ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇଛି ନା ନାହିଁ କେମିତି ଜାଣିବେ, ପତ୍ତା ଲଗାଇବାକୁ ଆପଣାନ୍ତୁ ଏହି ତରିକା

ପୂର୍ବରୁ ଲୋକମାନେ ଖାଦ୍ୟ ବନାଇବା ପାଇଁ, ପାଣି ଗରମ କରିବା ପାଇଁ ଏବଂ ଅନ୍ୟାନ୍ୟ କାମ ପାଇଁ କାଠ ଚୁଲା ବ୍ୟବହାର କରୁଥିଲେ। କିନ୍ତୁ ଏବେ କେବଳ ସହରରେ ନୁହେଁ ବରଂ ଗାଁରେ ମଧ୍ୟ ରନ୍ଧନ ଗ୍ୟାସ ଏବଂ ସିଲିଣ୍ଡରରେ ରୋଷେଇ କରୁଛନ୍ତି ଲୋକେ। ଦୂର ଦୂରାନ୍ତରେ ଥିବା ଗାଁର ଲୋକମାନେ ବି ଏବେ ଗ୍ୟାସରେ ରୋଷେଇ କରୁଛନ୍ତି। ରୋଷେଇ କରିବା ପାଇଁ ଏହା ସୁବିଧାଜନକ ହୋଇଥାଏ, ତାସହିତ ବହୁତ କମ୍‌ ସମୟରେ ଖାଦ୍ୟ ପ୍ରସ୍ତୁତ ହୋଇଯାଏ। ନା ଏଥିରେ ଚୂଲି ଫୁଙ୍କି ଧୂଆଁ ଖାଇବାର ଝିନଝଟ୍‌ ରହିଥାଏ।

ବାସ୍‌ କେବଳ ବଟନ୍‌ ବୁଲାଇବାକୁ ପଡିବ ଆଉ ମାଚିସ୍‌ କିମ୍ବା ଲାଇଟରରେ ଜଳାଇ ବିନା କୌଣସି ସମସ୍ୟାରେ ଖାଦ୍ୟ ପ୍ରସ୍ତୁତ ହୋଇଯାଏ। କିନ୍ତୁ ରନ୍ଧନ ଗ୍ୟାସର ବ୍ୟବହାର ସମୟରେ ଅନେକ ସାବଧାନତା ଏବଂ ସତର୍କତାକୁ ମାନିବା ଜରୁରୀ, ଯାହାଦ୍ୱାରା ଯେପରି କୌଣସି ପ୍ରକାର ସମସ୍ୟା ନହେବ। କିନ୍ତୁ ଗ୍ୟାସ ସିଲିଣ୍ଡରକୁ ନେି ଏକ ସବୁଠାରୁ ବଡ ସମସ୍ୟା ଦେଖିବାକୁ ମିଳିଥାଏ, ତାହା ହେଉଛି ଗ୍ୟାସ ଲିକ୍‌ ହେବା। ଯଦିଓ ଅନେକ ଲୋକ ଏହା ଚେକ୍‌ କରିପାରନ୍ତିନାହିଁ ଯେ ଗ୍ୟାସ ସିଲିଣ୍ଡର ଲିକ୍‌ ହୋଇଛି ନା ନାହିଁ। କଣ ଆପଣଙ୍କର ଏହି ସମସ୍ୟା ହେଉଛି କି, ତାହେଲେ ଚାଲନ୍ତୁ ଆମେ ଆପଣଙ୍କୁ କିଛି ଖାସ୍‌ ତରିକା ବିଷୟରେ ଆଜି କହିବୁ ଯାହାଦ୍ୱାରା ଆପଣ ମାତ୍ର ଗୋଟିଏ ମିନିଟ୍‌ ମଧ୍ୟରେ ଏହା ଜାଣିପାରିବେ ଯେ ଗ୍ୟାସ ଲିକ୍‌ ହୋଇଛି ନା ନାହିଁ। ତାହେଲେ ଆସନ୍ତୁ ଦର୍ଶକବନ୍ଧୁ ଜାଣିବା କଣ ସେହି ତରିକା।

