ସଧବା ବେଶରେ ଝଟକିଲେ କିନ୍ନର, ଗୁରୁଙ୍କ ଦୀର୍ଘାୟୁ କାମନା କରି ରଖିଲେ ସାବିତ୍ରୀ ବ୍ରତ

ଭୁବନେଶ୍ୱର (କେନ୍ୟୁଜ): ଆଜି ପବିତ୍ର ସାବିତ୍ରୀ ବ୍ରତ । ଏହି ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିରରେ ସଧବା ନାରୀମାନେ ବ୍ରତ ପାଳନ କରୁଥିବା ବେଳେ ଭୁବନେଶ୍ୱରରେ କିନ୍ନର ମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ନୂଆ ଶାଢୀ, ଚୂଡି ସହ ବିଭିନ୍ନ ପ୍ରକାରର ଫଳମୂଳରେ ପୂଜାର୍ଚ୍ଚନା କରିଛନ୍ତି । ଓଡ଼ିଶା କିନ୍ନର ଆଖଡା ପକ୍ଷରୁ ସାବିତ୍ରୀ ବ୍ରତ ପାଳନ କରାଯାଇଛି । ରାଜଧାନୀର ପଲାଶପଲି ନିକଟରେ ଥିବା ବରଗଛକୁ ପୂଜାର୍ଚ୍ଚନା କରିବା ସହ କିନ୍ନର ମାନେ ବ୍ରତ ପାଳିଛନ୍ତି ।

ଧୂପ ଦୀପ ନୈବେଦ୍ୟ ଲାଗି କରି ସାବିତ୍ରୀ ବ୍ରତ ଅବସରରେ ନିଜର ଗୁରୁଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଛନ୍ତି । ସଂଧ୍ୟାରେ ପୂଜା ସାରି ନିଜର ଉପବାସ ଭାଙ୍ଗିବେ ବୋଲି କହିଛନ୍ତି କିନ୍ନର ମୀରା ପରିଡା । କେବଳ ଗୁରୁ ନୁହନ୍ତି ସମସ୍ତ ପୁରୁଷ ସମାଜଙ୍କ ପାଇଁ କିନ୍ନର ମାନେ ଦୀର୍ଘାୟୁ କାମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.