ସୋସିଆଲ ମିଡିଆ ପାଇଁ ବହୁତ ଜରୁରୀ ଟୁ ଷ୍ଟେପ ଭେରିଫିକେସନ୍‌, ଏପରି କରନ୍ତୁ ଆକ୍ଟିଭ

ଆଜିକାଲି ବହୁତ ମାତ୍ରାରେ ଫ୍ରଡ ହେବାକୁ ଲାଗିଲାଣି। ମୋବାଇଲ ୟୁଜର୍ସଙ୍କ ପର୍ସନାଲ ଡାଟା ଲିକ୍‌ ହେବାର ଖବର ଆସୁଛି। ଏମିତିରେ ଡିଜିଟାଲ ଓ୍ଵାଲର୍ଡରେ ତିଷ୍ଠି ରହିବାକୁ ହେଲେ ଲୋକଙ୍କୁ ସିକ୍ୟୁରିଟୀ ଏବଂ ପ୍ରାଇଭେସୀକୁ ନେଇ ସତର୍କ ରହିବା ବହୁତ ଆବଶ୍ୟକ। ନିଜ ୟୁଜର୍ସଙ୍କ ସିକ୍ୟୁରିଟୀ ଏବଂ ଡାଟା ପ୍ରାଇଭେସୀକୁ ନେଇ ଅନେକ ସୋସିଆଲ ମିଡିଆ କମ୍ପାନୀ ବିଭିନ୍ନ ପ୍ରକାର ଅପଡେଟ ମଧ୍ୟ ଜାରି କରୁଛନ୍ତି। ଟୁ ଷ୍ଟେପ ଭେରିଫିକେସନ୍‌ ଏମିତି ଏକ ଫିଚର ଯାହା ସାହାଯ୍ୟରେ ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବହୁତ ସିକ୍ୟୁର ହୋଇଯିବ। ତାହେଲେ ବହୁତ ଜରୁରୀ ଯଦି ଆପଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଛନ୍ତି ତାହେଲେ ଆକାଉଣ୍ଟକୁ ସୁରକ୍ଷିତ ରଖିବା। ତେଣୁ ଏହି ଭିଡିଓରେ ଆମେ ଜାଣିବା ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ କେମିତି ଆକ୍ଟିଭେଟ କରିବେ ଟୁ ଷ୍ଟେପ ଭେରିଫିକେସନ୍‌।

ଟୁ ଷ୍ଟେପ ଭେରିଫିକେସନ୍‌

ଟୁ ଷ୍ଟେପ ଭେରିଫିକେସନ ଫିଚର୍ସ ସାହାଯ୍ୟରେ ଆପଣଙ୍କ ଆକାଉଣ୍ଟ ବହୁତ ମାତ୍ରାରେ ସୁରକ୍ଷିତ ରହିଥାଏ। ଏହା ଆପଣଙ୍କ ଆକାଉଣ୍ଟକୁ ଆଉ ଏକ ସେଫଟି ଷ୍ଟେପ ପ୍ରଦାନ କରିଥାଏ, ଯେଉଁଥିରେ ଆକାଉଣ୍ଟର ସିକ୍ୟୁରିଟୀ ଡବଲ୍‌ ହୋଇଯାଏ। ଅର୍ଥାତ୍‌ ଯଦି କିଏ ଆପଣଙ୍କ ମୋବାଇଲକୁ ହ୍ୟାକ୍‌ କରି କିମ୍ବା ଫ୍ରଡ କରି ଆଇଡି ପାସଓ୍ଵାର୍ଡ ପାଇବି ଯାଏ ତାହେଲେ ମଧ୍ୟ ତାକୁ ଲଗଇନ୍‌ ପାଇଁ ଆଉ ଏକ ଷ୍ଟେପ ଦେଇ ଯିବାକୁ ପଡିବ।

ଏମିତି କରନ୍ତୁ ଆକ୍ଟିଭେଟ

ଟୁ ଷ୍ଟେପ ଭେରିଫିକେସନକୁ ଆକ୍ଟିଭେଟ କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟରେ ଲଗଇନ୍‌ କରିବାକୁ ହେବ।
ଆକାଉଣ୍ଟ ଲଗଇନ୍‌ ହେବା ପରେ ଆପଣଙ୍କୁ ସେଟିଙ୍ଗକୁ ଯିବାକୁ ହେବ ଏବଂ ecurity and Login ଅପ୍ସନକୁ ଟ୍ୟାପ୍‌ କରନ୍ତୁ।
ଏହାପରେ ଆପଣଙ୍କୁ Two-Factor Authentication ଉପରେ ଟ୍ୟାପ୍‌ କରନ୍ତୁ ଏବଂ ଏହାପରେ Editକୁ ଯାଆନ୍ତୁ।
ଏହାପରେ ଆପଣଙ୍କୁ ଅଥେଣ୍ଟିକେସନ ମେଥଡକୁ ସିଲେକ୍ଟ କରନ୍ତୁ ଏବଂ Enable ଉପରେ ଟ୍ୟାପ୍‌ କରନ୍ତୁ।
ଏହାପରେ ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଟୁ ଷ୍ଟେପ ଭେରିଫିକେସନ୍‌ ଆକ୍ଟିଭେଟ ହୋଇଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.