gasଆପଣଙ୍କ ଗ୍ୟାସ ସିଲିଣ୍ଡର ଲିକ୍‌ ହୋଇଛି ନା ନାହିଁ, ଏହା ଚେକ୍‌ କରିବା ପାଇଁ ଆପଣ ପାଣିର ସାହାଯ୍ୟ ନେଇପାରିବେ। ଆପଣଙ୍କୁ ସିଲିଣ୍ଡରରେ ରେଗୁଲେଟ ଲଗାଯାଇଥିବା ଜାଗାରେ ଅଳ୍ପ ପାଣି ପକାଇ ଦିଅନ୍ତୁ। ପାଣି ପକାଇଲେ ଯଦି ସେହି ସ୍ଥାନାରୁ ଫୋଟକା ଭଳି ଉଠେ, ତାହେଲେ ଏହା ବୁଝିନିଅନ୍ତୁ ଯେ ଆପଣଙ୍କ ଗ୍ୟାସ ସିଲିଣ୍ଡରରେ ଲିକ୍‌ ରହିଛି। ଆଉ ଯଦି ସେହି ସ୍ଥାନରେ ପାଣି ପକାଇବା ପରେ ବବଲ୍‌ ବାହାରୁନାହିଁ ତାହେଲେ ଜାଣନ୍ତୁ ଆପଣଙ୍କ ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇନି।

ଆପଣଙ୍କ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇଛି ନା ନାହିଁ, ଏହାର ଯାଞ୍ଚ୍‌ କରିବା ପାଇଁ ଆପଣ ସୁଙ୍ଘି ବି ପାରିବେ। ଯଦି ଆପଣଙ୍କୁ ଟିକିଏ ବି ଏମିତି ଲାଗୁଛି ନା ତାହେଲେ ଆପଣଙ୍କ ଗ୍ୟାସ୍‌ ରେଗୁଲେଟର ପାଖରେ ଏବଂ ଜଏଣ୍ଟ ହୋଇଥିବା ସ୍ଥାନକୁ ସୁଙ୍ଘନ୍ତୁ। ଏମିତି କରିବା ପରେ ବି ଆପଣ ଗ୍ୟାସ୍‌ ଲିକ୍‌ ହୋଇଛି କି ନାହିଁ ପତ୍ତା ଲଗାଇ ପାରିବେ।

ଗ୍ୟାସ ସିଲିଣ୍ଡରକୁ ଆପଣ ଯେତେବେଳେ ଘରକୁ ଆଣୁଛନ୍ତି, ସେତେବେଳେ ବ୍ୟବହାର କରିବା ସମୟରେ ମଝିରେ ମଝିରେ ଚେକ୍‌ କରିବା ନିହାତି ଜରୁରୀ। ଲଗାଇବା ପୂର୍ବରୁ ଏବଂ ବ୍ୟବହାର କରିବାର ମଝିରେ ମଝିରେ ଏହା ଚେକ୍‌ କରନ୍ତୁ ଯେ ଆପଣଙ୍କ ଗ୍ୟାସ ଲିକ୍‌ ହୋଇନି ତ।

ଯଦି ଆପଣଙ୍କୁ ଜଣାପଡୁଛି ଯେ ଆପଣଙ୍କ ଗ୍ୟାସ ସିଲିଣ୍ଡର ଲିକ୍‌ ହୋଇଛି ତାହେଲେ ଆପଣ ଏହାର ବ୍ୟବହାର ବିଲକୁଲ ବି କରନ୍ତୁନାହିଁ। ଏହା ଉପରେ କ୍ୟାପ୍‌ ଲଗାଇ ଏହାକୁ ବନ୍ଦ କରି ରଖନ୍ତୁ ଏବଂ ସର୍ବପ୍ରଥମେ ନିଜର ଗ୍ୟାସ୍‌ ଏଜେନ୍ସୀକୁ ଏହାର ସୂଚନା ଦିଅନ୍ତୁ। ଏହାପରେ ସେ ଆପଣଙ୍କ ଗ୍ୟାସ ସିଲିଣ୍ଡରକୁ ତୁରନ୍ତ ବଦଳାଇଦେବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.