ସ୍ୱଚ୍ଛ ଭାରତ ମିଶନ୍‌ରେ ପିସି କାରବାର, ନିଲମ୍ବିତ ହେଲେ ନବରଙ୍ଗପୁର ଝରିଗାଁ ବିଡିଓ ଓ ଜେଇ

ଉମରକୋଟ (କେ ନ୍ୟୁଜ୍‌) : ସ୍ୱଚ୍ଛ ଭାରତ ମିଶନ୍‌ରେ ଦୁର୍ନୀତି ଅଭିଯୋଗ ପରେ ନିଲମ୍ବିତ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧୁରୁଆ ଏବଂ ଜେଇ ସୁନୀଲ ସାମଲ । ସ୍ୱଚ୍ଛ ଭାରତ ମିଶନ ପାଇଖାନା ଟଙ୍କା ହଡ଼ପ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ସୂଚନା ଯୋଗ୍ୟ ଯେ ପାଇଖାନା ନିର୍ମାଣରେ ଦୁର୍ନୀତି କରି ୫ କୋଟି ଟଙ୍କା ହଡ଼ପ କରିଥିବା କଂଗ୍ରେସ ଦଳ ଅଭିଯୋଗ ଆଣିଥିଲା । ଏହା ସହିତ ଦୁଇ ଶହରୁ ଅଧିକ ହିତାଧିକାରୀ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଏହାର କାର୍ଯ୍ୟାନୁଷ୍ଠନ ସ୍ୱରୂପ ସେମାନଙ୍କୁ ନିଲମ୍ବନ କରାଯାଇଛି।

ଗ୍ରାମାଞ୍ଚଳର ପରିବେଶକୁ ସୁନ୍ଦର କରିବା ସହ ଗ୍ରାମଗୁଡ଼ିକୁ ବାହ୍ୟ ମଳମୁକ୍ତ କରିବା ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ସ୍ୱଚ୍ଛ ଭାରତ ମିଶନ । ଏଥିରେ ପ୍ରତ୍ୟେକ ପରିବାରକୁ ଶୌଚାଳୟ ଯୋଗାଇ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରିଥିଲେ। ପଛୁଆ ଅଞ୍ଚଳ ଭାବେ ପରିଚିତ ଝରିଗାଁ ବ୍ଲକର ଯେଉଁଠି ୨୬ ହଜାର ୩୫୫ଟି ଶୌଚାଳୟ ନିର୍ମାଣ ବାବଦକୁ ଟଙ୍କା ଖର୍ଚ୍ଚ ହୋଇଥିଲା, ସେଥି ମଧ୍ୟରୁ ଗୋଟିଏ ଶୌଚାଳୟ ପିଛା ବିଡିଓ ୨ ହଜାର ଟଙ୍କା ପିସି ନେଇଥିବା ଅଭିଯୋଗ କରି ଥିଲେ ହିତାଧିକାରୀମାନେ।

BDO SUSPEND

ନବରଙ୍ଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳୀରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଭିଯୋଗ ଆଣିଥିବା ବେଳେ ବିଡିଓଙ୍କ ବିରୋଧରେ ଝରିଗାଁ ଥାନାରେ ଶତାଧିକ ହିତାଧିକରୀ ଏତଲା ଦେଇଥିଲେ । ଏଥିରେ ଜେଇ ସୁନୀଲ ସାମଲଙ୍କର ମଧ୍ୟ ସଂପୃକ୍ତି ରହିଥିବା ଅଭିଯୋଗ ରହିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.