ ଷ୍ଟୋରଗୁଡ଼ିକୁ ଯିବାକୁ ପଡିବ । ଏହି ଅଫର ୧୪ ନଭେମ୍ବର ପର୍ଯ୍ୟନ୍ତ ରହିଛି । ଜଣାଇବାକୁ ଚାହିଁବୁ କି ଏହି ଦୀପାବଳୀ ଅଫରରେ ଇନଷ୍ଟାଣ୍ଟ କ୍ୟାସବ୍ୟାକ୍‌, ଏଜୁକେସନ୍‌ କିମ୍ବା କର୍ପୋରେଟ ଅଫର୍ସ ଉପଲବ୍ଧ ନାହିଁ ।

କମ୍ପାନୀ ଆପଲ୍ ଆଇଡି ଫଣ୍ଡ ଉପରେ ମଧ୍ୟ ବୋନସ୍ ଦେଉଛି । ଯଦି ଆପଣ ଆପଲ୍ ଆଇଡିରେ ୨ରୁ ୫ ହଜାର ଟଙ୍କା ମଧ୍ୟରେ ଫଣ୍ଡ ଯୋଡ଼ିବେ, ତେବେ ଆପଣଙ୍କୁ ୧୦ ପ୍ରତିଶତର ଡିସକାଉଣ୍ଟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.