Below header

ୟୁକ୍ରେନର ମାରିୟୁପୁଲ ସହରରେ ସର୍ବାଧିକ ଧ୍ୱଂସଲୀଳା ରଚିିଛି ଋଷ ସେନା: ଏପର୍ଯ୍ୟନ୍ତ ଗଲାଣି ୧୦ ହଜାର ଜୀବନ

କେନ୍ୟୁଜ୍(ବ୍ୟୁରୋ): ମାରିୟୁପୁଲରେ ୧୦ ହଜାର ମୃତ । ୟୁକ୍ରେନର ମାରିୟୁପୁଲ ସହରରେ ଋଷ ସେନା ସର୍ବାଧିକ ଧ୍ୱଂସଲୀଳା ରଚିିଛି । ସମ୍ପୂର୍ଣ୍ଣ ସହରକୁ ଋଷ ସେନା ଛାରଖାର କରିଦେଇଛନ୍ତି । ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ୧୦ ହଜାର ଲୋକ ମୃତ୍ୟୁବରଣ କରିଥାଇପାରନ୍ତି । ୫ ହଜାର ମୃତଦେହକୁ ଏପର୍ଯ୍ୟନ୍ତ କବର ଦିଆଯାଇଛି ।

ଋଷର ବୋମାମାଡ଼ ଯୋଗୁଁ ମୃତକଙ୍କୁ ଶ୍ମଶାନକୁ ନିଆଯାଇପାରିନି । ମାରିୟୁପୁଲରେ ଲକ୍ଷାଧିକ ଲୋକ ଫସି ରହିଛନ୍ତି । ମାନବୀୟ କରିଡରକୁ ବି ଟାର୍ଗେଟ କରୁଛନ୍ତି ଋଷ ସେନା । ବାହାରକୁ ବାହାରିବା ମୁସ୍କିଲ ହୋଇପଡିଛି । ବୋମା ଓ ମିସାଇଲ ବର୍ଷା ଯୋଗୁଁ ୧୦ ଦିନ ହେଲା ମୃତ ଲୋକଙ୍କ ଅନ୍ତିମ ସଂସ୍କାର କରାଯାଇପାରିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.