ଗୁଗଲର AI ପାଓ୍ଵାର୍ଡ ସର୍ଚ୍ଚ ଫିଚର ସାହାଯ୍ୟରେ ସୃଷ୍ଟି କରିପାରିବେ ଇମେଜ୍, ଜାଣନ୍ତୁ କିପରି କରିବ କାମ
ଗୁଗଲ ଏହାର ଜେନେରେଟିଭ୍ AI ପାଓ୍ଵାର୍ଡ ସର୍ଚ୍ଚ ଫିଚର ସବୁ ପ୍ରକାର ଇମେଜ ସୃଷ୍ଟି କରିବା ପାଇଁ ଅପ୍ସନ ଆଣିଛି । ୟୁଜରମାନେ ବର୍ତ୍ତମାନ ଏକ ଟେକ୍ସଟ୍ ପ୍ରମ୍ପ୍ଟରୁ ସିଧାସଳଖ ଇମେଜ୍ ସୃଷ୍ଟି କରିବାରେ ସକ୍ଷମ ହେବେ ।
ଗୁଗଲ ଏହାର ଜେନେରେଟିଭ୍ AI ପାଓ୍ଵାର୍ଡ ସର୍ଚ୍ଚ ଫିଚର ସବୁ ପ୍ରକାର ଇମେଜ ସୃଷ୍ଟି କରିବା ପାଇଁ ଅପ୍ସନ ଆଣିଛି । ୟୁଜରମାନେ ବର୍ତ୍ତମାନ ଏକ ଟେକ୍ସଟ୍ ପ୍ରମ୍ପ୍ଟରୁ ସିଧାସଳଖ ଇମେଜ୍ ସୃଷ୍ଟି କରିବାରେ ସକ୍ଷମ ହେବେ । ଜଣାଇବାକୁ ଚାହିଁବୁ କି ଗୁଗଲ ବର୍ତ୍ତମାନ ୟୁଜରମାନଙ୍କୁ SGE ମଧ୍ୟରେ ଡ୍ରାଫ୍ଟ ଲେଖିବାକୁ ଏବଂ ଲେଖା ହୋଇଥିବା ଟେକ୍ସଟ୍କୁ ପରିବର୍ତ୍ତନ କରି ଆଉଟପୁଟ୍ କଷ୍ଟମାଇଜ୍ କରିବାକୁ ଅନୁମତି ଦେବ ।
ଗୁଗଲ କହିଛି ଯେ, ୟୁଜରମାନେ ଅନେକ ସମୟରେ ଏପରି ସ୍ଥିିତିରେ ପଡ଼ନ୍ତି ଯେଉଁଥିରେ ସେ ଜାଣିଥାନ୍ତି କେଉଁ ଇମେଜ୍ ସେ ଖୋଜୁଛନ୍ତି କିନ୍ତୁ ଗୁଗଲରେ ଏହି ଇମେଜ୍ ଖୋଜି ପାଇନଥାନ୍ତି । ଏପରିସ୍ଥଳେ ଜେନେରେଟିଭ୍ AI ପାଓ୍ଵର୍ଡ ସର୍ଚ୍ଚ ଆପଣଙ୍କୁ ଠିକ ପ୍ରମ୍ପ୍ଟ ଯୋଗାଇବ ଯାହା ଦ୍ୱାରା ଆପଣ ପରଫେକ୍ଟ ଇମେଜ୍ ସୃଷ୍ଟି କରି ପାରିବେ । ଗୁଗଲ କହିଛି ଯେ ଇମେଜ ସୃଷ୍ଟି କରିବାର କ୍ଷମତା କେବଳ ଆମରିକାର କିଛି ଲୋକଙ୍କ ପାଇଁ ହିଁ ରହିଛି ଯେଉଁମାନେ SGE ବ୍ୟବହାର କରିବାର ଅପ୍ସନକୁ ବାଛିଛନ୍ତି ଏବଂ ଯେଉଁମାନେ ୧୮ ବର୍ଷରୁ ଅଧିକ ।
କମ୍ପାନୀ ଗୁଗଲର ଇମେଜ୍ ଟ୍ୟାବରେ ଏକ ବିଲ୍ଟ-ଇନ୍ ଫିଚର ପ୍ରଦାନ କରି ଜେନେରେଟିଭ୍ AI ବ୍ୟବହାର କରି ଇମେଜ୍ ସୃଷ୍ଟି କରିବାକୁ ସହଜ କରୁଛି । ଆପଣ ପ୍ରେରଣା ଦାୟକ ଇମେଜ୍ ଖୋଜିବା ପାଇଁ ଏହି ଫିଚର ଡିଜାଇନ କରାଯାଇଛି । ଏହି ଫିଚରର ଲାଭ ଉଠାଇ ଆପଣ ନିଜ ମନ ପସନ୍ଦର ଇମେଜ ସୃଷ୍ଟି କରି ପାରିବେ ।