ବନ୍ଦ ହେଲା ଦେଶୀ ମେସେଜିଂ ଆପ୍‌ Hike Sticker Chat, ଟ୍ଵିଟ୍‌ କରି ସୂଚନା ଦେଲେ ସିଇଓ ଭାରତୀ ମିତ୍ତଲ

ବନ୍ଦ ହେଲା ହାଇକ୍‌ ମେସେଜିଂ ଆପ୍‌। ଭାରତର ଏହି ଦେଶୀ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ବନ୍ଦ ହୋଇଥିବା ନେଇ ହାଇକ୍‌ର ଫାଉଣ୍ଡର ତଥା ସିଇଓ କଭିନ୍‌ ଭାରତୀ ମିତ୍ତଲ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ କହିଥିଲେ, ଜାନୁଆରୀ ୧୪ରୁ ଏହି ଆପ୍‌ ବନ୍ଦ ହେବାକୁ ଯାଉଛି। ଏଣୁ ସମସ୍ତ ଡାଟାକୁ ସେଭ୍‌ କରି ନିଅନ୍ତୁ’। ସୂଚନାଯୋଗ୍ୟ ଯେ ଭାରତରେ ପ୍ରାୟ ଏକ କୋଟି ଲୋକ ହାଇକ୍‌ ଆପ୍‌ ବ୍ୟବହାର କରୁଛନ୍ତି।

ହାଇକ୍‌ ଷ୍ଟିକର ଚାଟ୍‌ ଆପ୍‌କୁ ୨୦୨୧ ମସିହାରେ ଭାରତରେ ଆରମ୍ଭ କରାଯାଇଥିଲା। ଗତ ୮ ବର୍ଷ ମଧ୍ୟରେ ଏହି ଆପ୍‌ ବେଶ୍‌ ଲୋକପ୍ରିୟ ହୋଇଛି। କିନ୍ତୁ ଏହାର ଲୋକପ୍ରିୟତା ହ୍ଵାଟ୍ସଆପ୍‌ ଓ ଅନ୍ୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ତୁଳନାରେ କମ୍‌ ରହିଛି। ଏହି କାରଣରୁ ହାଇକ୍‌ ଷ୍ଟିକର୍ଷ ଚାଟ୍‌ ଆପ୍‌କୁ ବନ୍ଦ କରାଯାଉଛି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ଏବେ ହ୍ଵାଟ୍ସଆପ୍‌ର ପ୍ରାଇଭେଟ୍‌ ପଲିସି ଉପରେ କ୍ଷୁବ୍ଧ ହୋଇ ଲୋକମାନେ ଟେଲିଗ୍ରାମ୍‌କୁ ସିଫ୍ଟ ହେଉଛନ୍ତି। ଏଣୁ ଯଦି ଆପଣ ବି ହାଇକ୍‌ ବ୍ୟବହାର କରୁଛନ୍ତି ତେବେ ଅନ୍ୟ କୌଣସି ବିକଳ୍ପ ଖୋଜିନିଅନ୍ତୁ, ନଚେତ୍‌ ଅସୁବିଧାରେ ପଡ଼ିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.