ଆଣ୍ଡ୍ରଏଡ୍‌ ଆପ୍‌ ପାଇଁ Gmail ଆଣିଲା ସିଲେକ୍ଟ ଅଲ୍‌ ଅପ୍ସନ ଫିଚର, ଲାଭ ଉଠାଇବେ ୟୁଜର୍ସ

ଏହି ଫିଚର ବ୍ୟବହାର କରିବା ପାଇଁ ୟୁଜରମାନଙ୍କୁ କେବଳ ସିଲେକ୍ଟ ଅଲ୍‌ ଅପ୍ସନ ଉପରେ କ୍ଲିକ୍ କରିବାକୁ ପଡିବ । ଏହା ସମସ୍ତ ମେସେଜ୍ ସିଲେକ୍ଟ କରିବ । ୟୁଜରମାନେ ପରେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ମେସେଜ୍‌ ଡିଲିଟ କରିପାରିବେ ।

ଗୁଗଲ ଆଣ୍ଡ୍ରଏଡ୍ ଆପ୍ ପାଇଁ ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚର ସମସ୍ତ ଗୁଗଲ୍ ଆକାଉଣ୍ଟସ୍ ସହ ଜଡ଼ିତ ୟୁଜର୍ସଙ୍କ ପାଇଁ ମିଳୁଛି । ଅପଡେଟକୁ ନେଇ କମ୍ପାନୀ କହିଛି ଯେ ଆମେ ଏପରି ଏକ ଫିଚର ଲଞ୍ଚ କରିଛୁ ଯାହା ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜର୍ସଙ୍କ ପାଇଁ ବେଷ୍ଟ ହେବ । ଇମେଲ୍‌ ଥ୍ରେଡ୍‌ ଲିଷ୍ଟରେ ମେସେଜ୍‌ ସିଲେକ୍ଟ କରିବା ପାଇଁ ଏହି ଫିଚର ଅପ୍ସନ ଦେଉଛି ।

ଏହି ଫିଚର ବ୍ୟବହାର କରିବା ପାଇଁ ୟୁଜରମାନଙ୍କୁ କେବଳ ସିଲେକ୍ଟ ଅଲ୍‌ ଅପ୍ସନ ଉପରେ କ୍ଲିକ୍ କରିବାକୁ ପଡିବ । ଏହା ସମସ୍ତ ମେସେଜ୍ ସିଲେକ୍ଟ କରିବ । ୟୁଜରମାନେ ପରେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ମେସେଜ୍‌ ଡିଲିଟ କରିପାରିବେ । ଏହି ଫିଚର ବର୍ତ୍ତମାନ ୟୁଜରମାନଙ୍କ ପାଇଁ ବହୁତ ଉପଯୋଗୀ ହେବ । ଗୁଗଲ ସିଟ୍‌ ଆପରେ ନୂଆ ଚାଟ କପି ଏବଂ ପେଷ୍ଟ ଅପ୍ସନ ରହିଛି । ଏହି ଅପ୍ସନ ସମସ୍ତ iOS ଡିଭାଇସରେ ରହିଛି ।

Gmail ଆପରେ ସିଲେକ୍ଟ ଅଲ୍‌ ଫିଚର କିପରି ବ୍ୟବହାର କରିବେ :

ଏକ ନିର୍ଦ୍ଦିଷ୍ଟ ଚାଟକୁ ବାଛିବା ପାଇଁ ୟୁଜରମାନଙ୍କୁ ଏକ ଇମେଲ୍ ଉପରେ ଟ୍ୟାପ୍ କରିବାକୁ ପଡିବ । ସିଲେକ୍ଟ କରିବା ପରେ, ଆପଣ ଲିଷ୍ଟର ଉପରେ ଥିବା ଏକ ନୂଆ ସିଲେକ୍ଟ ଅଲ ଅପ୍ସନ୍ ଦେଖିପାରିବେ । ଏହି ଫିଚର ଡେସ୍କଟପ୍ ସାଇଟ୍ ସହିତ ସମାନ । ସିଲେକ୍ଟ ଅଲ୍‌ ଅପ୍ସନ ଫିଚର କୁ ବ୍ୟବହାର କରି ଆପଣ ଏକା ସହିତ ୫୦ଟି ମେସେଜ୍‌ ସିଲେକ୍ଟ କରି ପାରିବେ । ଏହି ଫିଚର ଦ୍ୱାରା ଅନେକ ୟୁଜରଙ୍କୁ ଲାଭ ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.