ଲାକ୍ଷାଦ୍ୱୀପରେ ଟାଟା ଗ୍ରୁପ ଖୋଲିବ ବିଳାସପୂର୍ଣ୍ଣ ଦୁଇଟି ରିସୋର୍ଟ, ପ୍ରତ୍ୟେକରେ ରହିବ ୧୧୦ଟି ଭିଲ୍ଲା

ଟାଟା ଲାକ୍ଷାଦ୍ୱୀପରେ ଟୁରିଷ୍ଟ ଡେଷ୍ଟିନେସନ ପାଇଁ ପ୍ଲାନ ୨୦୨୬ ପ୍ରସ୍ତୁତ କରିଛି । ଏଠାରେ ଟାଟା ଗ୍ରୁପ ଦୁଇଟି ବିଳାସପୂର୍ଣ୍ଣ ରିସୋର୍ଟ ୨୦୨୬ ପର୍ଯ୍ୟନ୍ତ କରିବାକୁ ଯାଉଛି । ଏହି ରିସର୍ଟ ଲାକ୍ଷାଦ୍ୱୀପର ସୁହେଲି ଏବଂ କଦମତ ଦ୍ୱୀପରେ ହେବ ।

ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ହୋଇଥିବା ବିବାଦ ଧୀରେ ଧୀରେ ମାଳଦ୍ୱୀପ ପାଇଁ ସମସ୍ୟା ଆଣୁଛି । ଫଳରେ ଲାକ୍ଷାଦ୍ୱୀପ ଲାଇମଲାଇଟକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷାଦ୍ୱୀପ ବୁଲିବା ସମୟରେ ଫଟୋ ଭାଇରଲ ଏବଂ ଭାରତୀୟ ସ୍ଥାନରେ ବୁଲିବାକୁ ଅପିଲ କରିବା ପରେ ମାଳଦ୍ୱୀପ ମନ୍ତ୍ରୀ ମୋଦି ଏବଂ ଭାରତକୁ ସମାଲୋଚନା କରିଥିଲେ । ଆଉ ଏହି ବିବାଦ ମଧ୍ୟରେ ମାଳଦ୍ୱୀପ ଟୁରିଜିମକୁ ବଡ ଝଟକା ଲାଗିଛି । ଏପରି ବିବାଦ ମଧ୍ୟରେ ପର୍ଯ୍ୟଟନ ସ୍ଥଳ ଭାବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଲାକ୍ଷାଦ୍ୱୀପ ।

ଲାକ୍ଷାଦ୍ୱୀପରେ ଏବେ ବଡ ବଡ କମ୍ପାନୀ ହୋଟେଲ ଖୋଲିବାକୁ ମନ କରିଛନ୍ତି । ଏହି ଲିଷ୍ଟରେ ସବୁଠାରୁ ଆଗରେ ରହିଛି ଟାଟା ଗ୍ରୁପ । ଟାଟା ଲାକ୍ଷାଦ୍ୱୀପରେ ଟୁରିଷ୍ଟ ଡେଷ୍ଟିନେସନ ପାଇଁ ପ୍ଲାନ ୨୦୨୬ ପ୍ରସ୍ତୁତ କରିଛି । ଏଠାରେ ଟାଟା ଗ୍ରୁପ ଦୁଇଟି ବିଳାସପୂର୍ଣ୍ଣ ରିସୋର୍ଟର୍ ୨୦୨୬ ପର୍ଯ୍ୟନ୍ତ କରିବାକୁ ଯାଉଛି । ଏହି ରିସର୍ଟ ଲାକ୍ଷାଦ୍ୱୀପର ସୁହେଲି ଏବଂ କଦମତ ଦ୍ୱୀପରେ ହେବ । ଗତବର୍ଷ ୨୦୨୩ରେ ଟାଟା ଗ୍ରୁପର ସହାୟକ କମ୍ପାନୀ ଇଣ୍ଡିଆନ ହୋଟେଲ୍ସ କମ୍ପାନୀ ଲାକ୍ଷାଦ୍ୱୀପରେ ତାଜ-ବ୍ରାଣ୍ଡେଡ୍‌ ରିସୋର୍ଟ ଘୋଷଣା କରିଛି ।

ସୁହେଲୀ ସମୁଦ୍ର କୂଳରେ ହେବାକୁ ଥିବା ରିସୋର୍ଟରେ ୧୧୦ଟି ରୁମ୍‌ ରହିବ । ଏଥିରେ ୬୦ଟି ଭିଲ୍ଲା ଏବଂ ୫୦ ଟି ଓ୍ଵାଟର ଭିଲ୍ଲା ରହିବ । ସେହିପରି କଦମତ ରିସୋର୍ଟରେ ୭୫ଟି ବିଚ୍‌ ସାଇଡ ଭିଲ୍ଲା ଏବଂ ୩୫ଟି ଓ୍ଵାଟର ଭିଲ୍ଲା ସାମିଲ ରହିଛି । ଏହା ବିଷୟରେ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ଚାଲିଛି । ତେବେ ଏହା ବିଷୟରେ ଟାଟା ଗ୍ରୁପ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ ।

ଲାକ୍ଷାଦ୍ୱୀପରେ ଟୁରିଷ୍ଟ ସ୍କୁବା ଡାଇଭିଂ, ସ୍ନୋର୍କିଲିଂ, ସର୍ଫିଂ, ଓ୍ଵାଟର ସ୍କାଇଂ ଏବଂ ରାଫ୍ଟିଂ ଭଳି ଗେମ୍‌ ଖେଳିପାରିବେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଲାକ୍ଷାଦ୍ୱୀପ ଫଟୋ ପୋଷ୍ଟ କରିବା ପରେ ଭାଇରଲ ହୋଇଥିଲା । ଏହାପରେ #BycottMaldives ଟ୍ରେଣ୍ଡ ଚାଲିଲା । ଫଳରେ ମାଳଦ୍ୱୀପ ପାଇଁ ବୁକିଂ କରିଥିବା ହଜାର ହଜାର ଲୋକ ନିଜର ହୋଟେଲ ଏବଂ ଫ୍ଲାଇଟ ବୁକିଂ ବାତିଲ କଲେ । ଭାରତୀୟ ସେଲିବ୍ରିଟି ମଧ୍ୟ ଲାକ୍ଷାଦ୍ୱୀପ ଟୁରିଜିମକୁ ପ୍ରୋତ୍ସାହନ ଦେବାକୁ ସପୋର୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଫଟୋ ପୋଷ୍ଟ କରିବା ପରେ ଲାକ୍ଷାଦ୍ୱୀପ ଟୁରିିଷ୍ଟ ସ୍ପଟ ସର୍ଚ୍ଚରେ ୩୪୦୦ ପ୍ରତିଶତ ଅଗ୍ରଗତି ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.