ଆପଣଙ୍କ ପାଖକୁ କିଏ ଆଉ କାହିଁକି କରୁଛି କଲ ଏବେ କହିବ ଗୁଗଲର ଏହି ଆପ

ଗୁଗୁଲର ଫୋନ୍ ଆପକୁ ଖୁବ୍ ଶୀଘ୍ର ଭେରିଫାଏଡ୍ କଲ୍ (Verified Calls) ଫିଚର ମିଳିବାକୁ ଯାଉଛି । ଏହି ଫିଚରର ବୈଶିଷ୍ଟ୍ୟ ହେଉଛି ଯେ କୌଣସି କମ୍ପାନୀରୁ କଲ୍ ଆସିଲେ ଏହା ଆପଣଙ୍କୁ ବିଜନେସର ନାମ, ଲୋଗୋ ଏବଂ କଲ୍ କରିବାର କାରଣ ବି କହିବ । ଏହି ଫିଚରକୁ ସର୍ବପ୍ରଥମେ ଆଣ୍ଡ୍ରଏଡ୍ ପୋଲିସ୍ ଗୁଗୁଲ୍ ସପୋର୍ଟ ପେଜରେ ଦେଖିଥିଲେ ।

ରିପୋର୍ଟ ଅନୁଯାୟୀ, ଯେତେବେଳେ ବି କୌଣସି ବିଜନେସ ନିଜର ଫୋନ୍ ନମ୍ବର, ଆପଣଙ୍କ ଫୋନ୍ ନମ୍ବର ଏବଂ କଲ୍ କରିବାର କାରଣ ଗୁଗଲକୁ କହିବ ସେତେବେଳେ ଗୁଗଲ ପ୍ରଥମେ ଆପଣଙ୍କୁ ଫୋନ୍ ଆପ୍ ମାଧ୍ୟମରେ ଏହି ସୂଚନା ପଠାଇବ । ଯଦି ଏହି ସୂଚନା ସଠିକ୍ ପ୍ରମାଣିତ ହୁଏ ତେବେ ଆପରେ ଥିବା ସେହି କଲ୍ ଭେରିଫାଏଡ୍ କଲକୁ ମୋହର(Badge) ଦେବ ।

NBT

ଏହି ଫିଚର ସାଧାରଣ ବ୍ୟବହାରକାରୀଙ୍କ ପାଇଁ ବହୁତ ଉପଯୋଗୀ ପ୍ରମାଣିତ ହୋଇପାରେ । ଏଥିରୁ ଜାଣିହେବ ଯେ ଫୋନ୍ କାହିଁକି ଆସୁଛି । ସେହିପରି ଆପଣ ଏହା ବି ନିର୍ଦ୍ଧାରଣ କରିପାରିବେ ଯେ ଆପଣ ଏହି ଫୋନ୍କୁ ରିସିଭ କରିବେ କି ନାହିଁ । ଯାହା ଆପଣଙ୍କୁ ମାର୍କେଟିଂ ଏବଂ ସ୍ପାମ୍ କଲ୍ ଗୁଡିକୁ ସହଜରେ ଏଡ଼ାଇବାରେ ସାହାଯ୍ୟ କରିବ ।

ଗଗୁଲ୍ ଅନୁଯାୟୀ, ଏହି ଫିଚରର କିଛି ନିର୍ଦ୍ଦିଷ୍ଟ ସୀମା ରହିଛି । ଏହି ଫିଚର ସମ୍ପୁର୍ଣ୍ଣ ଭାବରେ ବିଜନେସ ଉପରେ ହିଁ ନିର୍ଭର କରିଥାଏ ଯେ ସେମାନେ ସକ୍ରିୟ ଭାବରେ ସୂଚନା ପ୍ରଦାନ କରୁଛନ୍ତି କି ନାହିଁ । ଦ୍ୱିତୀୟତଃ ଯେଉଁ କଲ୍ ଉପରେ ଭେରିଫାଏଡର ବ୍ୟାଜ ନଥିବ ତାହେଲେ ଜରୁରୀ ନୁହେଁ ଯେ ଏହା ଏକ ସ୍ପାମ କଲ ହିଁ ଅଟେ । କମ୍ପାନୀର କହିବା ଅନୁଯାୟୀ ଏହି ଫିଚର କେବଳ ଗୁଗୁଲ୍ ଫୋନ୍ ଆପ୍ ପାଇଁ ହିଁ କାମ କରିବ। ଏହା ବ୍ୟତୀତ, ଏହି ଫିଚରର ଲାଭ ଉଠାଇବା ପାଇଁ ଆପଣଙ୍କର ଫୋନ୍ ନମ୍ବର ଗୁଗଲ୍ ଆକାଉଣ୍ଟ୍ ସହିତ ଲିଙ୍କ୍ ହୋଇ ରହିଥିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.