ରାଜ୍ୟରେ କରୋନା ଗଡ଼ାଇଲା ଆଉ ତିନି ମୁଣ୍ଡ, ସମସ୍ତଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ବ, ମୃତକଙ୍କ ସଂଖ୍ୟା ୨୧କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ନେଇଛି ଆଉ ୩ ଜୀବନ ।  ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ।  କଟକ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଏଁ ମୃତ ।  ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ, ଗଂଜାମ ଜିଲ୍ଲାର ମୃତକ ଜଣଙ୍କ ୭୫ ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ସେ ଦୀର୍ଘ ଦିନ ହେବ ମଧୁମେହ ଓ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡିତ ଥିଲେ । ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା ।

ଯେବେକି କଟକ ଜିଲ୍ଲାର ଚିହ୍ନଟ ମୃତକ ଜଣଙ୍କ ହେଉଛନ୍ତି ୬୫ ବର୍ଷୀୟ ବ୍ୟକ୍ତି । ସେ ମଧ୍ୟ ଦୀର୍ଘ ଦିନ ହେବ ମଧୁମେହ, ଉଚ୍ଛାରକ୍ତଚାପ, କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ପରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ |

ଅନ୍ୟପକ୍ଷରେ ଖୋର୍ଦ୍ଧ ଜିଲ୍ଲାର ମୃତକ ଜଣଙ୍କ ହେଉଛନ୍ତି ରାଜଧାନୀ ଭୁବନେଶ୍ୱରର ମୂଳ ବାସିନ୍ଦା । ତାଙ୍କ ବୟସ ୭୩ ବର୍ଷ ବୋଲି ଜଣାଯାଇଛି । ମିଳିଥିବା ସୂଚନାରୁ ଜଣାଯାଇଛିଯେ ସେ ମଧ୍ୟ ଦୀର୍ଘ ଦିନ ହେବ ଡାଇବେଟିସ, ହାଇପରଟେନସନ, କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । କହିରଖିବା ଉଚିତ ହେବକି, ଏଯାବତ ରାଜ୍ୟରେ ୨,୫୫,୮୦୯ ଟି ଟେଷ୍ଟ ସାରିଲଣି ।ଏଯାବତ ୧୯୮୦ଟି ଆକ୍ଟିଭ କେଶ ରହିଥିବା ବେଳେ ୪୬୦୬ ଜଣ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.