ଖରାଦିନେ ଝାଳ ବାହାରି ଆପଣଙ୍କ କେଶ ଦୁର୍ଗନ୍ଧ କରୁଛି କି…ତ ଫଟାଫଟ୍‌ ଏହି ଘରୋଇ ଉପଚାର କରନ୍ତୁ

ଖରାଦିନେ ଆମ ସମସ୍ତଙ୍କର ଝାଳ ସମସ୍ୟା ରହିଥାଏ। ଶାରୀରିକ ପରିଶ୍ରମ, ଭାବନାତ୍ମକ ଉତ୍ତେଜନା, ଆନୁବଂଶିକ ହର୍ମୋନ ଅସନ୍ତୁଳନ ଏବଂ ବଢ଼ୁଥିବା ତାପମାତ୍ରା ଝାଳର କେତେକ ପ୍ରମୁଖ କାରଣ ହୋଇଥାଏ। ଝାଳ ଯୋଗୁ ଶରୀରରେ ଫଙ୍ଗଲ ଇନ୍‌ଫେକ୍ସନ ବି ହୋଇପାରେ। ବେଳେବେଳେ ତ୍ୱଚାରେ ଥିବା ବ୍ୟାକ୍ଟେରିଆ ସହ ମିଶି ଝାଳ ଅତିଶୟ ଦୁର୍ଗନ୍ଧ ସୃଷ୍ଟି କରିଥାଏ। ଖରାଦିନେ କେବଳ ତ୍ୱଚା ନୁହେଁ, ବରଂ କେଶରୁ ମଧ୍ୟ ଝାଳ ଦୁର୍ଗନ୍ଧ ବାହାରିଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ, ଯାହାକି କେଶରୁ ବାହାରୁ ଥିବା ଝାଳ ଦୁର୍ଗନ୍ଧ ଦୂର କରିଦେବ।

-ଏକ କପ୍‌ ପାଣିରେ ଗୋଲାପ ଜଳ ଏବଂ ଲେମ୍ବୁ ରସ ମିଶାଇ ସେଥିରେ କେଶ ଧୁଅନ୍ତୁ।

-ଆପଣ ଚାହିଁଲେ ଆଲୋଭେରା ଜେଲ୍‌ ବ୍ୟବହାର କରି ପାରିବେ। ଏହା ନ ମିଳିଲେ, ଆଲୋଭେରା ପତ୍ରରୁ ବି ଜେଲ୍‌ ବାହାର କରି ପାରିବେ। ସପ୍ତାହରେ ଦୁଇଥର ଏହାକୁ କେଶରେ ଲଗାଇ ଧୋଇବା ଦ୍ୱାରା କେଶ ସୁଗନ୍ଧିତ ହୋଇଥାଏ।

-ଆପଣ କେଶରୁ ଝାଳ ଦୁର୍ଗନ୍ଧ ଏବଂ ଚିକ୍‌ଟାପଣ ଦୂର କରିବା ପାଇଁ ଗୋଲାପ ଜଳ ବ୍ୟବହାର କରନ୍ତୁ। ଗୋଧୋଇବା ପାଣିରେ ୨ ଠିପି ଗୋଲାପ ଜଳ ମିଶାଇ ସେଥିରେ କେଶ ଧୁଅନ୍ତୁ। ଏମିତି କରିବା ଦ୍ୱାରା ସମସ୍ୟା ଦୂର ହୋଇଥାଏ।

-ଖରାଦିନେ କେଶରୁ ଝାଳ ଦୁର୍ଗନ୍ଧ ଦୂର କରିବା ପାଇଁ ଆପଣ ଟମାଟୋ ମଧ୍ୟ ବ୍ୟବହାର କରି ପାରିବେ। ଟମାଟୋ ରସ ବାହାର କରି ଏହାକୁ ମିକ୍ସିରେ ପେଶି ନିଅନ୍ତୁ ଏବଂ ଏହାକୁ କେଶ ମୂଳରେ ଲଗାନ୍ତୁ।

-ଯଦି ଆପଣଙ୍କ ଝାଳ ସମସ୍ୟା ଅଧିକ ରହିଛି, ତା’ ହେଲେ ଦହିରେ ମୁଲ୍‌ତାନୀ ମାଟି ମିଶାଇ ଏହାକୁ କେଶରେ ଲଗାଇ ପାରିବେ। ଏହାକୁ ଲଗାଇ ରଖିବାର ୭ରୁ ୧୦ ମିନିଟ୍‌ ପରେ କେଶ ଧୋଇ ଦେବେ। ସପ୍ତାହରେ ଏହାକୁ ଥରେ ହିଁ ଆପଣାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.