Gmailରେ ନିଜ ନାମକୁ ପରିବର୍ତ୍ତନ କରିବା ବହୁତ ସହଜ, ଫଲୋ କରନ୍ତୁ ଏହି ଟିପ୍ସ

ଜିମେଲକୁ କୋଟି କୋଟି ଲୋକ ବ୍ୟବହାର କରୁଛନ୍ତି। କାହିଁକିନା ଏହା କମ୍ୟୁନିକେସନର ବଡ ମାଧ୍ୟମ ହୋଇଥାଏ। ଏହାର ବ୍ୟବହାର ପର୍ସନାଲ କନଭେରସେସନ ଠାରୁ ନେଇ ଅଫିସିଆଲ ଓ୍ଵାର୍କ ପର୍ଯ୍ୟନ୍ତ ସବୁ କାମ ପାଇଁ ବ୍ୟବହାର କରାଯାଏ। ଜିମେଲର ଅନେକ ଫିଚର୍ସ ଏମିତି ରହିଛି ଯାହା ଅନ୍ୟ ଇମେଲ ପ୍ରୋଭାଇଡର୍ସ କମ୍ପାନୀ ଠାରୁ ଅଲଗା ଏବଂ ଅଧିକ ପ୍ରଚଳିତ ବନାଇଥାଏ। ଏହାକୁ ୟୁଜ୍‌ କରୁଥିବା ଏହାର ମେନ୍‌ ମେନ୍‌ ଫିଚର୍ସ ସହ ତ ଆପଣ ପରିଚିତ ଥିବେ କିନ୍ତୁ ଏଥିରେ ଏମିତି ଅନେକ ଫିଚର୍ସ ମଧ୍ୟ ରହିଛି ଯାହା ବିଷୟରେ ବହୁତ କମ୍‌ ଲୋକ ବୋଧହୁଏ ଜାଣିଛନ୍ତି। ଏହି ଫିଚର୍ସ ମଧ୍ୟରୁ ଗୋଟିଏ ହେଉଛି ଇମେଲରେ ଦେଖୁଥିବା ନାମ ବଦଳାଇବାର ଅପ୍ସନ। କଣ ଆପଣ ଜାଣିଛନ୍ତି ଜିମେଲରେ ଆପଣ କେମିିତି ନିଜର ନାମ ବଦଳାଇବେ। ଯଦି ଜାଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର ତରିକା, ଯାହା ସାହାଯ୍ୟରେ ଆପଣ ନିଜର ଡିସପ୍ଲେ ନାମକୁ ଚେଞ୍ଜ୍‌ କରିପାରିବେ।

ଯେତେବେଳେ ଆପଣ କାହାକୁ ମେଲ ପଠାଉଛନ୍ତି ସେତେବେଳେ ତାଙ୍କୁ ସର୍ବପ୍ରଥମେ ଡିସପ୍ଲେରେ ଆପଣଙ୍କ ନାମ ହିଁ ଦେଖାଯାଇଥାଏ। ଏହି ନାମରୁ ହିଁ ସାମ୍ନା ବାଲାକୁ ଜଣାପଡିଯାଏ ଯେ ତାଙ୍କୁ କିଏ ମେଲ୍‌ କରିଛନ୍ତି ଏବଂ କେଉଁ ମେଲ ପଢ଼ିବାର ଅଛି। ଅନେକ ଲୋକଙ୍କୁ ଲାଗିଥାଏ ଯେ ଇମେଲ ଆଉଡି ବନାଇବା ସମୟରେ ଥରେ ଯେଉଁ ନାମ ରଖିଦିଆଯାଏ ତାହେଲେ ତାକୁ ଚେଞ୍ଜ୍‌ କରାଯାଇପାରିବନାହିଁ। କିନ୍ତୁ ଏମିତି ବିଲକୁଲ ବି ହୁଏନା। ଆପଣ ଚାହିଁଲେ ଏହାକୁ ଆପଣ ନିହାତି ଭାବେ ବଦଳାଇପାରିବେ। କିଛି ପରିସ୍ଥିତିରେ ଆପଣ ଏହାକୁ ବଦଳାଇପାରିବେ। ଧରିନିଆଯାଉ ଜଣେ ଝିଅର ବିବାହ ହୋଇଯାଇଛି ଏବଂ ତାଙ୍କର ସରନେମ ବଦଳିଯାଇଛି, ତାହେଲେ ତାଙ୍କୁ ଜିମେଲରେ ବି ନାମ ଅପଡେଟ କରିପାରିବେ। ଅନେକ ଲୋକଙ୍କ ନାମ ସହିତ ସଂଗଠନର ନାମ ମଧ୍ୟ ୟୁଜ୍‌ ହୋଇଥାଏ, ତେବେ ଯଦି ଆପଣ କମ୍ପାନୀ ବଦଳାଉଛନ୍ତି ତାହେଲେ ଏହାକୁ ନିହାତି ଭାବେ ବଦଳାଇପାରିବେ।

  • ତେବେ ଏବେ ଆସନ୍ତୁ ଜାଣିବା କେଉଁ ଷ୍ଟେପ୍ସକୁ ଫଲୋ କରି ଆପଣ ନାମ ପରିବର୍ତ୍ତନ କରିପାରିବେ
  • ଏହାକୁ ବଦଳାଇବା ବହୁତ ସହଜ, ଏଥିପାଇଁ ପ୍ରଥମେ ଆପଣଙ୍କୁ ନିଜ କମ୍ପ୍ୟୁଟରରେ ଜିମେଲ ଲଗଇନ୍‌ କରିବାକୁ ହେବ।
  • ଏବେ ଜିମେଲ ପେଜରେ ଡାହାଣ ପାର୍ଶ୍ୱରେ ପୂରା ଉପରେ ଥିବା Setting ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ଏହାପରେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ୍‌ ଓପନ ହୋଇଯିବ, ଯେଉଁଥିରେ ଅନେକ ଅପ୍ସନ ମହଜୁଦ୍‌ ରହିଛି। ଆପଣଙ୍କୁ Accounts and Import କିମ୍ବା Account ଟ୍ୟାବ୍‌ ଉପରେ କ୍ଲିକ କରିବାକୁ ହେବ।
  • ଏବେ ଆପଣଙ୍କୁ Send mail as ଅପ୍ସନ ସାମ୍ନାରେ ଥବା Edit info ଉପରେ କ୍ଲିକ କରିବାକୁ ହେବ।
  • ଏବେ ଆପଣ ସେହି ନୂଆ ନାମ ଦିଅନ୍ତୁ ଯାହାକୁ ଆପଣ ଡିସପ୍ଲେ ନାମ ରଖିବାକୁ ଚାହୁଁଛନ୍ତି।
  • ନାମ ଟାଇପ୍‌ କରିବା ପରେ ସ୍କ୍ରୋଲ ଡାଉନ୍‌ କରି Save changes ଉପରେ କ୍ଲିକ କରିଦିଅନ୍ତୁ।
  • ଏହି କମାଣ୍ଡ ଦେବା ପରେ ଆପଣଙ୍କ ଜିମେଲ ଡିସପ୍ଲେ ନାମ ବଦଳିଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.