ଏବେ ଆପଣଙ୍କ ଭଏସ୍ ଶୁଣି ଟାଇପ୍ କରିବ ଗୁଗଲ ଡକ୍ସ, ଜାଣନ୍ତୁ ପୁରା ତରିକା

ଦିନକୁ ଦିନ ବଢିବାରେ ଲାଗିଛି ଗୁଗଲ୍ ଡକ୍ସକୁ ବ୍ୟବହାର କରୁଥିବା ୟୁଜରଙ୍କ ସଂଖ୍ୟା । ମାଇକ୍ରୋସଫ୍ଟ ୱର୍ଡ ଭଳି ଗୁଗଲ ଡକ୍ସ ମଧ୍ୟ ୟୁଜର୍ସଙ୍କୁ ବେସିକ୍ ୱର୍ଡ ପ୍ରେସେସିଙ୍ଗ ଫିଚର ଏବଂ ସର୍ଟକର୍ଟ ଅଫର କରିଥାଏ । ଜଣାଶୁଣା ଲେ ଆଉଟ୍, ଅଲଗା ଅଲଗା କମାଣ୍ଡ ପାଇ
ୟୁନିଭର୍ସାଲ୍ ସର୍ଟକର୍ଟ ଏହାକୁ ବନାଇଛି ୟୁଜର ଫ୍ରେଣ୍ଡଲୀ । ଗୁଗଲ ଡକ୍ସର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି କୌଣସି କି ବୋର୍ଟ ବ୍ୟବହାର ନକରି କେବଳ ଭଏସ୍ ରେ କହି ଟାଇପିଙ୍ଗ୍ କରିପାରିବେ । ବିଲ୍ଟ ଇନ୍ ଭଏସ୍ ଟାଇପିଙ୍ଗ୍ ଫିଚର ସହ ଆସୁଥିବା ଗୁଗଲ୍ ଡକ୍ସ ଏବେ ହିନ୍ଦି, ଇଂରାଜୀ, ନେପାଳୀ, ମରାଠି ଏବଂ ଆଫ୍ରକି ଭାଷା ସହ ଅନେକ ଭାଷାରେ ଉପଲବ୍ଧ ଅଛି ।

ଯଦି ଆପଣ ବି ଗୁଗଲର ଏହି ଦମଦାର ଫିଚରକୁ ବ୍ୟବହାର କରି ନିଜର ଟାଇପିଙ୍ଗକୁ ଫାଷ୍ଟ ଏବଂ ସହଜ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହାକୁ ଆକ୍ଟିଭେଟ୍ ଏବଂ ବ୍ୟବହାର କରିବାର ଉପାୟ ବତାଇବୁ ।

ଗୁଗଲ ଡକ୍ସରେ ଭଏସ୍ ଟାଇପିଙ୍ଗ୍ ପାଇଁ ସର୍ବପ୍ରଥମେ ଆପଣଙ୍କ ଡିଭାଇସରେ ମାଇକ୍ରୋଫୋନ୍ ଭଲ ଭାବରେ କାମ କରୁଛି କି ନାହିଁ । ଏହା ପରେ ଜରୁରୀ ଆପଣଙ୍କ ଡିଭାଇସ୍ ଇଣ୍ଟରନେଟରେ ଭଲ ଭାବରେ କନେକ୍ଟ ହୋଇଥିବ ଏବଂ କମ୍ପ୍ୟୁଟରରେ ଗୁଗଲ କ୍ରୋମ୍ ବ୍ରାଉଜର୍ ଇନଷ୍ଟଲ୍ ଥିବ ।

ଏବେ ଏହି ଷ୍ଟେପ୍ସକୁ ଫଲୋ କରନ୍ତୁ :

– ନିଜର କ୍ରୋମ୍ ବ୍ରାଉଜରରେ ଗୁଗଲ୍ ଡକ୍ସ ଓପନ୍ କରନ୍ତୁ

– ନୂଆ ଡକ୍ୟୁମେଂଟ୍ କ୍ରିଏଟ୍ କିମ୍ବା ଯେଉଁ ଡକ୍ୟୁମେଂଟରେ ଆପଣ କାମ କରୁଛନ୍ତି ତାକୁ ଓପନ୍ କରିବା ପାଇଁ + ଆଇକନରେ କ୍ଲିକ୍ କରନ୍ତୁ ।

– ଏହା ପରେ ଟୁଲ୍ସକୁ ଯାଆନ୍ତୁ ।

– ଡ୍ରପ୍ ଡାଉନ ମେନ୍ୟୁରେ ଭଏସ୍ ଟାଇପିଙ୍ଗ୍ ସିଲେକ୍ଟ କରନ୍ତୁ ।

– ଏମିତି କଲେ ସ୍କ୍ରିନ ଉପରେ ବାମ ପଟେ ମାଇକ୍ରୋଫୋନର ଏକ ଆଇକନ୍ ଦେଖିବାକୁ ପାଇବେ । ଏହାକୁ ଆପଣ ଡ୍ରାଗ୍ କରି କେଉଁଠି ବି ରଖିପାରିବେ ।

– ଏହା ପରେ ମାଇକ୍ରୋଫୋନ୍ ଆଇକନ ଉପରେ କ୍ଲିକ୍ କରନ୍ତୁ ଏବଂ ମାଇକ୍ରୋଫୋନ୍ ବ୍ୟବହାର କରିବା ପାଇଁ ଅନୁମତି ଦେଇ ଦିଅନ୍ତୁ ।

– ଏହା ପରେ ମାଇକ୍ରୋଫୋନରେ କ୍ଲିକ୍ କରି କହିବା ଆରମ୍ଭ କରନ୍ତୁ ।

ତେବେ ଗୁଗଲ ଭଏସ୍ ଟାଇପିଙ୍ଗର ବ୍ୟବହାର କରିବା ସମୟରେ ମାହୋଲ୍ ଶାନ୍ତ ରଖନ୍ତୁ । ଯାହା ଫଳରେ ଏହି ଫିଚର ଆପଣଙ୍କ ଭଏସ୍ ଭଲ ଭାବରେ ଶୁଣି ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.