ଗୋଟିଏ ମିନିଟ୍‌ ରେ ଅନଲାଇନରେ ଏତିକି ମାତ୍ରାରେ ଟ୍ରେନ ଟିକେଟ ହେଉଛି ବୁକ, ସଂଖ୍ୟା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଆଜି କାଲି ଅଧିକାଂଶ ଲୋକ ଅନଲାଇନରେ ଟ୍ରେନ ଟିକେଟ ବୁକ କରୁଛନ୍ତି। ପ୍ରତିଟି ମିନିଟରେ ହଜାର ହଜାର ସଂଖ୍ୟାରେ ଟ୍ରେନ ଟିକେଟ ବୁକ ହେଉଛି। ଆଜି ଆମେ ଆପଣଙ୍କୁ କହୁଛୁ ରେଳ ବିଭାଗରେ ପ୍ରତିଟି ମିନିଟରେ କେତେ ସଂଖ୍ୟାରେ ଟିକେଟ ବୁକ ହେଉଛି।

ଅଜ୍ଞା ଟ୍ରେନରେ ତ ଅନେକ ଲୋକ ଟ୍ରାଭେଲ କରୁଛନ୍ତି। କିନ୍ତୁ କଣ ଆପଣ ଜାଣି ଛନ୍ତି ଏହି ଟ୍ରେନ ଯାହାକି ଏସିଆ ମହାଦେଶର ବୃହତ ନେଟଓ୍ଵାର୍କ ମଧ୍ୟରୁ ଏକ, ଏଥିରେ ପ୍ରତିଟି ସେକେଣ୍ଡରେ ଅନେକ ସଂଖ୍ୟାରେ ଟିକେଟ ବୁକ ହେଉଛି। ଯାହା ସମ୍ପର୍କରେ ହୁଏତ ଆପଣଙ୍କୁ ଜଣାନଥିବ। ଆମେ ଟ୍ରେନ ଟିକେଟ ବୁକ କରୁଛେ ସତ କିନ୍ତୁ ଏହା ଜାଣିନାହୁଁ ଯେ ଅନ୍ୟ ଲୋକମାନେ ମଧ୍ୟ ଆମ ସମୟରେ ଟିକେଟ ବୁକ କରୁଛନ୍ତି। ଜଣେ କି ଦୁଇ ଜଣ ନୁହେଁ ବରଂ ହଜାର ହଜାର ସଂଖ୍ୟାରେ ଏପରି ମାତ୍ର କେଇ ସେକେଣ୍ଡରେ ବୁକ ହୋଇଥାଏ। ଯାହାର ସଠିକ ଅନୁମାନ ଲଗାଇବା ହୁଏତ ଟିକେ କଷ୍ଟ ହୋଇପାରେ।

ତେବେ ବିଭାଗ ପକ୍ଷରୁ ଏହା ସମ୍ପର୍କରେ ସବୁ କିଛି ଡାଟା ସେଭ ହୋଇ ରହିଥାଏ। ଭାରତୀୟ ରେଳ ବିଭାଗ ନିଜ ଯାତ୍ରୀ ମାନଙ୍କ ସୁବିଧାକୁ ଧ୍ୟାନରେ ରଖି ସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥାଏ। ଏବେ ଆପଣ ଘରେ ବସି ମଧ୍ୟ ଟ୍ରେନ ଟିକେଟ ସହିତ ଫୁଡ ଓ ଅନ୍ୟାନ୍ୟ ଜିନିଷକୁ ଅ ର୍ଡର ମଧ୍ୟ କରିପାରୁଛନ୍ତି। ଏମିତିରେ ଆଇଆରସିଟିସି ଏକ େଓ୍ଵବସାଇଟ ଓ ଆପ୍‌ କୁ ବାହାର କରିଛି। ଏମିିତିରେ ତ ଟ୍ରେନରେ ଅନେକ ଲୋକ ଯାତ୍ର କରନ୍ତି । ତେବେ କଣ ଆପଣ କେବେ ଭାବିଛନ୍ତି ଏତେ ସଂଖ୍ୟାରେ ଯାତ୍ରୀ ଯାଉଛନ୍ତି ମାନେ ଟିକେଟ କେତେ ସେକେଣ୍ଡରେ ଆଉ କେତେ ମାତ୍ରାରେ ବୁକ ହେଉଥିବ?

ଭାରତୀୟ ରେଳ ଟିକେଟ ବୁକିଂ ପାଇଁ ନେକ୍ସଟ ଜେନେରେସନ ଇ-ଟିକେଟିଂ ସିଷ୍ଟମ ଚଲାଉଛି। ଏହି ସିଷ୍ଟମକୁ ଲଗାତାର ଭାବେ ଅପଡେଟ ମଧ୍ୟ କରାଯାଉଛି। ସୂଚନା ମୁତାବିକ ଏହି ରେଳ ଷ୍ଟେସନରୁ ହଜାର ହଜାର ଲୋକ ପ୍ରତିଟି ମିନିଟରେ ଟିକେଟ ବୁକ କରୁଛନ୍ତି। ବର୍ଷ ୨୦୧୬-୧୭ରେ ପ୍ରତି ମିନିଟରେ ୧୫ ହଜାର ଟିକେଟ ବୁକ ହୋଇଥିଲା। ଆଉ ୨୦୧୭-୧୮ରେ ୧୮ହଜାର ଟିକେଟ ପ୍ରତି ମିନିଟରେ ଓ ୨୦୧୮-୧୯ରେ ପ୍ରତି ମିନିଟରେ ୨୦ ହଜାର ଟିକେଟ ବୁକ ହୋଇଥିଲ।ା

ଯଦି ଆମେ ଏବେର କଥା କହିବା ତେବେ ଆଇଆରସିଟିସି େଓ୍ଵବସାଇଟ ରେ ପ୍ରତି ମିନିଟ ରେ ୨୫ ହଜାର ରୁ ଅଧିକ ଟିକେଟ ବୁକ ହେଉଛି। ଏବେ ପର୍ଯ୍ୟନ୍ତ ହୋଇଥିବା ରେକର୍ଡ କଥା ଧ୍ୟାନକୁ ଦେଲେ ତେବେ ରିପୋର୍ଟ ମୁତାବିକ ୫ ମାର୍ଚ୍ଚ ୨୦୨୦ ମସିହାରେ ମାତ୍ର ଗୋଟିଏ ମିନିଟରେ ୨୬,୪୫୮ ଟିକେଟ ବୁକ ହୋଇଥିଲା।

ଏବେ ବିଭାଗ ଆଉ ଏକ ବଡ଼ ଅପଡେଟ ଦେଇଛି। ଏବେଠୁ ଆପଣ ଆଇଆରସିଟିସି ୟୁଜର ଆଇଡିରୁ ଗୋଟିଏ ମାସରୁ ୧୨ ଟି ଟିକେଟ ବୁକ କରିପାରିବେ। କିନ୍ତୁ ଗୋଟିଏ ଦିନରେ ଜଣେ ୟୁଜର ଆଇଡି ରୁ ସକାଳ ୮ଟାରୁ ୧୦ ଟା ମଧ୍ୟରେ କେବଳ ଦୁଇଟି ଟିକେଟ ବୁକ କରିପାରିବେ। ଏହି ସୁବିଧାର ଲାଭ ସେମାନେ ହିଁ ଉଠାଇପାରିବେ ଯେଉଁମାନଙ୍କ ଆଧାର କାର୍ଡ ଆଇଆରସିଟିସି ଆକାଉଣ୍ଟ ଦ୍ୱାରା ଲିଙ୍କ ହୋଇଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.