ହ୍ଵାଟ୍ସଆପ୍‌ ରେ ଦେଖାଯିବ ନାହିଁ ଅନ୍‌ଲାଇନ, କେବଳ କରିବାକୁ ହେବ ଏହି ଛୋଟିଆ କାମ

ହ୍ଵାଟ୍ସଆପ (WhatsApp) ୟୁଜର୍ସଙ୍କୁ ସୁନ୍ଦର ସେବା ଯୋଗାଇବା ପାଇଁ ମଝିରେ ମଝିରେ ହ୍ଵାଟ୍ସଆପ ଭଲ ଫିଚର୍ସ ଆଣିଥାଏ । ନିକଟରେ ସ୍କ୍ରିନ ସର୍ଟକୁ ବ୍ଲକ କରିବାର ଫିଚର ଆସିଥିଲା । ଏହି ଫିଚର ସାହାଯ୍ୟରେ View Once ମୋଡରେ ପଠାଯାଇଥିବା ଫଟୋର ସ୍କ୍ରିନ ସଟ୍‌ କେହି ନେଇ ପାରିବେ ନାହିଁ ।

ଇନଷ୍ଟାଣ୍ଟ ମେସେଜ ଆପରେ ଏବେ ଆଉ ଏକ ଫିଚର ଆସିଯାଇଛି । ଏହି ଫିଚର ଅନୁଯାୟୀ ଆପଣ ଆପଣଙ୍କର WhatsApp Online Status କୁ ଲୁଚାଇ ପାରିବେ । ଏହି ନୂଆ ଫିଚର ଲାଇଭ ହୋଇ ସାରିଛି । କିଛି ଷ୍ଟେପ ଫଲୋ କରି ଆପଣ ବି ଏହାର ଲାଭ ଉଠାଇ ପାରିବେ ।

photo: aajtak.in

ବହୁତ ସହଜ ସେଟିଂ

ପ୍ରଥମେ ଆପଣଙ୍କ ହ୍ଵାଟ୍ସଆପ ଓପନ୍‌ କରନ୍ତୁ । ଏବେ ଆପଣଙ୍କ ସେଟିଂକୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ବହୁତ ଅପସନ ମିଳିବ । ଯେଉଁଠି ଆପଣଙ୍କୁ Privacy ଉପରେ କ୍ଲିକ କରିବାକୁ ହେବ ।
ଏଠାରେ ପ୍ରଥମେ ଆପଣଙ୍କୁ Last Seen and Online ଦେଖିବାକୁ ମିଳିବ ।

whatsapp.
photo: aajtak.in

ଏହା ଉପରେ କ୍ଲିକ କରିବା ପରେ ଆଗରେ ଆଉ ଦୁଇଟି ଅପସନ ଆସିବ । ଗୋଟିଏ ଲାଷ୍ଟ ସିନ ଓ ଦ୍ୱିତୀୟ ଅନ୍‌ଲାଇନ ଷ୍ଟାଟସ ଦେଖାଯିବ ।

 

whatsapp.
photo: aajtak.in

ଅନଲାଇନ ଷ୍ଟାଟସରେ ଆପଣଙ୍କୁ ଦୁଇଟି ଅପସନ ମିଳିବ । ଗୋଟିଏ Everyone ଓ ଶେଷଟି Nobody , ଆପଣ Nobodyରେ କ୍ଲିକ କରନ୍ତୁ । ଫଳରେ କାହାକୁ ଆପଣଙ୍କ ଅନଲାଇନ ଷ୍ଟାଟସ ଦେଖାଯିବ ନାହିଁ । ସେହିପରି ପୁଣି same as last seen କୁ କ୍ଲିକ କରନ୍ତୁ । ଫଳରେ ଆପଣ ଅନଲାଇନରେ ଥିଲେ ବି କେହି ଆପଣଙ୍କୁ ଜାଣି ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.