ହ୍ୟାକର ଚାହିଁଲେ ବି କରି ପାରିବେ ନାହିଁ ଆପଣଙ୍କ WhatsApp ଆକାଉଣ୍ଟ ହ୍ୟାକ୍, ଆସୁଛି କମ୍ପାନୀର ନୂଆ ସିକ୍ୟୁରିଟି ଫିଚର
WhatsApp ନିଜ ୟୁଜରମାନଙ୍କ ପାଇଁ ନୂଆ ନୂଆ ଫିଚର ଜାରି କରିଥାଏ। ଏବେ କମ୍ପାନୀ ପୁଣି ଏକ ନୂଆ ସିକ୍ୟୁରିଟି ଫିଚର ଉପରେ କାମ କରୁଛି। ଯାହା ଫଳରେ WhatsApp ଆକାଉଣ୍ଟକୁ ହ୍ୟାକ୍ କରିବା ହ୍ୟାକରମାନଙ୍କ ପାଇଁ କଷ୍ଟକର ପାଠ ହୋଇଯିବ।
ରିପୋର୍ଟ ଅନୁସାରେ, ଇନ୍ଷ୍ଟାଗ୍ରାମ ଭଳି WhatsApp ଏକ ଲଗ୍ ଇନ୍ ଆପ୍ରୁଭାଲ ଫିଚର ଉପରେ କାମ କରୁଛି। ଏହାଦ୍ୱାରା ଆପଣ ଯେତେବେଳେ କୌଣସି ନୂଆ ଡିଭାଇସ୍ରୁ ଲଗ୍ ଇନ୍ କରିବେ, ତ ଆପଣଙ୍କୁ ମେସେଜିଙ୍ଗ୍ ଆପ୍ରୁ ନୋଟିଫିକେସନ ପଠାଯିବ। ଏହି ପ୍ରକାରର ନୋଟିଫିକେସନ ବର୍ତ୍ତମାନ ଇନ୍ଷ୍ଟାଗ୍ରାମ କିମ୍ବା ଫେସ୍ବୁକକୁ ଅନ୍ୟ ଡିଭାଇସ୍ରୁ ଲଗ୍ ଇନ୍ କରିବାରେ ମିଳୁଛି।
ଏହି ଫିଚର WhatsApp ପ୍ଲାଟ୍ଫର୍ମର ସିକ୍ୟୁରିଟିକୁ ବଢ଼ାଇବ। WhatsAppର ନୂଆ ନୂଆ ଫିଚର ଉପରେ ନଜର ରଖୁଥିବା ସାଇଟ୍ Wabetainfo ଏ ନେଇ ପ୍ରଥମେ ରିପୋର୍ଟ କରିଛି। ଏହି ସାଇଟ୍ କମ୍ପାନୀର ଅପ୍କମିଙ୍ଗ୍ ଫିଚର ବିଷୟରେ ସୂଚନା ଦେଇଥାଏ। Wabetainfo ମୁତାବକ, ଏହି ଫିଚର ଦ୍ୱାରା ୟୁଜରମାନଙ୍କୁ ଅନ୍ଅଥରାଇଜ୍ଡ ଲଗ୍ ଇନ୍ରୁ ସୁରକ୍ଷା ମିଳିବ।
ଯେତେବେଳେ କେହି ଅନ୍ୟର ଆକାଉଣ୍ଟରେ ଲଗ୍ ଇନ୍ କରିବାକୁ ଚେଷ୍ଟା କରିବ, ତ ୟୁଜରମାନଙ୍କୁ ଇନ୍-ଆପ୍ ଆଲର୍ଟ ଦିଆଯିବ। ଲଗ୍ ଇନ୍ ରିକ୍ୱେଷ୍ଟ୍କୁ ଗ୍ରହଣ କରିବା ପରେ ହିଁ ଅନ୍ୟ ଡିଭାଇସ୍ରେ WhatsApp ଆକାଉଣ୍ଟ୍ ଲଗ୍ ଇନ୍ ହୋଇପାରିବ। ଏହାଦ୍ୱାରା ଆପଣ ଅନ୍ୟ କୌଣସି ଲଗ୍ ଇନ୍ ରିକ୍ୱେଷ୍ଟ୍କୁ ରିଜେକ୍ଟ କରି ପାରିବେ।
ରିପୋର୍ଟ ଅନୁସାରେ, WhatsApp ଆଡ୍ମିନକୁ ଅଧିକ କଣ୍ଟ୍ରୋଲ ଦେବା ଉପରେ କାମ କରୁଛି। ଏହାଦ୍ୱାରା ଗ୍ରୁପ୍ ଆଡ୍ମିନ ଗ୍ରୁପ୍ରେ ପଠାଯାଇଥିବା ଅନ୍ୟର ମେସେଜ୍କୁ ଡିଲିଟ୍ କରି ପାରିବେ।