ଘର ଭିତରେ କାହିଁକି ଧରୁନି ଆପଣଙ୍କ ମୋବାଇଲ୍‌ ନେଟ୍‌ଓ୍ଵାର୍କ…ହୋଇପାରେ ଏହି ପ୍ରମୁଖ କାରଣ

ଭାରତରେ ପ୍ରାୟତଃ ଘର ଭିତରେ ମୋବାଇଲ୍‌ ନେଟ୍‌ଓ୍ଵାର୍କ ପାଏନାହିଁ। ଆଉ ଇଣ୍ଟରନେଟ୍‌ କନେକ୍ସନ ବି ଧିମା ରହିଥାଏ। ଘର ଭିତରେ କିଛା ନା କିଛି ଏମିତି ଜାଗା ଥାଏ, ଯେଉଁଠି କଲ୍‌ କିମ୍ବା ଇଣ୍ଟରନେଟ୍‌ ବ୍ୟବହାର କରିବା ଆମ ପାଇଁ ମୁସ୍କିଲ ହୋଇଯାଏ। ତେବେ ଏହି ନେଟ୍‌ଓ୍ଵାର୍କ କନେକ୍ଟିଭିଟି ସମସ୍ୟା ପଛରେ ଅନେକ କାରଣ ହୋଇପାରେ, ଆପଣଙ୍କ ଘରେ ରଖା ହୋଇଥିବା କିଛି ଇଲେକ୍ଟ୍ରୋମ୍ୟାଗ୍ନେଟିକ ଇଣ୍ଡକ୍ସନ ଡିଭାଇସ୍‌ ହୋଇପାରେ ନ ହେଲେ ଆପଣଙ୍କ ଫୋନ୍‌ର ସେଟିଙ୍ଗ୍‌। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

-ମିଡିଆ ରିପୋର୍ଟ ମୁତାବକ, ଯଦି ଆପଣଙ୍କ ଫୋନ୍‌ରେ ଇଣ୍ଟରନେଟ୍‌ ସମସ୍ୟା ଲାଗି ରହୁଛି ଏବଂ ଏହି କାରଣରୁ ଆପଣ ଫୋନ୍‌ରେ ଠିକ୍‌ ଭାବରେ କଥାବାର୍ତ୍ତା କରିପାରୁ ନାହାନ୍ତି, ତା’ ହେଲେ ଇଲେକ୍ଟ୍ରୋମ୍ୟାଗ୍ନେଟିକ ଇଣ୍ଡକ୍ସନ ଡିଭାଇସ୍‌ ଭଳି ଇଣ୍ଟରନେଟ୍‌ ରାଉଟର କିମ୍ବା କରେଣ୍ଟ୍‌ ଲ୍ୟାମ୍ପ୍ସଠାରୁ ଦୂରତା ବଜାୟ ରଖନ୍ତୁ। ନଚେତ୍‌ ଏହାକୁ ବନ୍ଦ କରି ଦିଅନ୍ତୁ।

-ଅନ୍ୟ ମୋବାଇଲରେ ସିମ୍‌ ପକାଇ ଆପଣ ଦେଖି ପାରିବେ ଯେ ସମସ୍ୟା ଗୋଟିଏ ଡିଭାଇସ୍‌ରେ ଅଛି ନା ସବୁ ଡିଭାଇସ୍‌ରେ। ମୋବାଇଲ୍‌କୁ ସ୍ୱିଚ୍‌ ଅଫ୍‌ କରନ୍ତୁ ଏବଂ ପୁଣି ଅନ୍‌ କରନ୍ତୁ। ଏହି ତରିକାରେ ବି ସମସ୍ୟାର ସମାଧାନ ହୋଇ ପାରିବ। ଆଉ ଯଦି ସମସ୍ୟା ଏବେ ବି ରହିଛି, ତା’ ହେଲେ ମୋବାଇଲ୍‌ର ସେଟିଂକୁ ଯାଆନ୍ତୁ। ଏବେ ଓ୍ଵୟାରଲେସ୍‌ ଏବଂ ନେଟ୍‌ଓ୍ଵାର୍କ ସେଟିଂ ଉପରେ କ୍ଲିକ୍‌ କରନ୍ତୁ। ମୋବାଇଲ୍‌ ନେଟ୍‌ଓ୍ଵାର୍କ ଅପଶନ ବାଛନ୍ତୁ। ଏହାପରେ ନେଟ୍‌ଓ୍ଵାର୍କ ଅପରେଟର୍ସ ଉପରେ ଟ୍ୟାପ୍‌ କରି ମାନୁଆଲ ଉପାୟରେ କିମ୍ବା ଅଟୋମେଟିକାଲି ନେଟ୍‌ଓ୍ଵାର୍କ ବାଛନ୍ତୁ।

-ଯଦି ଆପଣ ଆଇଓଏସ୍‌ ଅପରେଟିଂ ସିଷ୍ଟମ୍‌ ବ୍ୟବହାର କରୁଛନ୍ତି, ତ ୟୁଜର ସେଟିଂକୁ ଯାଇ Mobile + SIM ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ସିମ୍‌ ସେଟିଂକୁ ଯାଇ ମାନୁଆଲି କିମ୍ବା ଅଟୋମେଟିକାଲି ନେଟ୍‌ଓ୍ଵାର୍କ ବାଛନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.