କେମିତି ଜାଣିବେ ଗ୍ୟାସ୍‌ ପାଇପ୍‌ ଏକ୍ସପାଏରୀ ହୋଇଛି କି ନାହିଁ ? ଫୋଲୋ କରନ୍ତୁ ଏହି ଷ୍ଟେପ୍‌

ଗ୍ୟାସ ସିଲିଣ୍ଡରର ସେଫ୍ଟି ପାଇଁ ଗ୍ୟାସ ପାଇପ୍ ର ଏକ୍ସପାଏରୀ ଡେଟ୍‌ ଯାଞ୍ଚ କରିବା ଜରୁରୀ ହୋଇଥାଏ । ଯଦି ଆପଣ ଏଥିରେ ଅସାବଧାନତା ରଖିବେ ତେବେ ସିଲିଣ୍ଡର ଫାଟିଯିବାର ମଧ୍ୟ ଆଶଙ୍କା ଥାଏ ।

ଆମ ଘରେ ରୋଷେଇର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ଗ୍ୟାସ ସିଲିଣ୍ଡର । କିନ୍ତୁ ଗ୍ୟାସ ସିଲିଣ୍ଡର ବ୍ୟବହାର କରିବା ସମୟରେ ସୁରକ୍ଷା ଏବଂ ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଜରୁରୀ । ଗ୍ୟାସ ସିଲିଣ୍ଡରର ସେଫ୍ଟି ପାଇଁ ଗ୍ୟାସ ପାଇପ୍ ର ଏକ୍ସପାଏରୀ ଡେଟ୍‌ ଯାଞ୍ଚ କରିବା ଜରୁରୀ ହୋଇଥାଏ । ଯଦି ଆପଣ ଏଥିରେ ଅସାବଧାନତା ରଖିବେ ତେବେ ସିଲିଣ୍ଡର ଫାଟିଯିବାର ମଧ୍ୟ ଆଶଙ୍କା ଥାଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କିପରି ଗ୍ୟାସ୍ ପାଇପ୍ ର ଏକ୍ସପାଏରୀକୁ ସହଜରେ ଯାଞ୍ଚ କରାଯାଇପାରିବ ।

ଗ୍ୟାସ୍ ପାଇପ୍ ରବରରେ ତିଆରି ହୋଇଥାଏ । କିଛି ଦିନ ପରେ ଏହି ରବର ଖରାପ ହୋଇଯାଏ ଏବଂ ଗ୍ୟାସ ଲିକ୍‌ ହେବାର ଆଶଙ୍କା ବଢ଼ିଯାଏ । ଗ୍ୟାସ୍ ଲିକ୍ ହେବା ଦ୍ୱାରା ନିଆଁ ଲାଗିଯିବାର ମଧ୍ୟ ସମ୍ଭାବନା ରହିଥାଏ । ଏଥିରେ ଜୀବନ ଏବଂ ସମ୍ପତ୍ତି ନଷ୍ଟ ହେବାର ସମ୍ଭାବନା ମଧ୍ୟ ରହୁଛି । ତେଣୁ ଗ୍ୟାସ ପାଇପକୁ ଠିକ ସମୟରେ ବଦଳାଇବା ଉଚିତ । ଯଦି ଆପଣ ଜାଣି ନାହାଁନ୍ତି ଗ୍ୟାସ୍‌ ପାଇପ୍ ଏକ୍ସପାଏରୀ ହୋଇଛି କି ନାହିଁ ତେବେ ଆପଣ ଅନଲାଇନ୍ ରେ ମଧ୍ୟ ଏହାକୁ ଯାଞ୍ଚ କରିପାରିବେ ।

ଗ୍ୟାସ ପାଇପ୍ ର ଏକ୍ସପାଏରୀ ଡେଟ୍‌ କିପରି ଯାଞ୍ଚ କରିବେ?
ଗ୍ୟାସ୍ ପାଇପ୍ ଉପରେ ଏକ୍ସପାଏରୀ ଡେଟ୍‌ ଲେଖାଯାଇଥାଏ । କିନ୍ତୁ ଏହା ପ୍ରକୃତରେ ଲାଇସେନ୍ସର ତାରିଖ ହୋଇଥାଏ , ଯାହା ଆପଣ ଗ୍ୟାସ୍ ପାଇପ୍ ଉପରେ ଲେଖା ଥିବା ଦେଖିବାକୁ ପାଇବେ । ଆପଣ ଭାରତ ସରକାରଙ୍କ BIS Care ଆପ୍ ରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଦ୍ୱାରା ପ୍ରମାଣିତ ହୋଇଥିବା ଜିନିଷଗୁଡ଼ିକ ବିଷୟରେ ଜାଣିପାରିବେ ।
BIS Care ଆପ୍ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହି ଆପ୍ ଗୁଗଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋରରୁ ଡାଉନଲୋଡ୍ ହୋଇପାରିବ । ଗ୍ୟାସ୍ ପାଇପ୍ ର ଏକ୍ସପାଏରୀ ଯାଞ୍ଚ କରିବାକୁ ଏହି ଷ୍ଟେପ୍‌ କୁ ଫୋଲୋ କରନ୍ତୁ ।

. ପ୍ରଥମେ BIS Care ଆପ୍ ଖୋଲନ୍ତୁ ।
. ଏଥିରେ ଭେରିଫାଏ ଲାଇସେନ୍ସ ଡିଟେଲ୍ସ ଅପ୍ସନ ଉପରେ ଟ୍ୟାପ୍ କରନ୍ତୁ ।
. ଏହା ପରେ ପାଇପ୍ ଉପରେ ଲେଖାଯାଇଥିବା CM / L କୋଡ୍ ଏଣ୍ଟ୍ରି କରନ୍ତୁ ।
. କୋଡ୍ ଏଣ୍ଟ୍ରି କରିବା ପରେ, ଗୋ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

ଏହା ପରେ ଆପଣ ଗ୍ୟାସ୍ ପାଇପ୍ ସହିତ ଜଡିତ ସମସ୍ତ ସୂଚନା ବିଷୟରେ ଜାଣିପାରିବେ । ଏଥିରେ ଏକ୍ସପାଏରୀ ଡେଟ୍‌ ଲେଖା ଯାଇଥିବା ଆପଣମାନେ ଦେଖିପାରିବେ । ଯଦି ପାଇପ୍ ଏକ୍ସପାଏରୀ ହୋଇଥିବ ତେବେ ତୁରନ୍ତ ଏକ ନୂଆ ପାଇପ୍ କିଣନ୍ତୁ । ଏପରି ଭାବେ ଆପଣ ନିଜ ସହିତ ଆପଣଙ୍କ ପରିବାରକୁ ବି ସୁରକ୍ଷିତ ରଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.