ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ହେବ ତ୍ୱରିତ ଶୁଣାଣି, ଗାଇଡ଼ଲାଇନ ଜାରି କଲେ ସୁପ୍ରିମକୋର୍ଟ

ସାଂସଦ ଓ ବିଧାୟକଙ୍କ ମାମଲା ଆସିଲା ସୁପ୍ରିମ ଗାଇଡଲାଇନ୍ । ଏମାନଙ୍କ ଅପରାଧିକ ମାମଲାର ତ୍ୱରିତ ଶୁଣାଣି ପାଇଁ ଗାଇଡ଼ଲାଇନ ଜାରି କଲେ ସୁପ୍ରିମକୋର୍ଟ ।

ନୂଆଦିଲ୍ଲୀ(କେନ୍ୟୁଜ୍): ବିଧାୟକ ଓ ସାଂସଦଙ୍କ ଅପରାଧିକ ମାମଲାର ତ୍ୱରିତ ଶୁଣାଣି ପାଇଁ ଗାଇଡ଼ଲାଇନ ଜାରି କଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ. ବି. ପରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶାନାମା ଜାରି କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ସାଂସଦ ଓ ବିଧାୟକଙ୍କ ବିରୋଧରେ ଚାଲିଥିବା ମାମଲାର ତଦାରଖ ପାଇଁ ହାଇକୋର୍ଟ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରନ୍ତୁ। ମୃତ୍ୟୁ ଦଣ୍ଡାଦେଶ ହୋଇଥିବା ମାମଲାକୁ ପ୍ରାଥମିକତା ଦିଆଯିବା ଉଚିତ ।

ସାଂସଦ ଓ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲାକୁ ଶୀଘ୍ର ସମାଧାନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କହିଛନ୍ତି, ୟୁନିଫର୍ମ ଗାଇଡଲାଇନ ଦେବା କଷ୍ଟସାଧ୍ୟ ହେବ । ମାମଲାଗୁଡ଼ିକର ମନିଟରିଂ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ଉପରେ ଛାଡିଛନ୍ତି ।

ହାଇକୋର୍ଟର ମୁଖ୍ୟ ବିଚାରପତି ଏବେ ଏହି ମାମଲା ଉପରେ ନଜର ରଖିବେ । ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରଧୀନ ଅପରାଧିକ ମାମଲାର ଶୀଘ୍ର ସମାଧାନ ଉପରେ ନଜର ରଖିବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିଜ ଆଡୁ ମାମଲା ରୁଜୁ କରିବାକୁ ପଡ଼ିବ ।

ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ଉପରେ ନଜର ରଖିବା ପାଇଁ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଆବଶ୍ୟକତା ଅନୁସାରେ ନିୟମିତ ବ୍ୟବଧାନରେ ମାମଲାର ଶୁଣାଣି କରିପାରିବେ ସ୍ବତନ୍ତ୍ର ଖଣ୍ଡପୀଠ ।

ମାମଲାଗୁଡ଼ିକର ତ୍ୱରିତ ଓ ପ୍ରଭାବୀ ସମାଧାନ ପାଇଁ ହାଇକୋର୍ଟ ଆବଶ୍ୟକ ଅନୁଯାୟୀ ନିର୍ଦ୍ଦେଶନାମା ଜାରି କରିପାରିବେ । ସାଂସଦ ଓ ବିଧାୟକଙ୍କ ବିରୋଧରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡାଦେଶ ହୋଇଥିବା ଅପରାଧିକ ମାମଲା, ୫ ବର୍ଷ କିମ୍ବା ତା’ଠାରୁ ଅଧିକ ସଜା ମାମଲାକୁ ପ୍ରାଥମିକତା ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.