Below header

ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୬୬୧୪କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୬୪ ନୂଆ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ ମୋଟ ପଜିଟିଭ ସଂଖ୍ୟା ୬୬୧୪କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୨୩୪ ଜଣ କ୍ଵାରେଣ୍ଟିଂନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୩୦ ଟି ରହିଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ୨୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖବର ଅନୁଯାୟୀ ଗଂଜାମ ଜିଲ୍ଲାରୁ ସର୍ବାଧିକ ୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୫ ଜଣ, ଝାରସୁଗୁଡାରୁ ୧୮ ଜଣ, କୋରାପୁଟରୁ ଜଣେ, ଯାଜପୁରରୁ ୪୧ ଜଣ, କେଉଁଝରରୁ ୨୫ ଜଣ, ମାଲକାନଗିରିରୁ ୨ ଜଣ, ଭଦ୍ରକରୁ ଜଣେ, କନ୍ଧମାଳରୁ ଜଣେ, ବରଗଡାରୁ ୧୮ ଜଣ, ନୂଆପଡା ଜିଲ୍ଲାରୁ ଜଣେ, ବାଲେଶ୍ଵରରୁ ୧୨ ଜଣ, କଟକରୁ ୧୨ ଜଣ ଥିବା ଜଣାଯାଇଛି । ସେହିପରି ଅନୁଗୁଳ ରୁ ୪ ଜଣ, ଜଗତସିଂହପୁରରୁ ୪ ଜଣ, ନୟାଗଡରୁ ୨

ଜଣ, ଗଜପତି ଜିଲ୍ଲାରୁ ଜଣେ, ପୁରୀ ରୁ ୭ ଜଣ, ସୁନ୍ଦରଗଡରୁ ୪ ଜଣ, କଳାହାଣ୍ଡିରୁ ଜଣେ, ସମ୍ବଲପୁରରୁ ଜଣେ , ବଲାଙ୍ଗୀରରୁ ୨ ଜଣ, ମୟୁରଭଞ୍ଜରୁ ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କହିରଖିବା ଉଚିତ ହେବକି, ଏଯାବତ ରାଜ୍ୟରେ ୨,୫୫,୮୦୯ ଟି ଟେଷ୍ଟ ସାରିଲଣି ।ଏଯାବତ ୧୯୮୦ଟି ଆକ୍ଟିଭ କେଶ ରହିଥିବା ବେଳେ ୪୬୦୬ ଜଣ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.